ଆଇପିଏଲ- ୨୦୨୧: ବାଙ୍ଗାଲୋରକୁ ୧୮୦ ରନର ଟାର୍ଗେଟ୍ ଦେଲା ପଞ୍ଜାବ
ଅହମ୍ମଦାବାଦ: ଆଇପିଏଲ୍- ୨୦୨୧ର ୨୬ତମ ଲିଗ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଫଳରେ ପଞ୍ଜାବ ପ୍ରଥମେ ବ୍ଯାଟିଂ କରି ୧୭୯ ରନ କରି ବାଙ୍ଗାଲୋରକୁ ୧୮୦ ରନର ଟାର୍ଗେଟ ଦେଇଛି। ସୂଚନା ଅନୁଯାୟୀ, ପ୍ରଥମରୁ ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍ ଗେଲ୍ଙ୍କ ଆକ୍ରାମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା । […]
ଅହମ୍ମଦାବାଦ: ଆଇପିଏଲ୍- ୨୦୨୧ର ୨୬ତମ ଲିଗ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି । ଫଳରେ ପଞ୍ଜାବ ପ୍ରଥମେ ବ୍ଯାଟିଂ କରି ୧୭୯ ରନ କରି ବାଙ୍ଗାଲୋରକୁ ୧୮୦ ରନର ଟାର୍ଗେଟ ଦେଇଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ସୂଚନା ଅନୁଯାୟୀ, ପ୍ରଥମରୁ ଅଧିନାୟକ ଲୋକେଶ ରାହୁଲ ଓ କ୍ରିସ୍ ଗେଲ୍ଙ୍କ ଆକ୍ରାମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା । କ୍ରିସ ଗେଲ ୨୪ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଲୋକେଶ ରାହୁଲ ୫୭ ବଲରେ ୯୧ ରନ କରି ଶେଷ ପର୍ଯ୍ଯନ୍ତ ଅପରାଜିତ ରହିଥିଲେ।
ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ
ସେହିପରି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ କେଲି ଜାମିସନ୍ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଯୁଝବେନ୍ଦ୍ର ଚହଲ, ଡାନିଲ୍ ସାମ୍ସ, ଓ ସାହାବାଜ ଅହମଦ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।






