ସୁପର ସଣ୍ଡେରେ ହାଇଭୋଲ୍ଟେଜ ମ୍ୟାଚ୍: ଆଜି ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ କଡା ଟକ୍କର
କଲମ୍ବୋ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ସୁପର-୪ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍ ଉପରେ ସାରା ବିଶ୍ୱର କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହେବା ଫଳରେ ଏହି ମ୍ୟାଚ୍ର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ତା’ର […]
କଲମ୍ବୋ: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳିତ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ସୁପର-୪ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍ ଉପରେ ସାରା ବିଶ୍ୱର କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହେବା ଫଳରେ ଏହି ମ୍ୟାଚ୍ର ଗୁରୁତ୍ୱ ଆହୁରି ବଢ଼ିଯାଇଛି।
ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ପରାସ୍ତ କରି ୨ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଭାରତ ଏହି ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି। ତେଣୁ ବିଜୟ ପାଇଁ ଭାରତ ଉପରେ ଅଧିକ ଚାପ ରହିବ। ପୁଣି ଥରେ ଭାରତୀୟ ଟପ୍ ଅର୍ଡର ବ୍ୟାଟର ପାକିସ୍ତାନର ବିଶ୍ୱସ୍ତରୀୟ ଦ୍ରୁତ ବୋଲରଙ୍କ ବିପକ୍ଷରେ ପରୀକ୍ଷାର ସମ୍ମୁଖୀନ ହେବ। ଉଭୟ ଦଳ ଜବରଦସ୍ତ ଅଭ୍ୟାସ କରିଛନ୍ତି। ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍ ଭଲ ଆରମ୍ଭ କରିବା ସହ ଭାରତକୁ ବଡ଼ ସ୍କୋର ପ୍ରଦାନ କରିବାକୁ ପ୍ରୟାସ କରିବେ। ସୁପରଷ୍ଟାର ବିରାଟ କୋହଲି ଆଉ ଏକ ବଡ଼ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି। ଇଶାନ କିଶାନ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୁଣି ଥରେ ଦମ୍ଦାର ପ୍ରଦର୍ଶନ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଭାରତୀୟ ବୋଲିଂ ବିଭାଗ ମଧ୍ୟ ଏପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ କରି ନଥିବାରୁ ଏହି ମ୍ୟାଚ୍ରେ ପାକିସ୍ତାନକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ନ ଦେବାକୁ ପ୍ରୟାସ କରିବେ। ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପ୍ରତ୍ୟାବର୍ତ୍ତନ କରୁଥିବାରୁ ସମସ୍ତଙ୍କ ନଜରରେ ରହିବେ।
ଅପରପକ୍ଷରେ ପାକିସ୍ତାନ ଦୁଇଟି ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଖେଳି ନିଜର ପ୍ରସ୍ତୁତିକୁ ଜୋରଦାର କରିଛି। ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ବ୍ୟାଟିଂ ଲାଇନ୍ର ମଙ୍ଗ ଧରିବେ। ସେହିପରି ଶାହିନ ଶାହ ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ୍ଙ୍କ ଭଳି ବିଶ୍ୱସ୍ତରୀୟ ଦ୍ରୁତ ବୋଲର ଭାରତୀୟ ବ୍ୟାଟରଙ୍କୁ ପୁଣି ଥରେ ସମସ୍ୟାରେ ପକାଇବାକୁ ପ୍ରୟାସ କରିବେ। ମିଡ୍ଲ ଓଭରରେ ପାକିସ୍ତାନର ବୋଲରଙ୍କୁ ଆହୁରି ଉନ୍ନତ ପ୍ରଦର୍ଶନ କରିବାକୁ ହେବ। ଉଭୟ ଦଳକୁ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ। ମୋଟାମୋଟି ଉପରେ ରବିବାର ଏକ ରୋମାଞ୍ଚକ ତଥା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ।
ଉଭୟ ଦଳ ଏପର୍ଯ୍ୟନ୍ତ ପରସ୍ପରକୁ ୧୩୩ଟି ମ୍ୟାଚ୍ରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ପାକିସ୍ତାନ ୭୩ ଓ ଭାରତ ୫୫ଟି ମ୍ୟାଚ୍ରେ ବିଜୟୀ ହୋଇଛି। ସେହିପରି ଏସିଆ କପ୍ର ଦିନିକିଆ ଫର୍ମାଟରେ ଦୁଇ ଦଳ ପରସ୍ପର ବିପକ୍ଷରେ ୧୪ ମ୍ୟାଚ୍ ଖେଳିଛନ୍ତି। ଏଥିରେ ଭାରତ ୭ ଓ ପାକିସ୍ତାନ ୫ଟିରେ ବିଜୟୀ ହୋଇଛି। ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ମ୍ୟାଚ୍ ବାତିଲ ହେବାର ଆଶଙ୍କା ନାହିଁ। ପିଚ୍ରେ ଉଭୟ ପେସର ଓ ସ୍ପିନରଙ୍କୁ ସହାୟତା ମିଳିବ। ବ୍ୟାଟରମାନେ ପରୀକ୍ଷା ସମ୍ମୁଖୀନ ହେବେ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ।
ପାକିସ୍ତାନ ଦଳ: ଫକର ଜାମାନ, ଇମାମ-ଉଲ ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ଅଘା ସଲମାନ, ଇଫ୍ତିକାର ଅହମ୍ମଦ, ଶଦାବ ଖାନ୍, ଫହିମ ଆଶ୍ରଫ୍, ଶାହିନ ଶାହା ଆଫ୍ରିଦି, ନସିମ ଶାହା ଓ ହାରିସ ରୌଫ।