ଆଇପିଏଲ ୨୦୨୩ : ଆଉ କିଛି ସମୟ ପରେ ହାଇଭୋଲଟେଜ୍‌ ମ୍ୟାଚ୍‌, ଧୋନୀଙ୍କ ଟକ୍କର ଦେବେ ରାହୁଲ

The Sakala Picture
Published On

ଚେନ୍ନାଇ : ଆଜି ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗ୍‌ସ ତା’ର ଘରୋଇ ଗ୍ରାଉଣ୍ଡ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ସିଜନର ପ୍ରଥମ ମ୍ୟାଚ୍‌ ଖେଳିବ। ଓପନିଂ ମ୍ୟାଚ୍ ହାରିଯିବା ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ ଆଜି ନିଜ ଘରୋଇ ଗ୍ରାଉଣ୍ଡ୍‌ ଓ ସମର୍ଥକଙ୍କ ଗହଣରେ ଦଳ ବିଜୟଧାରାକୁ ଫେରିବା […]

ଚେନ୍ନାଇ : ଆଜି ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗ୍‌ସ ତା’ର ଘରୋଇ ଗ୍ରାଉଣ୍ଡ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ସିଜନର ପ୍ରଥମ ମ୍ୟାଚ୍‌ ଖେଳିବ। ଓପନିଂ ମ୍ୟାଚ୍ ହାରିଯିବା ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ ଆଜି ନିଜ ଘରୋଇ ଗ୍ରାଉଣ୍ଡ୍‌ ଓ ସମର୍ଥକଙ୍କ ଗହଣରେ ଦଳ ବିଜୟଧାରାକୁ ଫେରିବା ନେଇ ପ୍ରୟାସ କରିବ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଅନ୍ୟ ପଟରେ ସୁପର ଜାଏଣ୍ଟ୍‌ସ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ସହ ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରହିଛି । କ୍ୟାପଟେନ ଲୋକେଶ ରାହୁଲଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ବିଜୟ ସହ ଟୁର୍ନାମେଣ୍ଟ ଆରମ୍ଭ କରିଥିଲା।କ୍ୟାପିଟାଲ୍ସକୁ ହରାଇବା ପରେ କେ.ଏଲ୍‌ ରାହୁଲଙ୍କ ସୁପର ଜାଏଣ୍ଟ୍‌ସର ମନୋବଳ ଦ୍ୱିଗୁଣ ରହିଛି । ଆଜି ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ୍‌ । କ୍ୟାପିଟାଲ୍ସ ବିପକ୍ଷରେ ଦଳର ଇମ୍ପାକ୍ଟ ପ୍ଲେୟାର ରଣନୀତି ବେଶ୍‌ ସଫଳ ହୋଇଥିଲା । ଆୟୁଷ ବାଦୋନୀଙ୍କ ସ୍ଥାନରେ ବୋଲିଂ କରିବାକୁ ଆସି କ୍ରିଷ୍ଣପ୍ପା ଗୋଥମ ୪ ଓଭରରେ ମାତ୍ର ୨୩ରନ୍‌ ବ୍ୟୟ କରିଥିଲେ । ଆଜି ଓପନର କେଲି ମେୟର୍ସ, ନିକୋଲାସ ପୂରନ ଓ ଉଡ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମେୟର୍ସ ପ୍ରଥମ ମ୍ୟାଚ୍‌ରେ ୩୮ବଲ୍‌ରୁ ୭୩ରନ୍‌ର ଧୂଆଁଧାର ଇନିଂସ୍‌ ଖେଳି ଉନ୍ମାଦନା ଖେଳାଇ ଦେଇଥିଲେ । ସେହିପରି ଉଡ୍‌ ଘାତକ ସାବ୍ୟସ୍ତ ହୋଇଥିଲେ ।ଉଡ୍‌ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସିଜନର ପ୍ରଥମ ବୋଲର ଭାବେ ୫ ୱିକେଟ୍‌ ଅକ୍ତିିଆର କରିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଧୋନିବାହିନୀ ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ନିକଟରୁ ୫ ୱିକେଟରେ ପରାଜିତ ହୋଇଥିଲା । ମଧ୍ୟକ୍ରମ ବ୍ୟାଟର ଏବଂ ବୋଲିଂ ବିଭାଗର ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସୁପର ଜାଏଣ୍ଟ୍‌ସ ବୃହତ (୫୦ରନ୍‌ରେ) ବିଜୟ ସହ ସିଜନ ଆରମ୍ଭ କରିଥିଲା । ଆଜି ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ସୁପରକିଙ୍ଗ୍‌ସ ୧୭୮ରନ୍‌ର ଲଢ଼ୁଆ ସ୍କୋର କରିଥିଲା । କିନ୍ତୁ ଇମ୍ପାକ୍ଟ ପ୍ଲେୟାର ନିୟମର ଫାଇଦା ଉଠାଇବାରେ ବିଫଳ ହୋଇଥିଲା । ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଦଳ ପେସ୍‌ ବୋଲର ତୁଷାର ଦେଶପାଣ୍ଡେଙ୍କୁ ଖେଳାଇଥିଲା । ସେ ୩.୨ ଓଭରରେ ୫୧ରନ୍‌ ବ୍ୟୟ କରିଥିଲେ । ତେଣୁ ଧୋନିଙ୍କୁ ଉପଯୁକ୍ତ ଇମ୍ପାକ୍ଟ ପ୍ଲେୟାର ଚୟନ କରିବାକୁ ପଡ଼ିବ । ଯୁବ ବ୍ୟାଟିଂ ବିସ୍ମୟ ଋତୁରାଜ ଗାଏକୱାଡଙ୍କୁ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟର ନିରାଶ କରିଥିଲେ । ଋତୁରାଜ ୫୦ବଲ୍‌ରୁ ୯୨ ରନ୍‌ ସଂଗ୍ରହ କରିଥିଲେ । ବିଜୟଧାରାକୁ ଫେରିବାକୁ ହେଲେ ମଧ୍ୟକ୍ରମ ବ୍ୟାଟରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ପ୍ରଥମେ ବ୍ୟାଟିଂ କଲେ ଦଳ ଅପରିବର୍ତ୍ତିତ ରହିବା ସମ୍ଭାବନା ରହିଛି । ସେହିପରି ବୋଲିଂ କଲେ ରାୟୁଡୁଙ୍କ ସ୍ଥାନରେ ସିମରନଜୀତଙ୍କୁ ସ୍ଥାନ ମିଳିବା ଆଶା କରାଯାଉଛି । ଆଜି ଋତୁରାଜ ଓ ସୁପରଜାଏଣ୍ଟ୍‌ସର ପ୍ରମୁଖ ପେସ୍‌ ବୋଲର ମାର୍କ ଉଡ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

03 Apr 2023 By The Sakala

ଆଇପିଏଲ ୨୦୨୩ : ଆଉ କିଛି ସମୟ ପରେ ହାଇଭୋଲଟେଜ୍‌ ମ୍ୟାଚ୍‌, ଧୋନୀଙ୍କ ଟକ୍କର ଦେବେ ରାହୁଲ

ଚେନ୍ନାଇ : ଆଜି ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗ୍‌ସ ତା’ର ଘରୋଇ ଗ୍ରାଉଣ୍ଡ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ସିଜନର ପ୍ରଥମ ମ୍ୟାଚ୍‌ ଖେଳିବ। ଓପନିଂ ମ୍ୟାଚ୍ ହାରିଯିବା ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ ଆଜି ନିଜ ଘରୋଇ ଗ୍ରାଉଣ୍ଡ୍‌ ଓ ସମର୍ଥକଙ୍କ ଗହଣରେ ଦଳ ବିଜୟଧାରାକୁ ଫେରିବା ନେଇ ପ୍ରୟାସ କରିବ ।

ଅନ୍ୟ ପଟରେ ସୁପର ଜାଏଣ୍ଟ୍‌ସ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ସହ ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରହିଛି । କ୍ୟାପଟେନ ଲୋକେଶ ରାହୁଲଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଶନିବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ବିଜୟ ସହ ଟୁର୍ନାମେଣ୍ଟ ଆରମ୍ଭ କରିଥିଲା।କ୍ୟାପିଟାଲ୍ସକୁ ହରାଇବା ପରେ କେ.ଏଲ୍‌ ରାହୁଲଙ୍କ ସୁପର ଜାଏଣ୍ଟ୍‌ସର ମନୋବଳ ଦ୍ୱିଗୁଣ ରହିଛି । ଆଜି ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ୍‌ । କ୍ୟାପିଟାଲ୍ସ ବିପକ୍ଷରେ ଦଳର ଇମ୍ପାକ୍ଟ ପ୍ଲେୟାର ରଣନୀତି ବେଶ୍‌ ସଫଳ ହୋଇଥିଲା । ଆୟୁଷ ବାଦୋନୀଙ୍କ ସ୍ଥାନରେ ବୋଲିଂ କରିବାକୁ ଆସି କ୍ରିଷ୍ଣପ୍ପା ଗୋଥମ ୪ ଓଭରରେ ମାତ୍ର ୨୩ରନ୍‌ ବ୍ୟୟ କରିଥିଲେ । ଆଜି ଓପନର କେଲି ମେୟର୍ସ, ନିକୋଲାସ ପୂରନ ଓ ଉଡ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମେୟର୍ସ ପ୍ରଥମ ମ୍ୟାଚ୍‌ରେ ୩୮ବଲ୍‌ରୁ ୭୩ରନ୍‌ର ଧୂଆଁଧାର ଇନିଂସ୍‌ ଖେଳି ଉନ୍ମାଦନା ଖେଳାଇ ଦେଇଥିଲେ । ସେହିପରି ଉଡ୍‌ ଘାତକ ସାବ୍ୟସ୍ତ ହୋଇଥିଲେ ।ଉଡ୍‌ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସିଜନର ପ୍ରଥମ ବୋଲର ଭାବେ ୫ ୱିକେଟ୍‌ ଅକ୍ତିିଆର କରିଥିଲେ।

ଧୋନିବାହିନୀ ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ନିକଟରୁ ୫ ୱିକେଟରେ ପରାଜିତ ହୋଇଥିଲା । ମଧ୍ୟକ୍ରମ ବ୍ୟାଟର ଏବଂ ବୋଲିଂ ବିଭାଗର ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସୁପର ଜାଏଣ୍ଟ୍‌ସ ବୃହତ (୫୦ରନ୍‌ରେ) ବିଜୟ ସହ ସିଜନ ଆରମ୍ଭ କରିଥିଲା । ଆଜି ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ ।

ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ସୁପରକିଙ୍ଗ୍‌ସ ୧୭୮ରନ୍‌ର ଲଢ଼ୁଆ ସ୍କୋର କରିଥିଲା । କିନ୍ତୁ ଇମ୍ପାକ୍ଟ ପ୍ଲେୟାର ନିୟମର ଫାଇଦା ଉଠାଇବାରେ ବିଫଳ ହୋଇଥିଲା । ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଦଳ ପେସ୍‌ ବୋଲର ତୁଷାର ଦେଶପାଣ୍ଡେଙ୍କୁ ଖେଳାଇଥିଲା । ସେ ୩.୨ ଓଭରରେ ୫୧ରନ୍‌ ବ୍ୟୟ କରିଥିଲେ । ତେଣୁ ଧୋନିଙ୍କୁ ଉପଯୁକ୍ତ ଇମ୍ପାକ୍ଟ ପ୍ଲେୟାର ଚୟନ କରିବାକୁ ପଡ଼ିବ । ଯୁବ ବ୍ୟାଟିଂ ବିସ୍ମୟ ଋତୁରାଜ ଗାଏକୱାଡଙ୍କୁ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟର ନିରାଶ କରିଥିଲେ । ଋତୁରାଜ ୫୦ବଲ୍‌ରୁ ୯୨ ରନ୍‌ ସଂଗ୍ରହ କରିଥିଲେ । ବିଜୟଧାରାକୁ ଫେରିବାକୁ ହେଲେ ମଧ୍ୟକ୍ରମ ବ୍ୟାଟରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ପ୍ରଥମେ ବ୍ୟାଟିଂ କଲେ ଦଳ ଅପରିବର୍ତ୍ତିତ ରହିବା ସମ୍ଭାବନା ରହିଛି । ସେହିପରି ବୋଲିଂ କଲେ ରାୟୁଡୁଙ୍କ ସ୍ଥାନରେ ସିମରନଜୀତଙ୍କୁ ସ୍ଥାନ ମିଳିବା ଆଶା କରାଯାଉଛି । ଆଜି ଋତୁରାଜ ଓ ସୁପରଜାଏଣ୍ଟ୍‌ସର ପ୍ରମୁଖ ପେସ୍‌ ବୋଲର ମାର୍କ ଉଡ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

https://www.thesakala.in/sports/ipl-2023-chennai-super-kings-vs-lucknow-super-giants/article-20416
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର