ଆଇପିଏଲ୍‌‌ ଗ୍ରାଣ୍ଡ୍‌ ଫାଇନାଲ-୨୦୨୩: ସାଇ ସୁଦର୍ଶନଙ୍କ ଦମଦାର ବ୍ୟାଟିଂ, ଚେନ୍ନାଇକୁ ୨୧୫ ରନର ଟାର୍ଗେଟ ଦେଲା ଗୁଜରାଟ

The Sakala Picture
Published On

ଅହମ୍ମଦାବାଦ: ଆଜି ରିଜର୍ଭ ଡେ’ରେ ଖେଳା ଯାଉଛି ଆଇପିଏଲ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି।  ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୨୧୪ରନ କରିଛି। ଫଳରେ ଆଜିର ଫାଇନାଲ ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗସକୁ […]

ଅହମ୍ମଦାବାଦ: ଆଜି ରିଜର୍ଭ ଡେ’ରେ ଖେଳା ଯାଉଛି ଆଇପିଏଲ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି।  ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୨୧୪ରନ କରିଛି। ଫଳରେ ଆଜିର ଫାଇନାଲ ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗସକୁ ୨୧୫ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଗୁଜରାଟ ଟାଇଟନ୍ସ ପକ୍ଷରୁ ଶୁଭମନ ଗିଲ୍ ୨୦ ବଲରେ ୩୯ ରନ କରି ଆଉଟ ହୋଇଥିବା ବେଳେ ପାରିକୁ ଋଦ୍ଧିମାନ ଶାହା ଓ ସାଇ ସୁଦର୍ଶନ ସମ୍ଭାଳିଥିଲେ । ପରେ ଋଦ୍ଧିମାନ ଶାହା ୩୯ ବଲରେ ୫୪ ରନ କରି ଆଉଟ ହୋଇଥିଲେ। ପରେ ସାଇ ସୁଦର୍ଶନଙ୍କ ସାଥ ଦେବା ପାଇଁ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ। ସାଇ ସୁଦର୍ଶନ ୪୬ ବଲରେ ୯୬ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୨୧ ରନ କରି ଅପରାଜିତ ରହିଥିବା ବେଳେ ରଶିଦ ଖାନ ୨ ବଲରେ ଶୂନ କରି ଶେଷ ବଲରେ ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ମଥିଶା ପାଥିରାଣା ୨ଟି ୱିକେଟ ନେଇଥିବାବ ବେଳେ ରବୀନ୍ଦ୍ର ଜାଡ଼େଜା ଓ ଦୀପକ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର