ପ୍ରକାଶ ପାଇଲା ଆଇସିସି ପକ୍ଷରୁ ରାଙ୍କିଂ: କ୍ରିକେଟର ସବୁ ଫର୍ମାଟରେ ନମ୍ବର- ୧ ସ୍ଥାନରେ ରହି ଇତିହାସ ରଚିଲା ଟିମ୍ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ। ଏ ନେଇ ଆଜି  ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ଏହି ରାଙ୍କିଂ ତାଲିକା । ତେବେ ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବାବେଳେ ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପର […]

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ। ଏ ନେଇ ଆଜି  ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ଏହି ରାଙ୍କିଂ ତାଲିକା । ତେବେ ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବାବେଳେ ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପର ଟି-୨୦ରେ ୨୬୭ ପଏଣ୍ଟ ସହ ନମ୍ବର- ୧ରେ ରହିଛି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ୍‌ ଇତିହାସରେ ଏହା ପ୍ରଥମ ଘଟଣା । ପୁରୁଷ ଟିମ୍‌ ଏକାସାଙ୍ଗେ ତିନୋଟି ଫର୍ମାଟରେ ନମ୍ବର-୧ ହୋଇଛି । ଭାରତୀୟ ଟିମ୍‌ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ପୂର୍ବରୁ ହିଁ ନମ୍ବର-୧ ରହିଥିଲା ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ସେହିପିରି-  ଅଷ୍ଟ୍ରେଲିଆ ଉଭୟ ଟେଷ୍ଟ ଓ  ଦିନିକିଆରେ ୨ୟ ସ୍ଥାନରେ ରହିଛି। ଟେଷ୍ଟରେ ୧୧୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିବା ବେଳେ ୧୧୧ ପଏଣ୍ଟ ପାଇ ଦିନିକିଆରେ ୨ୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ୨୬୬ ପଏଣ୍ଟ ରଖି ଟି-୨୦ ଫର୍ମାଟରେ ୨ୟ ସ୍ଥାନରେ ରହିଛି ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର