ଆଜି ଭାରତ-ବାଂଲାଦେଶ ମଧ୍ୟରେ ଅନ୍ତିମ ଦିନିକିଆ; କ୍ଲିନ ସୁଇପ ଏଡ଼ାଇବା ଲକ୍ଷ୍ୟରେ ଭାରତ

The Sakala Picture
Published On

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ । ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇଥିଲେ। ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା କୁଲଦୀପ ସେନ ମଧ୍ୟ […]

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ । ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇଥିଲେ। ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା କୁଲଦୀପ ସେନ ମଧ୍ୟ ଆହତ ହୋଇଥିଲେ। ଏଥିପାଇଁ ଏହି ୩ ଖେଳାଳି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରୁ ବାଦ ପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଆଜିର ମ୍ୟାଚରେ କେ.ଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ । ପୂର୍ବରୁ ଗତ ଦୁଇଟି ମ୍ୟାଚ ହାରି ବ୍ୟାକ ଫୁଟରେ ଅଛି ଭାରତ । ଭାରତ ଶେଷ ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରୁଥିବାବେଳେ ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ପୋଛିନେବାକୁ ରଣନୀତି କରିଛି ଘରୋଇ ବାଂଲାଦେଶ ଟିମ୍ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଭାରତକୁ ସ୍ଥିତି ସୁଦୃଢ଼ କରିବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଲଗାତାର ଫ୍ଲପ୍ ହେଉଛି ଟିମ୍ ଇଣ୍ଡିଆ । ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ବାଂଲାଦେଶଠୁ ସିରିଜ୍ ହାରିଛି । ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇକୁ ଟିମର ଏପରି ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଛି । ଟିମରେ ପରିବର୍ତ୍ତନ ପାଇଁ ଲଗାତାର ଦାବି କରାଯାଉଛି । ନିକଟରେ ବିସିସିଆଇ ମଧ୍ୟ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରି ନୂଆ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଥିଲା ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

10 Dec 2022 By The Sakala

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଅନ୍ତିମ ଦିନିକିଆ; କ୍ଲିନ ସୁଇପ ଏଡ଼ାଇବା ଲକ୍ଷ୍ୟରେ ଭାରତ

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ । ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଦୀପକ ଚହର ଆହତ ହୋଇଥିଲେ। ସେହିପରି ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା କୁଲଦୀପ ସେନ ମଧ୍ୟ ଆହତ ହୋଇଥିଲେ। ଏଥିପାଇଁ ଏହି ୩ ଖେଳାଳି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରୁ ବାଦ ପଡ଼ିଛନ୍ତି।

ଆଜିର ମ୍ୟାଚରେ କେ.ଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ । ପୂର୍ବରୁ ଗତ ଦୁଇଟି ମ୍ୟାଚ ହାରି ବ୍ୟାକ ଫୁଟରେ ଅଛି ଭାରତ । ଭାରତ ଶେଷ ମ୍ୟାଚ ଜିତି ସମ୍ମାନ ରଖିବାକୁ ଉଦ୍ୟମ କରୁଥିବାବେଳେ ସେପଟେ ଆଜିର ମ୍ୟାଚ୍ ଜିତି ସିରିଜ ପୋଛିନେବାକୁ ରଣନୀତି କରିଛି ଘରୋଇ ବାଂଲାଦେଶ ଟିମ୍ । ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଭାରତକୁ ସ୍ଥିତି ସୁଦୃଢ଼ କରିବାକୁ ପଡ଼ିବ ।

ଲଗାତାର ଫ୍ଲପ୍ ହେଉଛି ଟିମ୍ ଇଣ୍ଡିଆ । ଏସିଆ କପ୍ ଓ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ବାଂଲାଦେଶଠୁ ସିରିଜ୍ ହାରିଛି । ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇକୁ ଟିମର ଏପରି ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଛି । ଟିମରେ ପରିବର୍ତ୍ତନ ପାଇଁ ଲଗାତାର ଦାବି କରାଯାଉଛି । ନିକଟରେ ବିସିସିଆଇ ମଧ୍ୟ ଚୟନକର୍ତ୍ତା କମିଟିକୁ ବରଖାସ୍ତ କରି ନୂଆ କମିଟି ଗଠନ ପାଇଁ ନିଷ୍ପତ୍ତି ନେଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର