ଆଇପିଏଲ ୨୦୨୩ : ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ଗଲା ଗୁଜରାଟ ଟାଇଟନ୍ସ

The Sakala Picture
Published On

ନୂଆଦିଲ୍ଲୀ :  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟ୍‌‌ଲୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଲିଗ୍‌‌ର ୭ମ ମ୍ୟାଚ୍‌‌ରେ ଗୁଜରାଟ ୧୧ ବଲ ବାକିଥାଇ ୬ ୱିକେଟରେ ଡେଭିଡ୍‌‌ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିବା ସହ ଗୁଜରାଟ ତାଲିକାର ଶୀର୍ଷକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ […]

ନୂଆଦିଲ୍ଲୀ :  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟ୍‌‌ଲୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଲିଗ୍‌‌ର ୭ମ ମ୍ୟାଚ୍‌‌ରେ ଗୁଜରାଟ ୧୧ ବଲ ବାକିଥାଇ ୬ ୱିକେଟରେ ଡେଭିଡ୍‌‌ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିବା ସହ ଗୁଜରାଟ ତାଲିକାର ଶୀର୍ଷକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଜବାବରେ ଗୁଜରାଟ ୧୮.୧ ଓଭରରେ ୪ ୱିକେଟ ହରାଇ ୧୬୩ ରନକରି ଅତି ସହଜରେ ବିଜୟୀ ହୋଇଥିଲା। ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସଠାରୁ ୫୦ ରନରେ ପରାସ୍ତ ହୋଇଥିଲା। ଅନ୍ୟପଟେ ଗୁଜରାଟ ଉଦ୍‌‌ଘାଟନୀ ମ୍ୟାଚ୍‌‌ରେ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗ୍‌‌ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

୧୬୩ ରନ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ୩୬ ରନରେ ଦୁଇ ପ୍ରାରମ୍ଭିକ ଓପନରଙ୍କୁ ହରାଇଥିଲା। ରିଦ୍ଧିମାନ ଶାହା ଓ ଶୁବମନ ଗିଲ ୧୪ ଲେଖାଏ ରନ୍‌‌ ସଂଗ୍ରହ କରି ଅନରିଚ ନୋର୍ଜେଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବିଜୟ ଶଙ୍କର ୨୩ ବଲରୁ ୩ ଚୌକା ସହ ୨୯ ରନକରି ଆଉଟ ହୋଇଥିଲେ। ସାଇ ସୁଦର୍ଶନ ୪୮ଟି ବଲ ଖେଳି ୪ ଚୌକା ଓ ୨ ଛକା ସହ ୬୨ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ଡେଭିଡ ମିଲର ମଧ୍ୟ ୧୬ ବଲରୁ ୨ଟି ଲେଖାଏ ଛକା ଓ ଚୌକା ସହ ବିସ୍ଫୋରକ ୩୧ ରନକରି ଅପରାଜିତ ରହିଥିଲେ। ପଞ୍ଚମ ୱିକେଟରେ ସୁଦର୍ଶନ ଓ ମିଲର ୨୯ ବଲରୁ ଅପରାଜିତ ୫୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ଦିଲ୍ଲୀର ନୋର୍ଜେ ୨, ଖଲିଲ ଅହମ୍ମଦ ଓ ମିଚେଲ ମାର୍ଶ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସାମି, ରସିଦଙ୍କୁ ୩ ଲେଖାଏ ୱିକେଟ

ଆହୁରି ପଢ଼ନ୍ତୁ: କମ୍‌‌ ପଇସାରେ ହାଲୁକା ନିଶା: କଫ୍‌‌ ସିରପ୍‌‌ ମାୟାରେ ଟୁଇନସିଟିର ଯୁବପିଢ଼ି

ଟସ୍‌‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ନିୟମିତ ଅନ୍ତରରେ ୱିକେଟମାନ ହରାଇବା ଫଳରେ ବଡ଼ ସ୍କୋର ହାସଲ କରିପାର ନଥିଲା। ଦଳରେ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିପାର ନଥିଲେ। ପ୍ରାରମ୍ଭିକ ବ୍ୟାଟର ତଥା ଅଧିନାୟକ ଡେଭିଡ୍‌‌ ୱାର୍ଣ୍ଣର ୩୨ ବଲରୁ ୩୭, ଅକ୍ଷର ପଟେଲ ୨୨ ବଲରୁ ୨ ଚୌକା ଓ ୩ ଛକା ସହ ୩୬, ସର୍ଫରାଜ ଖାନ୍‌‌ ୩୪ ବଲରୁ ୩୦, ଅଭିଷେକ ପୋରେଲ ୧୧ ବଲରୁ ୨ ଛକା ସହ ୨୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନଥିଲେ। ପାୱାର ପ୍ଲେରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ବୋଲିଂରେ ଗୁଜରାଟ ତରଫରୁ ଦ୍ରୁତ ବୋଲର ମହମ୍ମଦ ସାମି ଓ ସ୍ପିନର ରସିଦ ଖାନ ୩ଟି ଲେଖାଏ, ଅଲଜାରି ଜୋସେଫ୍‌‌ ୨ ୱିକେଟ ନେଇଥିଲେ। ପାୱାର ପ୍ଲେରେ ସାମି ୨ ୱିକେଟ ନେଇଥିଲେ। ଗୁଜରାଟ ବୋଲିଂ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା। ଦୁଇ ଦଳରେ ୨ଜଣ ଲେଖାଏ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଥିଲା। ଗୁଜରାଟ ଦଳରେ କେନ ୱିଲିୟମସନଙ୍କ ସ୍ଥାନରେ ଡେଭିଡ୍‌‌ ମିଲର ଓ ବିଜୟ ସ୍ଥାନରେ ସାଇ ସୁଦର୍ଶନଙ୍କୁ ସ୍ଥାନ ମିଳିଥିଲା। ସେହିପରି ଦିଲ୍ଲୀ ଦଳରେ ଅନରିଚ ନୋର୍ଜେଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅଭିଷେକ ପୋରେଲ ପଦାର୍ପଣ କରିଛନ୍ତି। ଗୁଜରାଟର ଇମ୍ପାକ୍ଟ ଖେଳାଳି ଭାବେ କେଏସ୍‌‌ ଭରତ ଓ ଶିବମ ମାଭି ଓ ମୋହିତ ଶର୍ମା ଏବଂ ଦିଲ୍ଳୀ ଇମ୍ପାକ୍ଟ ଖେଳାଳି ଭାବେ ଲଳିତ ଯାଦବ ସ୍ଥାନିତ ହୋଇଥିଲେ।

05 Apr 2023 By The Sakala

ଆଇପିଏଲ ୨୦୨୩ : ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ଗଲା ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ :  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟ୍‌‌ଲୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଲିଗ୍‌‌ର ୭ମ ମ୍ୟାଚ୍‌‌ରେ ଗୁଜରାଟ ୧୧ ବଲ ବାକିଥାଇ ୬ ୱିକେଟରେ ଡେଭିଡ୍‌‌ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ବିଜୟୀ ହୋଇ ୪ ପଏଣ୍ଟ ହାସଲ କରିବା ସହ ଗୁଜରାଟ ତାଲିକାର ଶୀର୍ଷକୁ ଉଠିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଜବାବରେ ଗୁଜରାଟ ୧୮.୧ ଓଭରରେ ୪ ୱିକେଟ ହରାଇ ୧୬୩ ରନକରି ଅତି ସହଜରେ ବିଜୟୀ ହୋଇଥିଲା। ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସଠାରୁ ୫୦ ରନରେ ପରାସ୍ତ ହୋଇଥିଲା। ଅନ୍ୟପଟେ ଗୁଜରାଟ ଉଦ୍‌‌ଘାଟନୀ ମ୍ୟାଚ୍‌‌ରେ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗ୍‌‌ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା।

୧୬୩ ରନ ବିଜୟ ଲକ୍ଷ୍ୟର ପିଛା କରି ଗୁଜରାଟ ୩୬ ରନରେ ଦୁଇ ପ୍ରାରମ୍ଭିକ ଓପନରଙ୍କୁ ହରାଇଥିଲା। ରିଦ୍ଧିମାନ ଶାହା ଓ ଶୁବମନ ଗିଲ ୧୪ ଲେଖାଏ ରନ୍‌‌ ସଂଗ୍ରହ କରି ଅନରିଚ ନୋର୍ଜେଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବିଜୟ ଶଙ୍କର ୨୩ ବଲରୁ ୩ ଚୌକା ସହ ୨୯ ରନକରି ଆଉଟ ହୋଇଥିଲେ। ସାଇ ସୁଦର୍ଶନ ୪୮ଟି ବଲ ଖେଳି ୪ ଚୌକା ଓ ୨ ଛକା ସହ ୬୨ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ଡେଭିଡ ମିଲର ମଧ୍ୟ ୧୬ ବଲରୁ ୨ଟି ଲେଖାଏ ଛକା ଓ ଚୌକା ସହ ବିସ୍ଫୋରକ ୩୧ ରନକରି ଅପରାଜିତ ରହିଥିଲେ। ପଞ୍ଚମ ୱିକେଟରେ ସୁଦର୍ଶନ ଓ ମିଲର ୨୯ ବଲରୁ ଅପରାଜିତ ୫୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ଦିଲ୍ଲୀର ନୋର୍ଜେ ୨, ଖଲିଲ ଅହମ୍ମଦ ଓ ମିଚେଲ ମାର୍ଶ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ।

ସାମି, ରସିଦଙ୍କୁ ୩ ଲେଖାଏ ୱିକେଟ

ଟସ୍‌‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ନିୟମିତ ଅନ୍ତରରେ ୱିକେଟମାନ ହରାଇବା ଫଳରେ ବଡ଼ ସ୍କୋର ହାସଲ କରିପାର ନଥିଲା। ଦଳରେ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିପାର ନଥିଲେ। ପ୍ରାରମ୍ଭିକ ବ୍ୟାଟର ତଥା ଅଧିନାୟକ ଡେଭିଡ୍‌‌ ୱାର୍ଣ୍ଣର ୩୨ ବଲରୁ ୩୭, ଅକ୍ଷର ପଟେଲ ୨୨ ବଲରୁ ୨ ଚୌକା ଓ ୩ ଛକା ସହ ୩୬, ସର୍ଫରାଜ ଖାନ୍‌‌ ୩୪ ବଲରୁ ୩୦, ଅଭିଷେକ ପୋରେଲ ୧୧ ବଲରୁ ୨ ଛକା ସହ ୨୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନଥିଲେ। ପାୱାର ପ୍ଲେରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ବୋଲିଂରେ ଗୁଜରାଟ ତରଫରୁ ଦ୍ରୁତ ବୋଲର ମହମ୍ମଦ ସାମି ଓ ସ୍ପିନର ରସିଦ ଖାନ ୩ଟି ଲେଖାଏ, ଅଲଜାରି ଜୋସେଫ୍‌‌ ୨ ୱିକେଟ ନେଇଥିଲେ। ପାୱାର ପ୍ଲେରେ ସାମି ୨ ୱିକେଟ ନେଇଥିଲେ। ଗୁଜରାଟ ବୋଲିଂ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା। ଦୁଇ ଦଳରେ ୨ଜଣ ଲେଖାଏ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଥିଲା। ଗୁଜରାଟ ଦଳରେ କେନ ୱିଲିୟମସନଙ୍କ ସ୍ଥାନରେ ଡେଭିଡ୍‌‌ ମିଲର ଓ ବିଜୟ ସ୍ଥାନରେ ସାଇ ସୁଦର୍ଶନଙ୍କୁ ସ୍ଥାନ ମିଳିଥିଲା। ସେହିପରି ଦିଲ୍ଲୀ ଦଳରେ ଅନରିଚ ନୋର୍ଜେଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅଭିଷେକ ପୋରେଲ ପଦାର୍ପଣ କରିଛନ୍ତି। ଗୁଜରାଟର ଇମ୍ପାକ୍ଟ ଖେଳାଳି ଭାବେ କେଏସ୍‌‌ ଭରତ ଓ ଶିବମ ମାଭି ଓ ମୋହିତ ଶର୍ମା ଏବଂ ଦିଲ୍ଳୀ ଇମ୍ପାକ୍ଟ ଖେଳାଳି ଭାବେ ଲଳିତ ଯାଦବ ସ୍ଥାନିତ ହୋଇଥିଲେ।

https://www.thesakala.in/sports/ipl-2023-sai-sudharsan-leads-clinical-gujarat-titans-to-six-wicket-win-over-delhi-capitals/article-20454
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର