୩ୟ ଦିନିକିଆରେ ଭାରତର ବୃହତ ବିଜୟ, ୨୨୭ ରନ୍‌ରେ ହାରିଲା ବାଂଲାଦେଶ

The Sakala Picture
Published On

ଢାକା : ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଥିବା ଭାରତ ଏହି ବିଜୟ ହାସଲ କରିବା ସହ ସମ୍ମାନର ଶେଷ ସିରିଜ ଶେଷ କରିଛି। ଆଜିର ମ୍ୟଚରେ ଭାରତ ଇଶାନ କିଷନଙ୍କ ବିସ୍ଫୋରକ ଦ୍ବିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ୪୧୦ […]

ଢାକା : ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଥିବା ଭାରତ ଏହି ବିଜୟ ହାସଲ କରିବା ସହ ସମ୍ମାନର ଶେଷ ସିରିଜ ଶେଷ କରିଛି। ଆଜିର ମ୍ୟଚରେ ଭାରତ ଇଶାନ କିଷନଙ୍କ ବିସ୍ଫୋରକ ଦ୍ବିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ୪୧୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବାଂଲାଦେଶ ମାତ୍ର ୧୮୨ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଯାହା ଫଳରେ ଭାରତ ଶେଷ ଦିନିକିଆରେ ୨୨୭ ରନ୍‌ରେ ବୃହତ ବିଜୟ ହାସଲ କରିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୩ ରନରେ ଶିଖର ଧଓ୍ବନଙ୍କ ଓ୍ବିକେଟ୍ ହରାଇଥିଲା । କିନ୍ତୁ ଇଶାନ କିଷନ ଓ ବିରାଟ କୋହଲି ବାଂଲାଦେଶ ବୋଲଙ୍କ ଉପରେ ପ୍ରଭାବ ବିସ୍ତାର କରିଖେଳିଥିଲେ। ଈଶାନ କିଶନ ୧୩୧ଟି ବଲ୍‌ରୁ ୨୪ଟି ଚୌକା ଓ ୧୦ଟି ଛକ୍କା ସହାୟତାରେ ୨୧୦ ରନ୍ କରିଥିଲେ। ସେହିପରି ପ୍ରାୟ ୩ ବର୍ଷ ପରେ ବିରାଟ କୋହଲି ଶତକ ମାରିଥିଲେ। ସେ ୯୧ଟି ବଲ୍‌ରୁ ୧୧୩ ରନ୍ (୧୧ଟି ଚୌକା ଓ ୨ଟି ଛକ୍କା) କରିଥିଲେ। ଓ୍ବାଶିଂଟନ ସୁନ୍ଦର ୨୭ଟି ବଲ୍‌ରୁ ୩୭ କରିଥିବା ବେଳେ ଅକ୍ଷର ପଟେଲ ୧୭ଟି ବଲ୍‌ରୁ ୨୦ ରନ୍ କରିଥିଲେ। ଶିଖର ଧାଓ୍ବନ, ଶ୍ରେୟସ ଆୟର ଓ ଶର୍ଦ୍ଦୁଳ ଠାକୁର ୩ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। ଅଧିନାୟକ କେ.ଏଲ୍ ରାହୁଲ ୮ ରନ୍ କରିଥିଲେ। ଦଳ ୮ଟି ଓ୍ବିକେଟ୍ ହରାଇ ୪୦୯ ରନ୍ କରିଥିଲା।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାକିବୁଲ ଅଲ ହସନ ସର୍ବାଧିକ ୪୩ ରନ କରିଥିବାବେଳେ ଲିଟନ ଦାସ ୨୯ ରନ ଓ ୟାସିର ଅଲ୍ଲି ୨୫ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ୍ବିକେଟ ନେଇଥିବାବେଳେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

10 Dec 2022 By The Sakala

୩ୟ ଦିନିକିଆରେ ଭାରତର ବୃହତ ବିଜୟ, ୨୨୭ ରନ୍‌ରେ ହାରିଲା ବାଂଲାଦେଶ

ଢାକା : ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଥିବା ଭାରତ ଏହି ବିଜୟ ହାସଲ କରିବା ସହ ସମ୍ମାନର ଶେଷ ସିରିଜ ଶେଷ କରିଛି। ଆଜିର ମ୍ୟଚରେ ଭାରତ ଇଶାନ କିଷନଙ୍କ ବିସ୍ଫୋରକ ଦ୍ବିଶତକ ଓ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ବାଂଲାଦେଶ ଆଗରେ ୪୧୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବାଂଲାଦେଶ ମାତ୍ର ୧୮୨ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଯାହା ଫଳରେ ଭାରତ ଶେଷ ଦିନିକିଆରେ ୨୨୭ ରନ୍‌ରେ ବୃହତ ବିଜୟ ହାସଲ କରିଛି।

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ମାତ୍ର ୩ ରନରେ ଶିଖର ଧଓ୍ବନଙ୍କ ଓ୍ବିକେଟ୍ ହରାଇଥିଲା । କିନ୍ତୁ ଇଶାନ କିଷନ ଓ ବିରାଟ କୋହଲି ବାଂଲାଦେଶ ବୋଲଙ୍କ ଉପରେ ପ୍ରଭାବ ବିସ୍ତାର କରିଖେଳିଥିଲେ। ଈଶାନ କିଶନ ୧୩୧ଟି ବଲ୍‌ରୁ ୨୪ଟି ଚୌକା ଓ ୧୦ଟି ଛକ୍କା ସହାୟତାରେ ୨୧୦ ରନ୍ କରିଥିଲେ। ସେହିପରି ପ୍ରାୟ ୩ ବର୍ଷ ପରେ ବିରାଟ କୋହଲି ଶତକ ମାରିଥିଲେ। ସେ ୯୧ଟି ବଲ୍‌ରୁ ୧୧୩ ରନ୍ (୧୧ଟି ଚୌକା ଓ ୨ଟି ଛକ୍କା) କରିଥିଲେ। ଓ୍ବାଶିଂଟନ ସୁନ୍ଦର ୨୭ଟି ବଲ୍‌ରୁ ୩୭ କରିଥିବା ବେଳେ ଅକ୍ଷର ପଟେଲ ୧୭ଟି ବଲ୍‌ରୁ ୨୦ ରନ୍ କରିଥିଲେ। ଶିଖର ଧାଓ୍ବନ, ଶ୍ରେୟସ ଆୟର ଓ ଶର୍ଦ୍ଦୁଳ ଠାକୁର ୩ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। ଅଧିନାୟକ କେ.ଏଲ୍ ରାହୁଲ ୮ ରନ୍ କରିଥିଲେ। ଦଳ ୮ଟି ଓ୍ବିକେଟ୍ ହରାଇ ୪୦୯ ରନ୍ କରିଥିଲା।

ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାକିବୁଲ ଅଲ ହସନ ସର୍ବାଧିକ ୪୩ ରନ କରିଥିବାବେଳେ ଲିଟନ ଦାସ ୨୯ ରନ ଓ ୟାସିର ଅଲ୍ଲି ୨୫ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ୍ବିକେଟ ନେଇଥିବାବେଳେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର