ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ-ଜିମ୍ବାୱେ, ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସେମିରେ ଟିମ୍ ଇଣ୍ଡିଆ

The Sakala Picture
Published On

ମେଲବୋର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଆଜି ସୁପର-୧୨ର ଅନ୍ତିମ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବ ଏହି ମ୍ୟାଚ୍‌ । ଆଡିଲେଡରେ ଆଜି ଗ୍ରୁପ୍-୨ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ଜିତିବା ଆବଶ୍ୟକ ଥିଲା । କିନ୍ତୁ ଏହି ମ୍ୟାଚରେ ନେଦରଲାଣ୍ଡ୍ସ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ପରାସ୍ତ […]

ମେଲବୋର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଆଜି ସୁପର-୧୨ର ଅନ୍ତିମ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବ ଏହି ମ୍ୟାଚ୍‌ । ଆଡିଲେଡରେ ଆଜି ଗ୍ରୁପ୍-୨ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା ଜିତିବା ଆବଶ୍ୟକ ଥିଲା । କିନ୍ତୁ ଏହି ମ୍ୟାଚରେ ନେଦରଲାଣ୍ଡ୍ସ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ପରାସ୍ତ କରିଛି । ଯାହାଫଳରେ ଦକ୍ଷିଣ ଆଫ୍ରିକା ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲ ରେସରୁ ବିଦା ହୋଇଛି । ଏହାସହିତ ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ଜିମ୍ବାୱେ ପାକିସ୍ତାନକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା। ତେଣୁ ଜିମ୍ବାୱେକୁ ଭାରତ ଆଦୌ ହାଲକା ଭାବେ ନେବ ନାହିଁ। ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ଜିମ୍ବାୱେ ପ୍ରଥମଥର ପାଇଁ ପରସ୍ପରକୁ ଭେଟିବେ। ଦୁଇଟି ଦଳ ପୂର୍ବରୁ ଏହି ଫର୍ମାଟରେ ୭ଥର ସାମ୍ନାସାମ୍ନି ହୋଇଛନ୍ତି। ଏଥିରେ ଭାରତ ୫ ଓ ଜିମ୍ବାୱେ ୨ଟିରେ ବିଜୟୀ ହୋଇଛି। ଆଜିର ମ୍ୟାଚରେ ଜିମ୍ବାୱେକୁ ହରାଇଲେ ଭାରତ ମୋଟ ୮ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମକୁ ନେଇ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ତେବେ ଷ୍ଟାର ବ୍ୟାଟର ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ଲୋକେଶ ରାହୁଲ ଭଲ ଫର୍ମରେ ରହିଥିବାରୁ ଭାରତୀୟ ବ୍ୟାଟିଂ ଲାଇନ୍‌ ବେଶ ଦୃଢ ମନେହେଉଛି। ଜିମ୍ବାୱେକୁ ହରାଇବା ଭାରତ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ବୋଲିଂରେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଅଭିଜ୍ଞ ମହମ୍ମଦ ସାମି ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ହାରିଲେ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି ହେବ। ପାକିସ୍ତାନ ବାଂଲାଦେଶକୁ ହରାଇଲେ ଉନ୍ନତ ରନ୍‌ ରେଟ୍‌ରେ ଭାରତକୁ ପଛରେ ପକାଇ ସେମିକୁ ଉଠିବ। ସେମି ଦୌଡ଼ରୁ ବାଦ୍‌ ପଡିସାରିଥିଲେ ମଧ୍ୟ ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଜିମ୍ବାୱେ ରହିଛି। ମେଲବୋର୍ଣ୍ଣରେ ବର୍ଷା ହେବାର ସମ୍ଭାବନା ନାହିଁ। ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ। କିନ୍ତୁ ବଲ ବ୍ୟାଟ ଉପରକୁ ଆସିବ। ତେଣୁ ବ୍ୟାଟରମାନେ ମଧ୍ୟ ରନ୍‌ ସ୍କୋର କରିବାର ସୁଯୋଗ ପାଇବେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆଜି ଗ୍ରୁପ୍-୨ରେ ଖଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକ ପରାଜୟ ହେବା ପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଭାରତ ସେମିରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଆଜି ହେବାକୁ ଥିବା ମ୍ୟାଚରେ ବିଜୟ ଲାଭ କରିବା ଜରୁରୀ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ୍ସଠାରୁ ପରାସ୍ତ ହେବା ପରେ ଭାରତ ଗ୍ରୁପ୍-୨ରୁ ପ୍ରଥମ ଦଳ ଭାବରେ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିଛି । ଅନ୍ୟପକ୍ଷରେ ଆଜି ହେବାକୁ ଥିବା ପାକିସ୍ତାନ ଓ ବାଲାଂଦେଶ ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହୋଇଛି । ଯେଉଁ ଦଳ ଏହି ମ୍ୟାଚକୁ ବିଜୟ ଲାଭ କରିବ ସେହି ଦଳ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର