ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା: ୨୧ ରନରେ ଟିମ୍ ଇଣ୍ଡିଆକୁ ହରାଇ ସିରିଜ କବଜା କଲା କଙ୍ଗାରୁ ଟିମ୍‌

The Sakala Picture
Published On

ଚେନ୍ନାଇ: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ଅର୍ଥାତ ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍‌ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୧୦ ୱିକେଟ ହରାଇ ୨୬୯ ରନ କରିବାକୁ ସକ୍ଷମ ହୋଇଥିଲା। ପରେ ବ୍ୟାଟିଂ କରିବାକୁ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇଥିଲା। ଟିମ ଇଣ୍ଡିଆ ୪୯.୧ ଓଭରରେ ୧୦ ୱିକେଟ ହରାଇ ୨୪୮ ରନ କରିଥିଲା । ଫଳରେ ଏହି ମ୍ଯାଚ ଅଷ୍ଟ୍ରେଲିଆ ୨୧ ରନରେ ଭାରତ ଠାରୁ […]

ଚେନ୍ନାଇ: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ଅର୍ଥାତ ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍‌ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୧୦ ୱିକେଟ ହରାଇ ୨୬୯ ରନ କରିବାକୁ ସକ୍ଷମ ହୋଇଥିଲା। ପରେ ବ୍ୟାଟିଂ କରିବାକୁ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇଥିଲା। ଟିମ ଇଣ୍ଡିଆ ୪୯.୧ ଓଭରରେ ୧୦ ୱିକେଟ ହରାଇ ୨୪୮ ରନ କରିଥିଲା । ଫଳରେ ଏହି ମ୍ଯାଚ ଅଷ୍ଟ୍ରେଲିଆ ୨୧ ରନରେ ଭାରତ ଠାରୁ ଜତିନେଇଛି। ଏଥିସହ ସିରିଜ କବଜା କରିଛି ଅଷ୍ଟ୍ରେଲିଆ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପକ୍ଷରୁ ରୋହିତ ଶର୍ମା  ୧୭ ବଲରେ ୩୦ ରନ କରି ଆଉଟ ହୋଇଥିଲେ । ପରେ ଶୁଭମନ ଗିଲ୍‌ ୪୯ ବଲରେ ୩୭ ରନ କରି ଆଉଟ ହୋଇଥିଲେ । ଏହାପରେ ପାରିକୁ ବିରାଟ କୋହଲି  ଓ  କେ ଏଲ ରାହୁଲ ସମ୍ଭାଳିଥିଲେ। ବିରାଟ କୋହଲି ୭୨ ବଲରେ ୫୪ ରନ କରି ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ୫୦ ବଲରେ ୩୨ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ବିନା କୌଣସି ରନରେ ଆଉଟ ହୋଇ ପାଭିଲିଅନ ଫେରିଥିଲେ। ଅକ୍ଷର ପଟେଲ ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିବା ରବିନ୍ଦ୍ର ଜାଡେଜା ୩୩ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଏହାପରେ ମହମ୍ମଦ ସାମି ୧୦ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରେ କୁଲଦୀପ ଯାଦବ ୧୪ ବଲରେ ୬ ରନ କରି ରନ ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୫ ବଲରେ ୩ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ ଟି ୱିକେଟ ନେଇଥିଲେ। ଆଷ୍ଟନ ଆଗର ୨ଟି ୱିକେଟ ନେଇଥିବା ବେଳ ସିନ ଆବୋଟ ଓ ମାର୍କସ ଷ୍ଟଇନିସ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର