ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା

The Sakala Picture
Published On

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ବିଶ୍ବ ମାନ୍ୟତାରେ ନଂ ୧କୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଭାରତୀୟ ଜାଭେଲିନ ଫିଙ୍ଗାଳି ଭାବେ ନୀରଜ ବିଶ୍ଵ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଗତବର୍ଷ ଅଗଷ୍ଟ ୩୦ରୁ ଦ୍ବିତୀୟ ସ୍ଥାନରେ ରହି ଆସିଥିଲେ । ୧୪୫୫ ପଏଣ୍ଟ ପାଇ ବିଶ୍ବ ଚାମ୍ପିଅନ୍‌ ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି। ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଭାରତୀୟ କ୍ରୀଡା […]

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ବିଶ୍ବ ମାନ୍ୟତାରେ ନଂ ୧କୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଭାରତୀୟ ଜାଭେଲିନ ଫିଙ୍ଗାଳି ଭାବେ ନୀରଜ ବିଶ୍ଵ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଗତବର୍ଷ ଅଗଷ୍ଟ ୩୦ରୁ ଦ୍ବିତୀୟ ସ୍ଥାନରେ ରହି ଆସିଥିଲେ । ୧୪୫୫ ପଏଣ୍ଟ ପାଇ ବିଶ୍ବ ଚାମ୍ପିଅନ୍‌ ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଭାରତୀୟ କ୍ରୀଡା ଇତିହାସରେ ନିଜର ନାମ ଲିପିବଦ୍ଧ କରିଥିଲେ। ଏହା ପରେ ନୀରଜ ଚୋପ୍ରା ନିଜ ଖେଳରେ ନିରନ୍ତର ଉନ୍ନତି ଘଟାଇ ଚାଲିଛନ୍ତି। ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଜାକୁବ ଭାଡଲେଜେଚ୍‌ ୮୮.୬୩ ମିଟର ଜାଭେଲିନ ଫିଙ୍ଗି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ବିଶ୍ଵ ଚାମ୍ପିଅନ ଆଣ୍ଡରସନ ପିଟର୍ସ ଯିଏ ଗତ ବର୍ଷ ଦୋହାରେ ୯୩ ମିଟର ଜାଭେଲିନ ଫିଙ୍ଗିଥିଲେ ସେ ନିଜର ଶ୍ରେଷ୍ଠ ପ୍ରୟାସରେ ୮୫.୮୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି କାଂସ୍ୟ ପଦକ ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

23 May 2023 By The Sakala

ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା ବିଶ୍ବ ମାନ୍ୟତାରେ ନଂ ୧କୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ଭାରତୀୟ ଜାଭେଲିନ ଫିଙ୍ଗାଳି ଭାବେ ନୀରଜ ବିଶ୍ଵ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଗତବର୍ଷ ଅଗଷ୍ଟ ୩୦ରୁ ଦ୍ବିତୀୟ ସ୍ଥାନରେ ରହି ଆସିଥିଲେ । ୧୪୫୫ ପଏଣ୍ଟ ପାଇ ବିଶ୍ବ ଚାମ୍ପିଅନ୍‌ ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି।

ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ ଫିଙ୍ଗି ଭାରତୀୟ କ୍ରୀଡା ଇତିହାସରେ ନିଜର ନାମ ଲିପିବଦ୍ଧ କରିଥିଲେ। ଏହା ପରେ ନୀରଜ ଚୋପ୍ରା ନିଜ ଖେଳରେ ନିରନ୍ତର ଉନ୍ନତି ଘଟାଇ ଚାଲିଛନ୍ତି। ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଜାକୁବ ଭାଡଲେଜେଚ୍‌ ୮୮.୬୩ ମିଟର ଜାଭେଲିନ ଫିଙ୍ଗି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ବିଶ୍ଵ ଚାମ୍ପିଅନ ଆଣ୍ଡରସନ ପିଟର୍ସ ଯିଏ ଗତ ବର୍ଷ ଦୋହାରେ ୯୩ ମିଟର ଜାଭେଲିନ ଫିଙ୍ଗିଥିଲେ ସେ ନିଜର ଶ୍ରେଷ୍ଠ ପ୍ରୟାସରେ ୮୫.୮୮ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି କାଂସ୍ୟ ପଦକ ଜିତିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର