ଧିରେ ଧିରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର୍‌ ରିଷଭ୍ ପନ୍ତ

The Sakala Picture
Published On

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ। ଏବେ ରିଷଭଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରିଷଭ ଚାଲୁଥିବାର ଦେଖାଯାଉଛି । ରିଷଭ ଏହି ଫଟୋକୁ ନିଜେ ଟ୍ବିଟ କରିଛନ୍ତି । ଫଟୋରେ ରିଷଭ ଆଶା ବାଡ଼ି ଧରି ଚାଲୁଥିବାର ଦେଖାଯାଇଛି । ରିଭଷ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ୱାନ ଷ୍ଟେପ ଫରୱାର୍ଡ- ୱାନ ଷ୍ଟେପ ଷ୍ଟ୍ରଙ୍ଗର- ୱାନ ଷ୍ଟେପ ବେଟର । ସେ ସେୟାର […]

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ। ଏବେ ରିଷଭଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରିଷଭ ଚାଲୁଥିବାର ଦେଖାଯାଉଛି । ରିଷଭ ଏହି ଫଟୋକୁ ନିଜେ ଟ୍ବିଟ କରିଛନ୍ତି । ଫଟୋରେ ରିଷଭ ଆଶା ବାଡ଼ି ଧରି ଚାଲୁଥିବାର ଦେଖାଯାଇଛି । ରିଭଷ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ୱାନ ଷ୍ଟେପ ଫରୱାର୍ଡ- ୱାନ ଷ୍ଟେପ ଷ୍ଟ୍ରଙ୍ଗର- ୱାନ ଷ୍ଟେପ ବେଟର । ସେ ସେୟାର କରିଥିବା ପୋଷ୍ଟରେ ଦେଖିବାକୁ ମିଳିଛି ଯେ,  ରିଷଭ ଆଶା ବାଡ଼ି ଧରି ଧୀରେ ଧୀରେ ଚାଲୁଛନ୍ତି । ତାଙ୍କ ଡାହାଣ ପାଦ ଫୁଲି ଥିବାର ମଧ୍ୟ ଫଟୋରେ ଦେଖାଯାଉଛି । ଏହି ଫଟୋ ଦେଖି ଲାଗୁଛି ଆଉ ଅଳ୍ପ ଦିନରେ ରିଷଭ ସୁସ୍ଥ ହୋଇଯିବେ ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ସୂଚନା ଅନୁଯାୟୀ, ଗତ ଡିସେମ୍ବରରେ ରିଷଭଙ୍କ ଗାଡ଼ି ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିକୁ ସେ ନିଜେ ଚଳାଉଥିଲେ । ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲାବେଳେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତାଙ୍କ ମୁଣ୍ଡ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା । ସେବେଠୁ ସେ ଚିକିତ୍ସାଧୀନ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

10 Feb 2023 By The Sakala

ଧିରେ ଧିରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର୍‌ ରିଷଭ୍ ପନ୍ତ

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ। ଏବେ ରିଷଭଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରିଷଭ ଚାଲୁଥିବାର ଦେଖାଯାଉଛି । ରିଷଭ ଏହି ଫଟୋକୁ ନିଜେ ଟ୍ବିଟ କରିଛନ୍ତି । ଫଟୋରେ ରିଷଭ ଆଶା ବାଡ଼ି ଧରି ଚାଲୁଥିବାର ଦେଖାଯାଇଛି । ରିଭଷ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ୱାନ ଷ୍ଟେପ ଫରୱାର୍ଡ- ୱାନ ଷ୍ଟେପ ଷ୍ଟ୍ରଙ୍ଗର- ୱାନ ଷ୍ଟେପ ବେଟର । ସେ ସେୟାର କରିଥିବା ପୋଷ୍ଟରେ ଦେଖିବାକୁ ମିଳିଛି ଯେ,  ରିଷଭ ଆଶା ବାଡ଼ି ଧରି ଧୀରେ ଧୀରେ ଚାଲୁଛନ୍ତି । ତାଙ୍କ ଡାହାଣ ପାଦ ଫୁଲି ଥିବାର ମଧ୍ୟ ଫଟୋରେ ଦେଖାଯାଉଛି । ଏହି ଫଟୋ ଦେଖି ଲାଗୁଛି ଆଉ ଅଳ୍ପ ଦିନରେ ରିଷଭ ସୁସ୍ଥ ହୋଇଯିବେ ।

ସୂଚନା ଅନୁଯାୟୀ, ଗତ ଡିସେମ୍ବରରେ ରିଷଭଙ୍କ ଗାଡ଼ି ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିକୁ ସେ ନିଜେ ଚଳାଉଥିଲେ । ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲାବେଳେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତାଙ୍କ ମୁଣ୍ଡ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା । ସେବେଠୁ ସେ ଚିକିତ୍ସାଧୀନ ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର