ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ: ଅଷ୍ଟ୍ରେଲିଆକୁ ହରାଇ ୯୯ ରନରେ ଜିତିଲା ଭାରତ

The Sakala Picture
Published On

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଆଜି ଖେଳାଯାଇଥିଲା। ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୯ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୪୦୦ ରନର ଆବଶ୍ୟକତା ରହିଥିଲା । ପରେ ଅଷ୍ଟ୍ରେଲିଆ ଦଳ ପଡଆକୁ ଓହ୍ଲାଇଥିଲା। କିଛି ଓଭର ଖେଳପରେ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ରହିଥିଲା। ପରେ […]

ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଆଜି ଖେଳାଯାଇଥିଲା। ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୯ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୪୦୦ ରନର ଆବଶ୍ୟକତା ରହିଥିଲା । ପରେ ଅଷ୍ଟ୍ରେଲିଆ ଦଳ ପଡଆକୁ ଓହ୍ଲାଇଥିଲା। କିଛି ଓଭର ଖେଳପରେ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ରହିଥିଲା। ପରେ  DLS ମେଥଡରେ ୩୩ ଓଭରରେ ୩୧୭ ରନ ଟାର୍ଗେଟ ଦିଆଯାଇଥିଲା। ହେଲେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୨୮.୨ ଓଭରରେ ୨୧୭ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଏହି ମ୍ୟାଚକୁ ୯୯ ରନରେ ଜିତି ନେଇଛି ଭାରତ। ଏଥିସହ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ ରେ କବଜା କରିଛି ଭାରତ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ସର୍ଟ ୮ ବଲରେ ୯ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱାର୍ଣ୍ଣର ୩୯ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ଦର୍ଶକଙ୍କୁ ନିରାଶ କରିଥିଲେ । କୌଣସି ରନ କରି ଆଉଟ ହୋଇଥିଲେ। ମାର୍ନସ ଲାବୁସାନ ୩୧ ବଲରେ ୨୭ ରନ ଓ ଜୋସ ଇଂଲିଶ ୯ ବଲରେ ୬ ରନ କରି ଆଉଟ ହୋଇଥିଲେ। ଆଲେକ୍ସ କ୍ୟାରୀ ୧୨ ବଲରେ ୧୪ ରନ ଓ  କାମେରନ ଗ୍ରୀନ ୧୩ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଆଡାମ ଜାମ୍ପା ୫ ବଲରେ ୫ ରନ କରି ଆଉଟ ହୋଇଥିଲେ। ପାରିକୁ ସିନ ଆବୋଟ ସମ୍ଭାଳି ରଖିଥିଲେ। ସିନ ଆବୋଟ ୩୬ ବଲରେ ୫୪ ରନ କରି ଆଉଟ ହୋଇଥିଲେ। ଜୋସ ହାଜେଲଉଡ୍‌ ୧୬ ବଲରେ ୨୩ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ ଆର ଅଶ୍ୱିନ ଓ  ବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ୨ଟି ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ପ୍ରଥମେ ଭାରତ ବ୍ୟାଟିଂ କରି ଋତୁରାଜ ଗାଏକୱାଡ୍‌ ୧୨ ବଲରେ ୮ ରନ କରି ଆଉଟ ହୋଇଥିଲେ। ପରେ ଶୁଭମନ ଗିଲ୍‌ ଓ ଶ୍ରେୟାସ ଆୟର ଉଭୟ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୦୪ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟର ୯୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। ଇଶନ କିଶନ ୧୮ ବଲରେ ୩୧ ରନ କରି ଆଉଟ ହୋଇଥିଲେ।  ଅଧିନାୟକ କେଏଲ ରାହୁଲ  ଓ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ପରେ କେଏଲ ରାହୁଲ ୩୮ ବଲରେ ୫୨ ରନ କରି ଆଉଟ ହୋଇଥିଲେ।   ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ରନ କରି ଅପରାଜିତ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ୯ ବଲରେ ୧୩ ରନ କରି ଅପରାଜିତ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର