ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିିରିଜ: ୩ୟ ମ୍ୟାଚ୍‌ ଜିତି ସମ୍ମାନ ରକ୍ଷାକଲା ଅଷ୍ଟ୍ରେଲିଆ

The Sakala Picture
Published On

ରାଜକୋଟ: ଭାରତ-ଅଷ୍ଟ୍ରେଲିଆ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୫୨ ରନ କରିଥିଲା । ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୫୩ ରନର ଲକ୍ଷ ରହିଥିଲା । ହେଲେ ଭାରତ ସମସ୍ତ ୱିକେଟ ହରାଇ ୨୮୬ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଏହି ମ୍ୟାଚକୁ ୬୬ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ  । […]

ରାଜକୋଟ: ଭାରତ-ଅଷ୍ଟ୍ରେଲିଆ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୫୨ ରନ କରିଥିଲା । ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୫୩ ରନର ଲକ୍ଷ ରହିଥିଲା । ହେଲେ ଭାରତ ସମସ୍ତ ୱିକେଟ ହରାଇ ୨୮୬ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଏହି ମ୍ୟାଚକୁ ୬୬ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ  ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପକ୍ଷରୁ ରୋହିତ ଶର୍ମା ୫୭ ବଲରେ ୮୧ ରନ କରି ଆଉଟ ହୋଇଥିଲେ। ଓ୍ୱାସିଂଟନ ସୁନ୍ଦର ୩୦ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ବିରାଟ କୋହଲି ଓ ଶ୍ରେୟାସ ଆୟର ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ୬୧ ବଲରେ ୫୧ ରନ କରି ଆଉଟ ହୋଇଥିଲେ। ଶ୍ରେୟାସ ଆୟର ୪୩ ବଲରେ ୪୮ ରନ କରି ଆଉଟ ହୋଇଥିଲେ। କେଏଲ ରାହୁଲ ୩୦ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୭ ବଲରେ ୮ ରନ କରି ଆଉଟ ହୋଇଥିଲେ। କୁଲଦୀପ ଯାଦବ ୧୨ ବଲରେ ୨ ରନ କରି ଆଉଟ ହୋଇଥିବା ବେଳେ ଯଶପ୍ରୀତ ବୁମରା ୧୧ ବଲରେ ୫ ରନ କରି ଆଉଟ ହୋଇଥିଲେ। ପରେ ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ପାରିକୁ ସମ୍ଭାଳିଥିଲେ। ରବିନ୍ଦ୍ର ଜାଡେଜା ୩୬ ବଲରେ ୩୫ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ୮ ବଲରେ ୧ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମାକ୍ସୱେଲ୍‌ ୪ ୱିକେଟ ନେଇଥିଲେ। ସେହିପରି ଜୋସ ହାଜେଲଉଡ୍‌ ୨ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ତନଭୀର ସାଙ୍ଗା, କ୍ୟାମେରୁନ୍‌ ଗ୍ରୀନ୍‌ ଓ ପ୍ୟାଟ୍‌ କମିନ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର