ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦; ଖେଳାଳି ଚୟନକୁ ନେଇ ଦ୍ୱନ୍ଦ୍ୱରେ ଭାରତ

The Sakala Picture
Published On

ମାଉଣ୍ଟ ମାଉଙ୍ଗାନୁଇ(ଏଜେନ୍ସି): ଭାରତ ବନାମ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ବେ ଓଭାଲ ଷ୍ଟାଡିୟମ୍‍ରେ ରବିବାର ଖେଳାଯିବ। ଏହା ପୂର୍ବରୁ ୱେଲିଂଟନରେ ଖେଳାଯିବାକୁ ଥିବା ପ୍ରଥମ ମୁକାବିଲାଟି ବର୍ଷା ଯୋଗୁ ସମ୍ଭବ ହୋଇ ପାରି ନଥିଲା। ଯାହା ଫଳରେ ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଭାରତୀୟ ଦଳ ପ୍ରଥମ ଲଢ଼େଇରୁ ବଞ୍ଚିତ ହୋଇଥିଲେ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଏହି ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତାର ପରୀକ୍ଷା ଦେବାକୁ ଅପେକ୍ଷା […]

ମାଉଣ୍ଟ ମାଉଙ୍ଗାନୁଇ(ଏଜେନ୍ସି): ଭାରତ ବନାମ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ବେ ଓଭାଲ ଷ୍ଟାଡିୟମ୍‍ରେ ରବିବାର ଖେଳାଯିବ। ଏହା ପୂର୍ବରୁ ୱେଲିଂଟନରେ ଖେଳାଯିବାକୁ ଥିବା ପ୍ରଥମ ମୁକାବିଲାଟି ବର୍ଷା ଯୋଗୁ ସମ୍ଭବ ହୋଇ ପାରି ନଥିଲା। ଯାହା ଫଳରେ ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଭାରତୀୟ ଦଳ ପ୍ରଥମ ଲଢ଼େଇରୁ ବଞ୍ଚିତ ହୋଇଥିଲେ। ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଏହି ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତାର ପରୀକ୍ଷା ଦେବାକୁ ଅପେକ୍ଷା କରିଛନ୍ତି। ଏଠାରେ ଯଦି ଖେଳ ସମ୍ଭବ ହୁଏ, ତେବେ ଉଭୟ ଦଳର ଖେଳାଳି ବଡ଼ ପଡ଼ିଆ ସହ ନିଜକୁ ଆଡଜଷ୍ଟ କରିବେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତୀୟ ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାହାକୁ ନେଇ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ୍‍। ଗୋଟିଏ ପରେ ୯୦ ଭାଗ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିଲାବେଳେ ଭୁବନେଶ୍ୱର କୁମାରଙ୍କ ଭଳି ବୟସ୍କ (ପାଖାପାଖି ୩୩ ବର୍ଷ) ଖେଳାଳିଙ୍କୁ ସାମିଲ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ୍‍। ତାଙ୍କୁ ଏବେ କେବଳ ଗୋଟିଏ ଫର୍ମାଟ ଏହି ଟି-୨୦ରେ ଖେଳିବାକୁ ସୁଯୋଗ ମିଳୁଛି। ଆସନ୍ତାବର୍ଷ ଖୁବ କମ୍‍ ସଂଖ୍ୟାରେ ଟି-୨୦ ମ୍ୟାଚ୍‍ ଖେଳାଯିବ। ଏବେ ସୁଇଂ ନେଉଥିବା ପିଚ୍‍ରେ ସେ କେବଳ ସଫଳ ହେଉଛନ୍ତି। ତାଙ୍କ ବୋଲିଂର ପେସ୍‍ କମିବାରେ ଲାଗିଛି। ଏଭଳି ସ୍ଥଳେ ତାଙ୍କୁ ୨୦୨୪ ବିଶ୍ୱକପ୍‍ ଲାଗି ଭାରତୀୟ ଦଳରେ ସାମିଲ କରିବାର ସମ୍ଭାବନା କମ୍‍ ରହିଛି। ତାଙ୍କୁ ଦଳରେ ରଖିବା ଫଳରେ ଟିମ୍‍ ମ୍ୟାନେଜମେଣ୍ଟକୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି। କିନ୍ତୁ ତାଙ୍କୁ ଦଳରେ ସାମିଲ କରି ନ ଖେଳାଇଲେ ଜଣେ ଅଭିଜ୍ଞ ବୋଲର ଏକ ମାଇଲଷ୍ଟୋନ୍‍ରୁ ବଞ୍ଚିତ ହେବା ସହ ସେ ମାନସିକ ଭାବେ ଆଘାତ ପାଇପାରନ୍ତି। ଏସେ ସେ ଦଳର ସବୁଠାରୁ ସଫଳ ବୋଲର। ଏହି ଦୁଇଟି ମ୍ୟାଚ୍‍ରେ ସେ ଯଦି ଆଉ ୪ଟି ୱିକେଟ ଅକ୍ତିଆର କରନ୍ତି, ତେବେ ଗୋଟିଏ ସିଜନରେ ସର୍ବାଧିକ ୪୦ଟି ୱିକେଟ ନେବାର ରେକର୍ଡ କରିବେ। ତାଙ୍କ ବଦଳରେ ଉମ୍ରାନ ମଲ୍ଲିକଙ୍କୁ ଖେଳାଇଲେ ସେ ବେଶ ଅଭିଜ୍ଞତା ଲାଭ କରିବେ। ମଲ୍ଲିକଙ୍କ ନିକଟରେ ପେସ୍‍ ରହିଛି ଓ ସେ ସୁଯୋଗ ପାଇଲେ, ପୂର୍ବପରି ହାତଛଡ଼ା କରିବେ ନାହିଁ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସେହିପରି ବ୍ୟାଟିଂ ଲାଗି କେଉଁ ଖେଳାଳିଙ୍କୁ ସାମିଲ କରାଯିବ, ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ଏହି ସିରିଜ୍‍ରେ ୱିକେଟକିପର ଋଷଭ ପନ୍ତ୍‍ଙ୍କୁ ଇନିଂସ ଓପନ କରିବାକୁ ସୁଯୋଗ ଦିଆଯିବ ବୋଲି ଅଲିଖିତ ଘୋଷଣା ହୋଇଛି। ଭାରତକୁ ଟପ୍‍ ଅର୍ଡରରେ ଜଣେ ବାମହାତୀ ବ୍ୟାଟରଙ୍କ ଆବଶ୍ୟକତା ରହିଛି। ଏଣୁ ପନ୍ତ୍‍ ଇନିଂସ ଓପନ କଲେ ତାଙ୍କ ସହ ଜଣେ ଡାହାଣହାତୀ ବ୍ୟାଟରଙ୍କୁ ପାର୍ଟନର କରାଯିବ। ଶୁବମାନ ଗିଲଙ୍କୁ ଏହି ସୁଯୋଗ ମିଳିବ ବା ଆଉ ଜଣେ ବାମହାତୀ ଇଶାନ କିସାନଙ୍କୁ ସୁଯୋଗ ଦିଆଯିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ଉଭୟ କିସାନ ଓ ଶ୍ରେୟସ ଆୟର ସଟ୍‍ର୍ପିଚ୍‍ ବଲ ବିପକ୍ଷରେ ଭଲ ଖେଳିପାରନ୍ତି ନାହିଁ। ଏଣୁ ଆୟରଙ୍କ ସ୍ଥାନରେ ଦୀପକ ହୁଦାଙ୍କୁ ସାମିଲ କରାଗଲେ ସେ ଅଲରାଉଣ୍ଡର ଭୂମିକା ଗ୍ରହଣ କରିପାରିବେ। ଚୂଡାନ୍ତ ଦଳରେ ସୂର୍ଯ୍ୟକୁମାର ଯାଦବ, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ଉଭୟ ଏନଫୋର୍ସରର ଓ ଫିନିସର ଭୂମିକା ଗ୍ରହଣ କରିପାରିବେ। ଲେଗ୍‍ ସ୍ପିନର ଯୁଜବେନ୍ଦ୍ର ଚହଲ ବିଶ୍ୱକପ୍‍ରେ ହେଡ୍‍ କୋଚ୍‍ ରାହୁଲ ଦ୍ରାବିଡ୍‍ଙ୍କ ବିଶ୍ୱାସ ଜିତିପାରିଲେ ନାହିଁ। ଏହି ସିରିଜ୍‍ରେ ତାଙ୍କୁ ନିଜ ଉପରେ ଥିବା ବିଶ୍ୱାସକୁ ଦୃଢ଼ୀଭୂତ କରିବାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର