ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଆହତ କେ ଏଲ ରାହୁଲଙ୍କ ସ୍ଥାନରେ ସାମିଲ୍ ହେଲେ ଇଶାନ କିଶାନ୍

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଦଳରେ ପରିବର୍ତ୍ତନ କରିଛି ଭାରତ । ଓପନର କେ.ଏଲ ରାହୁଲ ଆହତ ଥିବା ଯୋଗୁ ତାଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ମିଳିଛି । ଏନେଇ ଆଜି ବିସିସିଆଇ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି । ଆଇପିଏଲ ଚାଲିଥିବାବେଳେ ଆହତ ହୋଇଥିବା ଯୋଗୁଁ କେ ଏଲ ରାହୁଲ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଓ ଆସନ୍ତା ମାସରେ ଖେଳା ଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିପାରିବେ ନାହିଁ। […]

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଦଳରେ ପରିବର୍ତ୍ତନ କରିଛି ଭାରତ । ଓପନର କେ.ଏଲ ରାହୁଲ ଆହତ ଥିବା ଯୋଗୁ ତାଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସୁଯୋଗ ମିଳିଛି । ଏନେଇ ଆଜି ବିସିସିଆଇ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଇପିଏଲ ଚାଲିଥିବାବେଳେ ଆହତ ହୋଇଥିବା ଯୋଗୁଁ କେ ଏଲ ରାହୁଲ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ଓ ଆସନ୍ତା ମାସରେ ଖେଳା ଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଖେଳିପାରିବେ ନାହିଁ। ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିବା ରାହୁଲଙ୍କର ଖୁବଶୀଘ୍ର ସର୍ଜରୀ ହେବ। ରାହୁଲ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ କିଛି ମାସ ସମୟ ଲାଗିବ । ତେଣୁ ଜୁନ ୭ ରୁ ୧୧ ତାରିଖ ଯାଏଁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ଫାଇନାଲ ମ୍ୟାଚ୍‌ ଖେଳିପାରିବେନି ଲୋକେସ ରାହୁଲ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଆସନ୍ତା ଜୁନ ୭ ତାରିଖରୁ ଇଂଲଣ୍ଡର ଓଭାଲ ଠାରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ପାଇଁ ବିସିସିଆଇ ଇଶାନ କିସାନଙ୍କ ନାମ ସହ ତିନି ଜଣ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିଛି । ସେମାନେ ହେଲେ ଋତୁରାଜ ଗାଏକୱାଡ, ମୁକେଶ କୁମାର ଏବଂ ସୂର୍ଯ୍ୟ କୁମାର ଯାଦବ ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର