ଦୁଷ୍କର୍ମ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଦନୁସ୍କା ଗୁଣତିଳକଙ୍କୁ ଗିରଫ କଲା ଅଷ୍ଟ୍ରେଲିଆ ପୁଲିସ୍

The Sakala Picture
Published On

ସିଡନୀ: ଶ୍ରୀଲଙ୍କା ଟିମକୁ ବଡ ଝଟକା । ଦୁଷ୍କର୍ମ ମାମଲାରେ ଅଷ୍ଟ୍ରେଲିଆର ସିଡନୀରୁ ଗିରଫ ହୋଇଛନ୍ତି କ୍ରିକେଟର ଦନୁଷ୍କା ଗୁଣତିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି। ଜଣେ ୨୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଏହି କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଟିମ୍‌ରେ ସାମିଲ ଥିଲେ ଗୁଣତିଳକ। ସୂଚନା ମୁତାବକ, ରବିବାର ସକାଳୁ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଶ୍ରୀଲଙ୍କା ଟିମ୍‌ ବିଶ୍ୱକପରୁ ବାଦ୍‌ ପଡିବା ପରେ […]

ସିଡନୀ: ଶ୍ରୀଲଙ୍କା ଟିମକୁ ବଡ ଝଟକା । ଦୁଷ୍କର୍ମ ମାମଲାରେ ଅଷ୍ଟ୍ରେଲିଆର ସିଡନୀରୁ ଗିରଫ ହୋଇଛନ୍ତି କ୍ରିକେଟର ଦନୁଷ୍କା ଗୁଣତିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି। ଜଣେ ୨୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଏହି କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଟିମ୍‌ରେ ସାମିଲ ଥିଲେ ଗୁଣତିଳକ। ସୂଚନା ମୁତାବକ, ରବିବାର ସକାଳୁ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଶ୍ରୀଲଙ୍କା ଟିମ୍‌ ବିଶ୍ୱକପରୁ ବାଦ୍‌ ପଡିବା ପରେ ସ୍ୱଦେଶୀକୁ ଫେରିଛି ।

ଆହୁରି ପଢ଼ନ୍ତୁ: ଆରସିବିଠାରୁ ଶୋଚନୀୟ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶଂସକଙ୍କୁ ଅକ୍ଷର ପଟେଲଙ୍କ ଭାବୁକ ନିବେଦନ

ସୂଚନା ଅନୁସାରେ, ଯୁବତୀ ଜଣକ ଗୁଣତିଲକାଙ୍କ ସହିତ ଏକ ଡେଟିଂ ଆପ୍‌ ଜରିଆରେ ସାକ୍ଷାତ କରିଥିଲେ। ନଭେମ୍ବର ୨ ତାରିଖରେ ଦୁଷ୍କର୍ମ ଶିକାର ହୋଇଥିଲେ ଯୁବତୀ । ଆଉ ସେହି ଯୁବତୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। ତେଣୁ ପୋଲିସ ରବିବାର ସକାଳୁ ସିଡନୀ ସେଣ୍ଟ୍ରାଲ ହୋଟେଲରୁ ଗୁଣତିଲକାଙ୍କୁ ଗିରଫ କରିଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ଆହୁରି ପଢ଼ନ୍ତୁ: ରୋହିତ ଶର୍ମାଙ୍କ ୩୯ତମ ଜନ୍ମଦିନ: ଜଣେ ଭାରତୀୟ କ୍ରିକେଟର ଭାବରେ ଏହା କ'ଣ 'ହିଟମ୍ୟାନ୍'ଙ୍କ ଶେଷ ଜନ୍ମଦିନ?

ଧନୁଷ୍କା ଶ୍ରୀଲଙ୍କା ଟି-୨୦ ଟିମରେ ସାମିଲ ହୋଇଥିଲେ। ହେଲେ ଆହତ କାରଣରୁ କୌଣସି ମ୍ୟାଚ୍ ଖେଳି ପାରିନଥିଲେ। ତେବେ ଦଳ ତାଙ୍କୁ ଦେଶକୁ ନ ପଠାଇ ଟିମ୍ ସହ ଯୋଡି ରଖିଥିଲା। ଧନୁଷ୍କାଙ୍କ ବଦଳରେ ଆସେନ ବାନ୍ଦାରାଙ୍କୁ ଦଳରେ ସାମିଲ କରିଥିଲା ଶ୍ରୀଲଙ୍କା। ଧନୁଷ୍କା ଏଯାବତ୍ ମୋଟ୍ ୮ଟି ଟେଷ୍ଟ, ୪୭ ଦିନିକିଆ ଓ ୪୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟି-୨୦ରେ ଧନୁଷ୍କାଙ୍କ ସର୍ବଶ୍ରେଷ୍ଠ ସ୍କୋର ୫୭ ରହିଥିବା ବେଳେ ୩ଟି ଅର୍ଦ୍ଧଶତକ ସେ ନିଜ ନାଁରେ କରିଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣି ଫସିଲେ ରିୟାନ୍ ପରାଗ, ବିସିସିଆଇ ଲଗାଇଲା ଜୋରିମାନା

06 Nov 2022 By The Sakala

ଦୁଷ୍କର୍ମ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଦନୁସ୍କା ଗୁଣତିଳକଙ୍କୁ ଗିରଫ କଲା ଅଷ୍ଟ୍ରେଲିଆ ପୁଲିସ୍

ସିଡନୀ: ଶ୍ରୀଲଙ୍କା ଟିମକୁ ବଡ ଝଟକା । ଦୁଷ୍କର୍ମ ମାମଲାରେ ଅଷ୍ଟ୍ରେଲିଆର ସିଡନୀରୁ ଗିରଫ ହୋଇଛନ୍ତି କ୍ରିକେଟର ଦନୁଷ୍କା ଗୁଣତିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି। ଜଣେ ୨୯ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଏହି କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଟିମ୍‌ରେ ସାମିଲ ଥିଲେ ଗୁଣତିଳକ। ସୂଚନା ମୁତାବକ, ରବିବାର ସକାଳୁ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଶ୍ରୀଲଙ୍କା ଟିମ୍‌ ବିଶ୍ୱକପରୁ ବାଦ୍‌ ପଡିବା ପରେ ସ୍ୱଦେଶୀକୁ ଫେରିଛି ।

ସୂଚନା ଅନୁସାରେ, ଯୁବତୀ ଜଣକ ଗୁଣତିଲକାଙ୍କ ସହିତ ଏକ ଡେଟିଂ ଆପ୍‌ ଜରିଆରେ ସାକ୍ଷାତ କରିଥିଲେ। ନଭେମ୍ବର ୨ ତାରିଖରେ ଦୁଷ୍କର୍ମ ଶିକାର ହୋଇଥିଲେ ଯୁବତୀ । ଆଉ ସେହି ଯୁବତୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। ତେଣୁ ପୋଲିସ ରବିବାର ସକାଳୁ ସିଡନୀ ସେଣ୍ଟ୍ରାଲ ହୋଟେଲରୁ ଗୁଣତିଲକାଙ୍କୁ ଗିରଫ କରିଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ।

ଧନୁଷ୍କା ଶ୍ରୀଲଙ୍କା ଟି-୨୦ ଟିମରେ ସାମିଲ ହୋଇଥିଲେ। ହେଲେ ଆହତ କାରଣରୁ କୌଣସି ମ୍ୟାଚ୍ ଖେଳି ପାରିନଥିଲେ। ତେବେ ଦଳ ତାଙ୍କୁ ଦେଶକୁ ନ ପଠାଇ ଟିମ୍ ସହ ଯୋଡି ରଖିଥିଲା। ଧନୁଷ୍କାଙ୍କ ବଦଳରେ ଆସେନ ବାନ୍ଦାରାଙ୍କୁ ଦଳରେ ସାମିଲ କରିଥିଲା ଶ୍ରୀଲଙ୍କା। ଧନୁଷ୍କା ଏଯାବତ୍ ମୋଟ୍ ୮ଟି ଟେଷ୍ଟ, ୪୭ ଦିନିକିଆ ଓ ୪୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଟି-୨୦ରେ ଧନୁଷ୍କାଙ୍କ ସର୍ବଶ୍ରେଷ୍ଠ ସ୍କୋର ୫୭ ରହିଥିବା ବେଳେ ୩ଟି ଅର୍ଦ୍ଧଶତକ ସେ ନିଜ ନାଁରେ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର