ଟି-୨୦ ବିଶ୍ୱକପ୍‌ ଦ୍ବିତୀୟ ସେମିଫାଇନାଲ: ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ଆଡିଲେଡ୍‌: ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ଆଜି ୨ୟ ସେମିଫାଇନାଲ ମ୍ୟଚ ଖେଳାଯାଉଛି । ଏହି ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ୨ୟ ସେମିଫାଇନାଲରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୬୮ ରନ କରିଛି।  ଏହି ମ୍ୟଚକୁ ଇଂଲଣ୍ଡ ଜିତିବାକୁ ହେଲେ ୧୬୯ ରନର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ ୫ ବଲରେ ୫ ରନ କରି ଆଉଟ ହୋଇଥିଲେ। […]

ଆଡିଲେଡ୍‌: ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ଆଜି ୨ୟ ସେମିଫାଇନାଲ ମ୍ୟଚ ଖେଳାଯାଉଛି । ଏହି ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ୨ୟ ସେମିଫାଇନାଲରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୧୬୮ ରନ କରିଛି।  ଏହି ମ୍ୟଚକୁ ଇଂଲଣ୍ଡ ଜିତିବାକୁ ହେଲେ ୧୬୯ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ ଲୋକେଶ ରାହୁଲ ୫ ବଲରେ ୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ରୋହିତ ଶର୍ମା ସମ୍ଭାଳିଥିଲେ। ରୋହିତ ଶର୍ମା ୨୮ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ୧୦ ବଲରେ ୧୪ ରନ କରି ଆଉଟ ହେଇଥିଲେ। ବିରାଟ କୋହଲିଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଯୋଗ ଦେଇ ଇଂନିସକୁ ଆଗକୁ ବଢାଇଥିଲେ। ପରେ ବିରାଟ କୋହଲି ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ବିରାଟ କୋହଲି ୪୦ ବଲରେ ୫୦ ରନ କରି ଆଉଟ ହୋଇଥିଲେ। ପରେ ଋଷଭ ପନ୍ତ ଆସି ପାରିକୁ ସମ୍ଭାଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏକ ଅର୍ଦ୍ଧ ଶତକୀୟ ଇଂନିସ ଖେଲିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା  ୩୩ ବଲରେ ୬୩ ରନ କରି ୨୦ ଓଭରର ଶେଷ ବଲରେ ଆଉଟ ହୋଇଥିଲେ। ଋଷଭ ପନ୍ତ ୪ ବଲରେ ୬ ରନ କରି ରନ ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡନ ୩ ଟି ୱିକେଟ ନେଇଥିବା ବେଳ ଆଡିଲ ରସିଦ ଓ କ୍ରିସ ୱକ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର