ଆଇପିଏଲ ୨୦୨୩: ପଞ୍ଜାବ କିଙ୍ଗ୍ସକୁ ୨୪ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ମୋହାଲି: ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଦୁଇଟି ମୁକାବିଲା ଖେଳାଯାଉଛି। ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୭୪ ରନ କରିଥିଲା । ପଞ୍ଜାବ କିଙ୍ଗ୍ସ ୧୭୫ ରନର ପିଛା କରିବାକୁ ଯାଇ ୧୮.୨ ଓଭରରେ ୧୦ ୱିକେଟ ହରାଇ ୧୫୦ ରନ କରିଛି। ଫଳରେ ଏହି ମ୍ୟାଚକୁ ୨୪ ରନରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପଞ୍ଜାବ କିଙ୍ଗ୍ସପକ୍ଷରୁ […]
ମୋହାଲି: ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଦୁଇଟି ମୁକାବିଲା ଖେଳାଯାଉଛି। ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୭୪ ରନ କରିଥିଲା । ପଞ୍ଜାବ କିଙ୍ଗ୍ସ ୧୭୫ ରନର ପିଛା କରିବାକୁ ଯାଇ ୧୮.୨ ଓଭରରେ ୧୦ ୱିକେଟ ହରାଇ ୧୫୦ ରନ କରିଛି। ଫଳରେ ଏହି ମ୍ୟାଚକୁ ୨୪ ରନରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ପଞ୍ଜାବ କିଙ୍ଗ୍ସପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଅଖିଦୃଶିଆ ବ୍ୟାଟିଂ କରି ନ ଥିଲେ। ପ୍ରାଭସିମ୍ରାନ ସିଂହ ୪୬ ରନ କରି ଆଉଟ ହୋଇଥିବା ବେଳ ଜିତେସ ଶର୍ମା ୪୧ ରନ କରି ଆଉଟ ହୋଇଥିଲେ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ୱାଇନନ୍ଦୁ ହସରଙ୍ଗା ୨ଟି ୱିକେଟ ନେଇଥିବ ବେଳେ ପର୍ନେଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।






