ଫିଫା ବିଶ୍ବକପ୍‌ ଫାଇନାଲ୍‌ : ଟାଇଟଲ ଜିତିଲେ ଏହି ସବୁ ରେକର୍ଡର ଅଧିକାରୀ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ

The Sakala Picture
Published On

ଦୋହା : ୧୯୭୮ ଓ ୧୯୮୬ରେ ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା, ୧୯୯୮ ଓ ୨୦୧୮ରେ ଟାଇଟଲ ଜିତିଥିବା ଫ୍ରାନ୍ସ ମଧ୍ୟରେ ଏଠାରେ ୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଓ ହୁଗ ଲୋରିସ୍‍ଙ୍କ ନେତୃତ୍ୱରେ ଫ୍ରାନ୍ସ ଯଦି ଏଠାରେ ଟାଇଟଲ ବିଜୟୀ ହୁଅନ୍ତି, ତେବେ ଏହା ସେମାନଙ୍କର ତୃତୀୟ ବିଶ୍ୱକପ୍‍ ଟାଇଟଲ ହେବ। ଉଭୟ ଦଳ ଜିତିଲେ ଏଠାରେ ନିମ୍ନଲିଖିତ ରେକର୍ଡ ପ୍ରତିଷ୍ଠା କରିବେ। ଆର୍ଜେଣ୍ଟିନା ଜିତିଲେ ୧-ଦୀର୍ଘ […]

ଦୋହା : ୧୯୭୮ ଓ ୧୯୮୬ରେ ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା, ୧୯୯୮ ଓ ୨୦୧୮ରେ ଟାଇଟଲ ଜିତିଥିବା ଫ୍ରାନ୍ସ ମଧ୍ୟରେ ଏଠାରେ ୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଓ ହୁଗ ଲୋରିସ୍‍ଙ୍କ ନେତୃତ୍ୱରେ ଫ୍ରାନ୍ସ ଯଦି ଏଠାରେ ଟାଇଟଲ ବିଜୟୀ ହୁଅନ୍ତି, ତେବେ ଏହା ସେମାନଙ୍କର ତୃତୀୟ ବିଶ୍ୱକପ୍‍ ଟାଇଟଲ ହେବ। ଉଭୟ ଦଳ ଜିତିଲେ ଏଠାରେ ନିମ୍ନଲିଖିତ ରେକର୍ଡ ପ୍ରତିଷ୍ଠା କରିବେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଆର୍ଜେଣ୍ଟିନା ଜିତିଲେ

୧-ଦୀର୍ଘ ୩୬ ବର୍ଷ ପରେ ଟାଇଟଲ ଜିତିବ। ଶେଷଥର ୧୯୮୬ରେ ଆର୍ଜେଣ୍ଟିନା ଟାଇଟଲ ଜିତିଥିଲା।
୨- ଲିଓନେଲ ମେସି ତୃତୀୟ ଅଧିନାୟକ ଭାବେ ଆର୍ଜେଣ୍ଟିନା ପକ୍ଷରୁ ଟାଇଟଲ ଜିତିବେ। ପୂର୍ବରୁ ଡାନିଏଲ ପାସାରେଲା ଓ ଡିଏଗୋ ମାରାଡୋନା ଏହି ସଫଳତା ପାଇଥିଲେ।
୩- ଏହା ଯଦି ସମ୍ଭବ ହୁଏ ତେବେ ଚତୁର୍ଥ ଦଳ ଭାବେ ଆର୍ଜେଣ୍ଟିନା ତୃତୀୟ ଟାଇଟଲ ଜିତିବ। ପୂର୍ବରୁ ବ୍ରାଜିଲ ୫ଥର, ଇଟାଲୀ ଓ ଜର୍ମାନୀ ୪ଥର ଲେଖାଏଁ ଏହି ଟାଇଟଲ ଜିତଛନ୍ତି।
୪-ଗତ ୪ଟି ସଂସ୍କରଣରେ ୟୁରୋପର ଟିମ୍‍ ଟାଇଟଲ ଜିତୁଥିଲାବେଳେ ଏହି ଧାରାରେ ବ୍ରେକ୍‍ ଲାଗିବ। ୨୦୦୨ରେ ବ୍ରାଜିଲ ଦକ୍ଷିଣ ଆମେରିକୀୟ ଟିମ୍‍ ଭାବେ ଶେଷଥର ଟାଇଟଲ ଜିତିଥିଲା। ୨୦୦୬ରେ ଇଟାଲୀ, ୨୦୧୪ରେ ସ୍ପେନ୍‍, ୨୦୧୪ରେ ଜର୍ମାନୀ ଓ ୨୦୧୮ରେ ଫ୍ରାନ୍ସ ୟୁରୋପୀୟ ଦଳ ଭାବେ ଚାମ୍ପିଅନ ହୋଇଛନ୍ତି।
୫-ମେସି ଯଦି ଫାଇନାଲରେ ଗୋଟିଏ ଗୋଲ୍‌ ସ୍କୋର କରିବେ, ଏବଂ ସେହି ସମୟରେ ଫ୍ରାନ୍ସର କିଲିଆନ୍‍ ଏମ୍‍ବାପ୍ପେ ଗୋଲ୍‌ କରିବେ ନାହିଁ, କିମ୍ବା ଫ୍ରାନ୍ସର ଅଲିଭର ଜିରୋଡ ଓ ଆର୍ଜେଣ୍ଟିନାର ଜୁଲିଆନ୍‍ ଆଲଭାରେଜ ଆଉ ୨ଟି ଲେଖାଏଁ ଗୋଲ୍‌ କରିବେ ନାହିଁ ତେବେ ମେସିଙ୍କୁ ଗୋଲ୍‌ଡେନ୍‌ ବୁଟ୍‍ ପୁରସ୍କାର ମିଳିବ।
୬-ମେସି ଏଠାରେ ୪ଥର ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ପୁରସ୍କାର ପାଇଛନ୍ତି। ଫାଇନାଲରେ ଶ୍ରେଷ୍ଠ ଖେଳାଳି ହେଲେ ତାଙ୍କୁ ଗୋଲ୍‌ଡେନ୍‌ ବଲ ପୁରସ୍କାର (ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି) ମଧ୍ୟ ମିଳିବ।
୭-ଫାଇନାଲ ଖେଳିଲେ ମେସି ବିଶ୍ୱକପ୍‍ରେ ସର୍ବାଧିକ ୨୬ଟି ମ୍ୟାଚରେ ପଦାର୍ପଣ କରିବାର ରେକର୍ଡ କରିବେ। ଏହା ପୂର୍ବରୁ ଜର୍ମାନୀର ଲୋଥର ମାଥାଉସ ଓ ମେସି ୨୫ଟି ଲେଖାଏଁ ମ୍ୟାଚ୍‍ ଜିତି ସମାନ ସ୍ଥିତିରେ ରହିଛନ୍ତି।

ଫ୍ରାନ୍ସ ଜିତିଲେ

୧-ଏହା ଗତ ୬୦ ବର୍ଷରେ ତୃତୀୟ ଦଳ ଭାବେ କ୍ରମାଗତ ଟାଇଟଲ ଜିତିବାରେ ସମର୍ଥ ହେବ। ୧୯୫୮ ଓ ୧୯୬୨ ବ୍ରାଜିଲ ଶେଷଥର ଏହି ସଫଳତା ପାଇଥିଲା।
୨- ଏହା ତୃତୀୟ ଦଳ ଭାବେ ଟାଇଟଲ ବଜାୟ ରଖିବ। ପୂର୍ବରୁ ଇଟାଲୀ ଓ ବ୍ରାଜିଲ ଏହି ସଫଳତା ପାଇଛନ୍ତି।
୩- ଫ୍ରାନ୍ସ କୋଚ୍‍ ଡିଡିୟର ଡେସଚାମ୍ପ ବିଶ୍ୱକପ୍‍ ଇତିହାସରେ ମାତ୍ର ଦ୍ୱିତୀୟ ବ୍ୟକ୍ତିଭାବେ କ୍ରମାଗତ ଟାଇଟଲ ଜିତାଇବେ। ପୂର୍ବରୁ ୧୯୩୪ ଓ ୧୯୩୮ରେ ଭିଟ୍ଟୋରିଓ ପୋଜି ଇଟାଲୀକୁ କ୍ରମାଗତ ଟାଇଟଲ ଜିତାଇଥିଲେ।
୪- ଡେସ୍‍ଚାମ୍ପ ମଧ୍ୟ ପ୍ରଥମ ବ୍ୟକ୍ତିଭାବେ ଜଣେ ଖେଳାଳି ଭାବେ ଥରେ ଓ ମ୍ୟାନେଜର ଭାବେ ଦୁଇଥର ଗୋଟିଏ ଦଳକୁ ଚାମ୍ପିଅନ କରାଇବାରେ ସଫଳତା ହାସଲ କରିବେ।
୫- ବିଶ୍ୱକପରେ ୟୁରୋପର ଟାଇଟଲ ଜିତିବା ଅଭିଯାନ ଅବ୍ୟାହତ ରହିବ। ୨୦୦୬ରୁ ୨୦୧୮ ଯାଏ ୟୁରୋପ ଟାଇଟଲ ଜିତିଆସୁଛି।
୬- ଲିଓନେଲ ମେସି ଫାଇନାଲରେ ଗୋଲ୍‌ ନକଲେ ଏବଂ କିଲିଆନ୍‍ ଏମ୍‍ବାପ୍ପେ ଗୋଟିଏ ଗୋଲ୍‌ ଦେଲେ ଗୋଲ୍‌ଡେନ୍‌ ବୁଟ୍‍ (ସର୍ବାଧିକ ଗୋଲ୍‌) ପୁରସ୍କାର ପାଇବେ। ଜିରୋଡ ଓ ଆଲଭାରେଜ୍‍ଙ୍କୁ ୨ଟି ଲେଖାଏଁ ଗୋଲ୍‌ ନକରିବା ଆବଶ୍ୟକ।
୭- ଫାଇନାଲରେ ଏମ୍‍ବାପ୍ପେ ଗୋଲ୍‌ ସ୍କୋର କଲେ ୨୪ ବର୍ଷ ପୂର୍ବରୁ ଗୋଟିଏ ବିଶ୍ୱକପ୍‍ରେ ସର୍ବାଧିକ ଗୋଲ୍‌ ସ୍କୋର କରିବାର ୩ଜଣଙ୍କ ସହ ସମକକ୍ଷ ହେବେ। ୨୪ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ଗୋଟିଏ ବିଶ୍ୱକପରେ ସର୍ବାଧିକ ୬ଟି ଲେଖାଏଁ ଗୋଲ୍‌ ବ୍ରାଜିଲର ପେଲେ, ଆର୍ଜେଣ୍ଟିନାର ମାରିଓ କେମ୍ପେସ୍‍ ଓ କଲମ୍ବିଆର ଜେମ୍ସ ରୋଡ୍ରିଗ୍ୱେଜ୍‍ ସ୍କୋର କରିଛନ୍ତି। ଡିସେମ୍ବର ୨୦ରେ ଏମ୍‍ବାପ୍ପେଙ୍କୁ ୨୪ ବର୍ଷ ହେବ।

18 Dec 2022 By The Sakala

https://www.thesakala.in/sports/fifa-world-cup-final-argentina-and-france-will-hold-all-these-records-if-they-win-the-title/article-17472
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର