ହକି ବିଶ୍ବକପ୍‌ ୨୦୨୩ : ୭-୨ ଗୋଲ୍‌ରେ କୋରିଆକୁ ହରାଇଲା ଜର୍ମାନୀ

The Sakala Picture
Published On

ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ। ୱେଲେନ୍‌ ନିକଲାସ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ସେହିପରି ଜର୍ମାନୀ ଦଳର […]

ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ। ୱେଲେନ୍‌ ନିକଲାସ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ସେହିପରି ଜର୍ମାନୀ ଦଳର ପେଇଲେଟ୍‌ କୋଞ୍ଜାଲୋ ୪୨ ମିନିଟ, ୱିଗାଣ୍ଡ ଜଷ୍ଟସ ୫୦ ମିନିଟ, ଗ୍ରାମବୁସ ମେଥ୍‌ସ ୫୨ ମିନିଟ୍‌ ଓ ଲୁଡିଂ ମୋର୍ତିଜ୍‌ ୫୨ ମିନିଟରେ ଗୋଲ୍‌ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହା ପୂର୍ବରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ୟ ଏକ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ଗତଥର ବିଶ୍ବକପ୍‌ ଚମ୍ପିଅନ ବେଲଜିୟମ। ଜାପାନ ବିପକ୍ଷରେ ଖେଳାଯାଉଥିବା ଆଜିର ମ୍ୟାଚରେ ବେଲଜିୟମ ପକ୍ଷରୁ ଗୋଲ ପରେ ଗୋଲ ଦେଇ ଏକ ଦମ୍‌ଦାର ବିଜୟ ହାସଲ କରିଛି। ବିର୍ସା ମୁଣ୍ଡା ଷ୍ଟାଡିୟମରେରେ ଖେଳାଯାଉଥିବା ଆଜିର ମ୍ୟାଚରେ ୭-୧ ଗୋଲ ବ୍ୟବଧ୍ୟାନରେ ଜାପାନଙ୍କ ପରାସ୍ତ କରିଛି ବେଲଜିୟମ। ମ୍ୟାଚରେ ବେଲଜିୟମର ବୋନ୍‌ ଟୋମ୍‌ ଦମ୍‌ଦାର ଖେଳ ପଦର୍ଶନ କରି ଏକା ୫ଟି ଗୋଲ୍‌ ଦେଇଥିଲେ। ସେ ୨୧, ୨୬, ୨୭, ୫୦ ଓ ୫୫ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ଅନ୍ୟପଟେ ବେଲଜିୟମର ଚାର୍ଲିଅର କେଡରିକ୍‌ ୧୭ ଓ ଡୋକିଅର ସେବାଷ୍ଟାଇନ୍‌ ୫୧ ମିନିଟରେ ଗୋଲ୍‌ ଦେଇଥିଲେ। ସେପଟେ ଜାପାନରୁ କୁକୁଦା କେଣ୍ଟାରୋ ୪୫ ମିନିଟରେ ଗୋଟିଏ ଗୋଲ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅନ୍ୟପଟେ ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟ ଦ୍ବିତୀୟ ମ୍ୟାଚ ଡ୍ରରେ ଶେଷ ହୋଇଛି। ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଜୋରଦାର ମୁକାବିଲା ହେବା ସହ ଉଭୟ ଦଳର ଖେଳାଳି ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ପକ୍ଷରୁ ୫-୫ ଗୋଲ ଦିଆଯାଇଥିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଆଟାକିଂ ଖେଳ ପଦର୍ଶନ କରିଥିଲେ। ଫ୍ରାନ୍ସ ପକ୍ଷରୁ ଚାର୍ଲେଟ ଭେକ୍ଟର ସର୍ବାଧିକ ୪ଟି ଗୋଲ୍‌ ଦେଇଥିଲେ। ସେ ୩୫, ୩୭, ୪୮ ଓ ୫୯ ମିନିଟରେ ଗୋଲ ଦେଇଥିଲେ। ତ୍ୟାନେଭେଜ୍‌ ଇତିନା ୧୦ ମିନିଟରେ ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଡେଲା ଟୋରି ନିକୋଲାସ ୩୩, ୪୧ ଓ ୫୯ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ୍‌ ଦେଇଥିଲା ‌ବେଳେ ୨ ଓ ୫୦ ମିନିଟରେ କୀନାନ ନିକୋଲାସ ଏବଂ ଫେରିରୋ ମାର୍ଟିନ ଗୋଲ ମାରିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସେପଟେ ବିର୍ସାମୁଣ୍ଡାରେ ଖେଳାଯାଇଥିବା ଆଜିର ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ପୁଣି ଥରେ ବିଶାଳ ବିଜୟ ହାସଲ କରିଥିଲା।  କଙ୍ଗାଳୁ ଦଳ ୯-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଜୋଭରସ୍‌ ବ୍ଲେକ୍‌ ଦଳ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍‌ (୩, ୧୪, ୧୮ ଓ ୧୯) ଦେଇଥିଲେ। ଏଥିରେ ୨ଟି ଫିଲ୍ଡ, ଗୋଟିଏ ପେନାଲ୍ଟି ଗୋଲ ଓ ପେନାଲ୍ଟି ସୁଟ୍‌ ସାମିଲ ଥିଲା। କ୍ରେଗ୍‌ ଟମ୍‌, ହାର୍ଭିଭ ଜେକ୍‌ ଓ ବିଆଲେ ଡାନିଏଲ୍‌ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଟୁଲି ନ୍ବକୋବଲି ଏବଂ ‌କକ୍‌ ତେଭିନ୍‌ ଯଥାକ୍ରମେ ୭ ଓ ୫୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର