ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍‌‌; ଦଳକୁ ଫେରିଲେ ରୋହିତ-କୋହଲି, ବିଶ୍ୱକପ୍‌‌ ଲାଗି ପ୍ରସ୍ତୁତି ଆରମ୍ଭ

The Sakala Picture
Published On

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହେବ । ଏହିଠାରୁ ମଧ୍ୟ ଭାରତର ଦିନିକିଆ ବିଶ୍ୱକପ୍‌ ପ୍ରସ୍ତୁତି ଆରମ୍ଭ ହେବ। ବିଶ୍ୱକପ୍‌‌ ଭାରତରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ଏଣୁ ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌‌ରୁ ଏହି ପ୍ରସ୍ତୁତି ଆରମ୍ଭ କରିବ। ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨-୧ରେ ଟି-୨୦ ସିରିଜ୍‌‌ ବିଜୟୀ ହୋଇଛି। ଏହି ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳିଙ୍କୁ […]

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହେବ । ଏହିଠାରୁ ମଧ୍ୟ ଭାରତର ଦିନିକିଆ ବିଶ୍ୱକପ୍‌ ପ୍ରସ୍ତୁତି ଆରମ୍ଭ ହେବ। ବିଶ୍ୱକପ୍‌‌ ଭାରତରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ଏଣୁ ଭାରତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌‌ରୁ ଏହି ପ୍ରସ୍ତୁତି ଆରମ୍ଭ କରିବ। ଏହା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨-୧ରେ ଟି-୨୦ ସିରିଜ୍‌‌ ବିଜୟୀ ହୋଇଛି। ଏହି ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳିଙ୍କୁ ଦିନିକିଆ ଦଳରେ ନିଆଯାଇଛି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଅଭିଜ୍ଞ ତଥା ମ୍ୟାଚ୍‌‌ ବିଜେତା ଖେଳାଳିଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ। ଏପରିକି ଟି-୨୦ରେ ବିସ୍ଫୋରଣ କରିଥିବା ସୁର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳି ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇବା ଲାଗି ଶ୍ରେୟସ ଆୟରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଣୁ ରୋହିତ ଓ ବିରାଟଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳର ଦକ୍ଷତା ବୃଦ୍ଧି ଘଟିଛି। କିନ୍ତୁ ଯଶ୍‌‌ପ୍ରୀତ୍‌‌ ବୁମ୍‌‌ରାଙ୍କୁ ବାଦ୍‌‌ ଦେବା ପରେ ଭାରତୀୟ ବୋଲିଂ କିଛିଟା ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଦିନିକିଆରେ ଶ୍ରୀଲଙ୍କା ଏକ ବିଶ୍ୱବିଜୟୀ ଦଳ ନୁହେଁ। ୨ ବର୍ଷ ପୂର୍ବେ ଏହି ଦଳର ଦକ୍ଷତା ନଥିଲା। କିନ୍ତୁ ଏବେ କିଛିଟା ଉନ୍ନତି ହୋଇଛି। ଏହି ଉନ୍ନତି ସତ୍ତ୍ବେ ଦାସୁନ ସାନକାଙ୍କ ନେତୃତ୍ୱରେ ଗଠିତ ଦଳ ଭାରତକୁ ହରାଇପାରିବ ବୋଲି ଆଶା କରାଯାଉ ନାହିଁ। ଅବଶ୍ୟ ପଡ଼ିଆକୁ ଓହ୍ଲାଇବା ପରେ ଶ୍ରୀଲଙ୍କାର ଦମ୍‌‌ ବଢ଼଼ିଯାଇଥାଏ। ଯାହା ଫଳରେ ନିରପେକ୍ଷ ଭାବେ କହିଲେ ଶ୍ରୀଲଙ୍କା ନିଶ୍ଚିତଭାବେ ଏହି ସିରିଜ୍‌‌ରେ ଲଢ଼େଇ କରିବ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭାରତୀୟ ଦଳ ଗତ ୩ ବର୍ଷ ମଧ୍ୟରେ ଦେଶରେ ମାତ୍ର ୧୨ଟି ଦିନିକିଆ ମ୍ୟାଚ୍‌‌ ଖେଳିଛି। ଏହା ମଧ୍ୟରୁ ଦଳ ୯ଟିରେ ବିଜୟୀ ହୋଇଛି। ଦଳରେ ଆହତ ସମସ୍ୟା ଓ ବିଶ୍ରାମ ନେବା ପରେ ନୂଆ ମନ ନେଇ ଖେଳାଳିମାନେ ଏହି ସିରିଜ୍‌‌ରେ ନୂଆ ବର୍ଷ ଅଭିଯାନ କରିବେ। ବିଶେଷ କରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଭାରତୀୟ ଦଳର ଭବିଷ୍ୟତ ନିର୍ଭର କରିବ। ଗତ ଦିନିକିଆରେ ଦ୍ରୁତତମ ଦ୍ୱିଶତକ ହାସଲ କରିଥିବା ଇଶାନ କିସାନଙ୍କୁ ଏହି ମ୍ୟାଚ୍‌‌ରେ ଖେଳାଯିବ ନାହିଁ। ଶୁବମାନ ଗିଲ ତାଙ୍କ ସ୍ଥାନରେ ଖେଳିବେ। ଆଘାତ ଜନିତ କାରଣରୁ ଋଷଭ ପନ୍ତ୍‌‌ ଓ ସଞ୍ଜୁ ସାମସନ ଦଳରେ ନଥିବାରୁ ଏବଂ କିସାନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍‌‌ ଦେବା ଫଳରେ ଲୋକେଶ ରାହୁଲ ୱିକେଟକିପିଂ କରିବା ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ରୋହିତ, ଶୁବମାନ, ବିରାଟ, ଲୋକେଶଙ୍କ ପରେ ୫ମ ସ୍ଥାନ ଲାଗି ସୂର୍ଯ୍ୟକୁମାର ଓ ଶ୍ରେୟସଙ୍କ ମଧ୍ୟରୁ ଜଣଙ୍କ ମଧ୍ୟରୁ ନିଆଯିବ। ବୁମ୍‌‌ରାଙ୍କୁ ଦଳରୁ ବାଦ୍‌‌ ଦେବା ଫଳରେ ମହମ୍ମଦ୍‌‌ ସାମି, ମହମ୍ମଦ୍‌‌ ସିରାଜ ଏହି ମ୍ୟାଚ୍‌‌ରେ ନିଶ୍ଚିତ ଖେଳିବେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ମଧ୍ୟ ସୁରକ୍ଷିତ। ଏଣୁ ଚତୁର୍ଥ ପେସ୍‌‌ ବୋଲର ଭାବେ ଅର୍ଶଦୀପ ସିଂ କିମ୍ବା ଉମ୍ରାନ ମଲିକଙ୍କ ମଧ୍ୟରୁ ଜଣଙ୍କୁ ସାମିଲ କରାଯାଇପାରେ। ସେହପରି ବାମହାତୀ ସ୍ପିନ୍‌‌ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଦିନିକିଆ ଟିମ୍‌‌ରେ ଖେଳିବା ନିଶ୍ଚିତ। ଦ୍ୱିତୀୟ ସ୍ପିନର ଭାବେ ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ନିଆଯାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର