ଶେଷ ଦିନିକିଆରେ ବାଂଲାଦେଶକୁ ୪୧୦ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୪୦୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଂଲାଦେଶକୁ ୪୧୦ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ଶିଖର ଧୱନ୍‌ ୮ […]

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୪୦୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଂଲାଦେଶକୁ ୪୧୦ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଭାରତ ପକ୍ଷରୁ ଶିଖର ଧୱନ୍‌ ୮ ବଲରେ ୩ ରନ କରି ଆଉଟ ହୋଇଥିଲେ । ପରେ ପାରିକୁ ଈଶାନ୍‌ କିଷନ୍‌ ଓ ବିରାଟ କୋହଲି ସମ୍ଭାଳିଥିଲେ। ଈଶାନ୍‌ କିଷନ୍‌ ୧୩୧ ବଲରେ ୨୧୦ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହ୍‌ଲି ୯୧ ବଲରେ ୧୧୩ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ୍‌ ଆୟର୍‌ ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। କେ. ଏଲ୍‌. ରାହୁଲ୍‌ ୧୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ୱାସିଂଟନ୍‌ ସୁନ୍ଦର ୨୭ ବଲରେ ୩୭ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ୍‌ ୧୭ ବଲରେ ୨୦ ରନ କରି ଆଉଟ ହୋଇଥିଲେ।  ପରେ ପାରିକୁ ଶାର୍ଦ୍ଦୁଳ ଠାକୁର ଓ କୁଳଦୀପ ଯାଦବ ଆଗକୁ ନେଇଥିଲେ। ପରେ ଶାର୍ଦ୍ଦୁଳ ଠାକୁର ୫ ବଲରେ ୩ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ବାଂଲାଦେଶ ପକ୍ଷରୁ ତାସ୍କିନ୍‌ ଅହମଦ୍ , ଏବାଦତ୍‌ ହୋସେନ୍‌ ଓ ଶକିବ୍‌ ଅଲ୍‌ ହସନ୍‌ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳ ମେହିଦୀ ହସନ୍‌ ମିର୍ଜା ଓ ମୁସ୍ତାଫିଜୁର୍‌ ରହମନ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର