ଏସିଆ କପ୍: ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ ସ୍ଥଗିତ

The Sakala Picture
Published On

କଲମ୍ବୋ: ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଜିର ମ୍ୟାଚ ଆସନ୍ତାକାଲି ଅର୍ଥାତ ରିଜର୍ଭ ଡେ’ ରେ ଖେଳାଯିବ। ଅଚାନକ ପବନ ସହ ବର୍ଷା ମାଡ଼ି ଆସିବାରୁ ଷ୍ଟାଡିୟମ କର୍ମଚାରୀମାନେ ପାଲ ଘୋଡ଼ାଇବାକୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିଯଥଗୁ ଆଉଟ ଫିଲ୍ଡ ପ୍ରଭାବିତ ହୋଇଥିଲା। ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। ଠିକ ସମୟରେ […]

କଲମ୍ବୋ: ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଜିର ମ୍ୟାଚ ଆସନ୍ତାକାଲି ଅର୍ଥାତ ରିଜର୍ଭ ଡେ’ ରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଅଚାନକ ପବନ ସହ ବର୍ଷା ମାଡ଼ି ଆସିବାରୁ ଷ୍ଟାଡିୟମ କର୍ମଚାରୀମାନେ ପାଲ ଘୋଡ଼ାଇବାକୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିଯଥଗୁ ଆଉଟ ଫିଲ୍ଡ ପ୍ରଭାବିତ ହୋଇଥିଲା। ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। ଠିକ ସମୟରେ ଏହାକୁ ଘୋଡ଼ାଇବା ସମ୍ଭବ ହୋଇ ପାରି ନ ଥିଲା । ଫଳରେ ମ୍ୟାଚକୁ ଆସନ୍ତାକାଲି ଘୁଞ୍ଚାଯାଇଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ସୂଚନା ଅନୁଯାୟୀ, ଟସ ଜିତି ପାକିସ୍ତାନ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୨ଟି ୱିକେଟ ହରାଇ ୧୪୭ ରନ କରିଛି। ରୋହିତ ଶର୍ମା ୪୯ ବଲରେ ୫୬ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ୍ ଗିଲ ୫୨ ବଲରେ ୫୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଲୋକେଶ ରାହୁଲ ଓ ବିରାଟ କୋହଲି ସମ୍ଭାଳିଥିଲେ। ରାହୁଲ ୨୮ ବଲରେ ୧୭ ରନ କରି ଅପରାଜିତ ଥିବାବେଳେ ବିରାଟ ୧୬ ବଲରେ ୮ ରନ କରି ଅପରାଜିତ ରହିଛନ୍ତି। ସହିପରି, ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ଓ ଶଦାବ ଖାନ୍‌‌ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

ବର୍ଷା ପାଇଁ ଆଜିର ମ୍ୟାଚ ସ୍ଥଗିତ ରଖାଯାଇଥିବା ବେଳେ ବଳକା ମ୍ୟାଚ ଆସନ୍ତାକାଲି ରିଜର୍ଭ ଡେ’ ରେ ଖେଳାଯିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର