ପ୍ରକାଶ ପାଇଲା ଆଇସିସି ପକ୍ଷରୁ ରାଙ୍କିଂ: କ୍ରିକେଟର ସବୁ ଫର୍ମାଟରେ ନମ୍ବର- ୧ ସ୍ଥାନରେ ରହି ଇତିହାସ ରଚିଲା ଟିମ୍ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ। ଏ ନେଇ ଆଜି  ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ଏହି ରାଙ୍କିଂ ତାଲିକା । ତେବେ ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବାବେଳେ ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପର […]

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ। ଏ ନେଇ ଆଜି  ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ଏହି ରାଙ୍କିଂ ତାଲିକା । ତେବେ ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବାବେଳେ ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପର ଟି-୨୦ରେ ୨୬୭ ପଏଣ୍ଟ ସହ ନମ୍ବର- ୧ରେ ରହିଛି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ୍‌ ଇତିହାସରେ ଏହା ପ୍ରଥମ ଘଟଣା । ପୁରୁଷ ଟିମ୍‌ ଏକାସାଙ୍ଗେ ତିନୋଟି ଫର୍ମାଟରେ ନମ୍ବର-୧ ହୋଇଛି । ଭାରତୀୟ ଟିମ୍‌ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ପୂର୍ବରୁ ହିଁ ନମ୍ବର-୧ ରହିଥିଲା ।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

ସେହିପିରି-  ଅଷ୍ଟ୍ରେଲିଆ ଉଭୟ ଟେଷ୍ଟ ଓ  ଦିନିକିଆରେ ୨ୟ ସ୍ଥାନରେ ରହିଛି। ଟେଷ୍ଟରେ ୧୧୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିବା ବେଳେ ୧୧୧ ପଏଣ୍ଟ ପାଇ ଦିନିକିଆରେ ୨ୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ୨୬୬ ପଏଣ୍ଟ ରଖି ଟି-୨୦ ଫର୍ମାଟରେ ୨ୟ ସ୍ଥାନରେ ରହିଛି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

15 Feb 2023 By The Sakala

ପ୍ରକାଶ ପାଇଲା ଆଇସିସି ପକ୍ଷରୁ ରାଙ୍କିଂ: କ୍ରିକେଟର ସବୁ ଫର୍ମାଟରେ ନମ୍ବର- ୧ ସ୍ଥାନରେ ରହି ଇତିହାସ ରଚିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ୍ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଛି ଟିମ୍‌ ଇଣ୍ଡିଆ। ଏ ନେଇ ଆଜି  ଆଇସିସି ପକ୍ଷରୁ ରାଙ୍କିଂ ତାଲିକା ପ୍ରକାଶ କରାଯାଇଛି । ନାଗପୁର ଟେଷ୍ଟ ଶେଷ ହେବା ପରେ ପ୍ରକାଶ ପାଇଛି ଏହି ରାଙ୍କିଂ ତାଲିକା । ତେବେ ଟେଷ୍ଟ ରାଙ୍କିଂରେ ୧୧୫ ପଏଣ୍ଟ ପାଇ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନରେ ଥିବାବେଳେ ଦିନିକିଆରେ ୧୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ସେହିପର ଟି-୨୦ରେ ୨୬୭ ପଏଣ୍ଟ ସହ ନମ୍ବର- ୧ରେ ରହିଛି ଟିମ୍‌ ଇଣ୍ଡିଆ । ଭାରତୀୟ କ୍ରିକେଟ୍‌ ଇତିହାସରେ ଏହା ପ୍ରଥମ ଘଟଣା । ପୁରୁଷ ଟିମ୍‌ ଏକାସାଙ୍ଗେ ତିନୋଟି ଫର୍ମାଟରେ ନମ୍ବର-୧ ହୋଇଛି । ଭାରତୀୟ ଟିମ୍‌ ଟି-୨୦ ଏବଂ ଦିନିକିଆ ଫର୍ମାଟରେ ପୂର୍ବରୁ ହିଁ ନମ୍ବର-୧ ରହିଥିଲା ।

ସେହିପିରି-  ଅଷ୍ଟ୍ରେଲିଆ ଉଭୟ ଟେଷ୍ଟ ଓ  ଦିନିକିଆରେ ୨ୟ ସ୍ଥାନରେ ରହିଛି। ଟେଷ୍ଟରେ ୧୧୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଥିବା ବେଳେ ୧୧୧ ପଏଣ୍ଟ ପାଇ ଦିନିକିଆରେ ୨ୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଇଂଲଣ୍ଡ ୨୬୬ ପଏଣ୍ଟ ରଖି ଟି-୨୦ ଫର୍ମାଟରେ ୨ୟ ସ୍ଥାନରେ ରହିଛି ।

https://www.thesakala.in/sports/india-achieve-huge-feat-become-world-no-1-team-in-all-formats-of-international-cricket/article-18963
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର