ଆଜି ଟି-ଟ୍ବେଣ୍ଡି ବିଶ୍ବକପ ଫାଇନାଲ; ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ, ଟାଇଟଲ ପାଇଁ ହେବ କଡା ଟକ୍କର

The Sakala Picture
Published On

ମେଲବୋର୍ଣ୍ଣ: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ। ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଥରେ ବିଶ୍ୱକପ ଟାଇଟଲ ହାତେଇଛି । କୁହାଯାଏ କ୍ରିକେଟ ଏକ ଅନିଶ୍ଚିତ ଖେଳ। ଏଠାରେ ଚାଲିଥିବା ଟି-୨୦ ବିଶ୍ୱକପରେ କ୍ରିକେଟ ଖେଳଠାରୁ ପାକିସ୍ତାନ […]

ମେଲବୋର୍ଣ୍ଣ: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ। ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ ମଧ୍ୟ ଥରେ ବିଶ୍ୱକପ ଟାଇଟଲ ହାତେଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

କୁହାଯାଏ କ୍ରିକେଟ ଏକ ଅନିଶ୍ଚିତ ଖେଳ। ଏଠାରେ ଚାଲିଥିବା ଟି-୨୦ ବିଶ୍ୱକପରେ କ୍ରିକେଟ ଖେଳଠାରୁ ପାକିସ୍ତାନ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଅଧିକ ଅନିଶ୍ଚିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ସୁପର-୧୨ରେ ଭାରତ ଓ ଜିମ୍ବାୱେଠାରୁ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେବାର ଦ୍ୱାରଦେଶରେ ପହଞ୍ଚିଥିଲା ପାକିସ୍ତାନ। କିନ୍ତୁ ଏହି ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍‍ସ ହରାଇବା ପରେ ପାକିସ୍ତାନ ତିଷ୍ଠି ରହିଥିଲା ଓ ଏହାର ପର ମ୍ୟାଚରେ ବାଂଲାଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହା ପରେ ପାକିସ୍ତାନ ଆତ୍ମବିଶ୍ୱାସ ଫେରିପାଇଥିଲା ଓ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏଠାରେ ରବିବାର ଫାଇନାଲ ମୁକାବିଲା ଇଂଲଣ୍ଡ ସହ ଅନୁଷ୍ଠିତ ହେବ। ୧୯୯୨, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‍ରେ ପାକିସ୍ତାନ ଯେତେବେଳେ ବିଦା ହେବା ସ୍ଥିତିରେ ପହଞ୍ଚିଥିଲା ଠିକ୍‍ ସେତିକିବେଳେ ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରତିଯୋଗିତାରେ ତିଷ୍ଠି ରହିଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ଇମ୍ରାନ ଖାନ୍‍, ଜାଭେଦ ମିଆଁଦାଦ୍‍ ଓ ୱାସିମ ଆକ୍ରମଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‍ ହୋଇଥିଲା। ଏହି ଇତିହାସକୁ ପାଥେୟ କରି ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ନାଟକୀୟ ଭାବେ ବିଶ୍ୱକପ୍‍ ଜିତିବାକୁ ଆଶା ରଖିଛି। ଟାଇଟଲ ବିଜୟରେ ପ୍ରତିବନ୍ଧକ ହେଉଛି ଜୋଶ୍‍ରେ ଥିବା ଜୋଶ୍‍ ବଟ୍ଟଲରଙ୍କ ଇଂଲଣ୍ଡ ଦଳ। ଏହି ଦଳରେ ଅଛନ୍ତି ଏକାଧିକ ମ୍ୟାଚ୍‍ ବିଜେତା ଓ ସବୁଠାରୁ ବଡ଼ କଥା ହେଉଛି ଇଂଲଣ୍ଡ ଖେଳାଳିଙ୍କ ମାନସିକତା। ବଟ୍ଟଲର, ଆଲେକ୍ସ ହେଲ୍ସ, ବେନ ଷ୍ଟୋକ୍ସ, ମୋଇନ ଅଲିଙ୍କ ପରି ପ୍ରତିଷ୍ଠିତ ଖେଳାଳି ଅଛନ୍ତି। ଏହି ଦଳ ନିକଟରେ ନିର୍ଭୟରେ ଖେଳିବାର ମାନସିକତା ରହିଛି। ଏମାନେ ସେମିଫାଇନାଲରେ ଭାରତ ବିପକ୍ଷରେ ୧୦ ୱିକେଟରେ ଜିତି ଏହାକୁ ଦେଖାଇ ସାରିଛନ୍ତି। ନିକଟରେ ଏହି ଦଳ ଏକାଧିକ ବିଶ୍ୱକପ୍‍ ଜିତିବାରେ ସମର୍ଥ ହୋଇଛି। ଇଓନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଘରୋଇ ମାଟିରେ ଅନୁଷ୍ଠିତ ୨୦୧୯ ଦିନିକିଆ ବିଶ୍ୱକପ୍‍ରେ ଚାମ୍ପିଅନ୍‍ ହୋଇଥିଲା। ଏଣୁ ଫର୍ମ, ଆତ୍ମବିଶ୍ୱାସ, ଆକ୍ରମଣାତ୍ମକ ଖେଳ ଓ ଦକ୍ଷତାରେ ଇଂଲଣ୍ଡ ଦଳ ସାମାନ୍ୟ ଆଗୁଆ ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଫାଇନାଲ ଜିତିବାକୁ ଇଂଲଣ୍ଡ ନିକଟରେ ସମସ୍ତ ଅସ୍ତ୍ର ଥିଲେ ମଧ୍ୟ ପାକିସ୍ତାନକୁ ଆଦୌ ଅଣ ଦେଖା କରି ହେବ ନାହିଁ। ଦଳର ଷ୍ଟାର ଓପନର ବାବର ଆଜମ ଓ ମହମ୍ମଦ୍‍ ରିଜୱାନ ସେମିଫାଇନାଲରେ ଫର୍ମକୁ ଫେରିଛନ୍ତି। ବିଶ୍ୱରେ ଏହି ଯୋଡି ଏବେ ସବୁଠାରୁ ସଫଳ ଯୋଡି ଭାବେ ବିବେଚିତ। ମହମ୍ମଦ ହାରିସ୍‍, ଇଫତିକର ଅହମ୍ମଦ୍‍ ଓ ସାନ ମାସୁଦ ମଧ୍ୟ ଏମାନଙ୍କୁ ସାଥ୍‍ ଦେବାକୁ ଅଛନ୍ତି। ଫାଷ୍ଟ ବୋଲର ସାହିନ ଆଫ୍ରିଦୀ ଗୋଟିଏ ସ୍ପେଲରେ ମ୍ୟାଚ୍‍ ଜିତାଇବାର ଅନେକ ନଜର ରହିଛି। ସେ ଏବେ ଟପ୍‍ ଫର୍ମରେ। ହାରିସ୍‍ ରୌଫ୍‍ଙ୍କ ସହ ନସୀମ ଶାହ କିମ୍ବା ମହମ୍ମଦ୍‍ ୱାସିମ ଜୁନିଅର ମଧ୍ୟ ବେଶ ପ୍ରଭାବ ପକାଇଛନ୍ତି। ଦୁଇ ସ୍ପିନର ସାଦାବ ଖାନ୍‍ ଓ ମହମ୍ମଦ ନୱାଜଙ୍କୁ ଖେଳିବା କଷ୍ଟକର। ଏମାନଙ୍କ ଫର୍ମ ସହ ଇତିହାସ ପାକିସ୍ତାନ ସପକ୍ଷରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର