ଟି-୨୦ ବିଶ୍ୱକପ୍‌ରେ ଆଉ ଏକ ବଡ଼ ବିପର୍ଯ୍ୟୟ : ୨ ଥର T20 ବିଶ୍ୱକପ୍ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲ୍ୟାଣ୍ଡ

The Sakala Picture
Published On

ହୋବାର୍ଟ : ଅଷ୍ଟ୍ରେଲିଆରେ ଗତକାଲିଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌‌ର ଅଷ୍ଟମ ସଂସ୍କରଣ।। ଚଳିତ ଟି-୨୦ ବିଶ୍ୱକପ୍‌‌ର ଆରମ୍ଭରୁ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଗତକାଲି ବିଶ୍ୱକପରେ ଏସିଆ କପ୍‌‌ରେ ଭାରତ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ମାତ୍‌‌ ଦେଇଥିବା ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌‌ରେ ନାମ୍ବିଆ ଭଳି ଅପେକ୍ଷାକୃତ ଦୁର୍ବଳ ଓ ଅନଭିଜ୍ଞ ଦଳଠାରୁ ପରାସ୍ତ ହୋଇଥିବା ବେଳେ ଆଜି ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଥରର ଟି-୨୦ ବିଶ୍ୱକପ […]

ହୋବାର୍ଟ : ଅଷ୍ଟ୍ରେଲିଆରେ ଗତକାଲିଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌‌ର ଅଷ୍ଟମ ସଂସ୍କରଣ।। ଚଳିତ ଟି-୨୦ ବିଶ୍ୱକପ୍‌‌ର ଆରମ୍ଭରୁ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଗତକାଲି ବିଶ୍ୱକପରେ ଏସିଆ କପ୍‌‌ରେ ଭାରତ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ମାତ୍‌‌ ଦେଇଥିବା ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌‌ରେ ନାମ୍ବିଆ ଭଳି ଅପେକ୍ଷାକୃତ ଦୁର୍ବଳ ଓ ଅନଭିଜ୍ଞ ଦଳଠାରୁ ପରାସ୍ତ ହୋଇଥିବା ବେଳେ ଆଜି ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଥରର ଟି-୨୦ ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଜବରଦସ୍ତ ଝଟକା ଦେଇଛି ସ୍କଟଲ୍ୟାଣ୍ଡ। ଗ୍ରୁପ୍‌ ବି’ର ଆଜିର ମ୍ୟାଚ୍‌ରେ ସ୍କଟଲ୍ୟାଣ୍ତ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛି। ରବିବାର ଶ୍ରୀଲଙ୍କାକୁ ଅପେକ୍ଷାକୃତ ଦୁର୍ବଳ ନାମ୍ବିଆ ପରାସ୍ତ କରିଥିଲା। ଏବେ ସ୍କଟଲ୍ୟାଣ୍ଡ ବିପର୍ଯ୍ୟୟ ଘଟଣାଇ ୱେଷ୍ଟଇଣ୍ଡିଜ୍‌କୁ ୪୨ ରନରେ ମାତ ଦେଇଛି। ଇଣ୍ଡିଜ ଓ ଶ୍ରୀଲଙ୍କା ଆଇସିସିର ପୂର୍ଣ୍ଣ ମାନ୍ୟତାପ୍ରାପ୍ତ ଦେଶ ତଥା ଟେଷ୍ଟ ଖେଳୁଥିବା ଦେଶ। ହେଲେ ସ୍କଟଲ୍ୟାଣ୍ଡ ଓ ନାମ୍ବିଆ ଆସୋସିଏଟ ଦେଶର ସଦସ୍ୟ। ତଥାପି ଦୁଇ ଦୁର୍ବଳ ଦଳ ନିଜ ନିଜର ପ୍ରତିପକ୍ଷଙ୍କୁ ହରାଇ ଇତିହାସ ରଚିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆଜି ଟି-୨୦ ବିଶ୍ୱକପ୍‌‌ର ୩ୟ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ୨ଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଆଜିର ମ୍ୟାଚରେ ପରାଜିତ ହୋଇଛି । ସ୍କଟଲ୍ୟାଣ୍ଡ ୧୬୧ରନର ଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜକୁ । ହେଲେ ଇଣ୍ଡିଜ ମାତ୍ର ୧୧୮ରନରେ ଅଲଆଉଟ୍ ହୋଇଯାଇଥିଲା । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସଂଖ୍ୟା ମଧ୍ୟ ଛୁଇଁପାରିନଥିଲେ ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ସ୍କଟଲ୍ୟାଣ୍ଡର ସ୍ଲୋ ଲେଫ୍ଟ ଆର୍ମ ବୋଲର ମାର୍କ ୱାଟ ୩ୱିକେଟ୍ ଅକ୍ତିଆର କରିଛନ୍ତି । ସ୍କଟଲ୍ୟାଣ୍ଡ ଟିମ୍ ପକ୍ଷରୁ ସବୁଠୁ ବଡ଼ ଇନିଂସ ଜର୍ଜ ମୁନସି ଖେଳିଥିଲେ । ସେ ୬୬ ରନ୍ କରିଥିଲେ । ମାଇକେଲ ଜୋନସ ୨୦ ରନ୍, ବରିଙ୍ଗଟନ୍ ୧୬ ରନ୍ ଏବଂ ମାକଲିଅଡ ୨୩ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଜୋସେଫ ଓ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଓଡିନ ସ୍ମିଥ ଗୋଟିଏ ୱିକେଟ୍ ଅକ୍ତିଆର୍ କରିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜର କେଲ୍ ମେୟର୍ସ ୨୦ ରନ୍, ଇଭିନ ଲୁଇସ୍ ୧୪ ରନ୍, ବ୍ରାଣ୍ଡନ କିଙ୍ଗ ୧୭ ଏବଂ ଜେସନ ହୋଲ୍ଡର ୩୮ ରନ୍ କରିଥିଲେ । ୧୮.୩ ଓଭରରେ ୧୧୮ ରନ୍ ରେ ଦଳ ତାର ସମସ୍ତ ୱିକେଟ୍ ହରାଇଥିଲା । ସ୍କଟଲ୍ୟାଣ୍ଡ ପକ୍ଷରୁ ମାର୍କ ୱାଟ୍ ୩ଟି ୱିକେଟ୍ ହାସଲ କରିଥିବା ବେଳେ ବ୍ରାଡ ହ୍ୱିଲ ଓ ମାଇକେଲ୍ ଲିସ୍କ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

17 Oct 2022 By The Sakala

ଟି-୨୦ ବିଶ୍ୱକପ୍‌ରେ ଆଉ ଏକ ବଡ଼ ବିପର୍ଯ୍ୟୟ : ୨ ଥର T20 ବିଶ୍ୱକପ୍ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲ୍ୟାଣ୍ଡ

ହୋବାର୍ଟ : ଅଷ୍ଟ୍ରେଲିଆରେ ଗତକାଲିଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌‌ର ଅଷ୍ଟମ ସଂସ୍କରଣ।। ଚଳିତ ଟି-୨୦ ବିଶ୍ୱକପ୍‌‌ର ଆରମ୍ଭରୁ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଗତକାଲି ବିଶ୍ୱକପରେ ଏସିଆ କପ୍‌‌ରେ ଭାରତ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ମାତ୍‌‌ ଦେଇଥିବା ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍‌‌ରେ ନାମ୍ବିଆ ଭଳି ଅପେକ୍ଷାକୃତ ଦୁର୍ବଳ ଓ ଅନଭିଜ୍ଞ ଦଳଠାରୁ ପରାସ୍ତ ହୋଇଥିବା ବେଳେ ଆଜି ଆଉ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦୁଇ ଥରର ଟି-୨୦ ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଜବରଦସ୍ତ ଝଟକା ଦେଇଛି ସ୍କଟଲ୍ୟାଣ୍ଡ। ଗ୍ରୁପ୍‌ ବି’ର ଆଜିର ମ୍ୟାଚ୍‌ରେ ସ୍କଟଲ୍ୟାଣ୍ତ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛି। ରବିବାର ଶ୍ରୀଲଙ୍କାକୁ ଅପେକ୍ଷାକୃତ ଦୁର୍ବଳ ନାମ୍ବିଆ ପରାସ୍ତ କରିଥିଲା। ଏବେ ସ୍କଟଲ୍ୟାଣ୍ଡ ବିପର୍ଯ୍ୟୟ ଘଟଣାଇ ୱେଷ୍ଟଇଣ୍ଡିଜ୍‌କୁ ୪୨ ରନରେ ମାତ ଦେଇଛି। ଇଣ୍ଡିଜ ଓ ଶ୍ରୀଲଙ୍କା ଆଇସିସିର ପୂର୍ଣ୍ଣ ମାନ୍ୟତାପ୍ରାପ୍ତ ଦେଶ ତଥା ଟେଷ୍ଟ ଖେଳୁଥିବା ଦେଶ। ହେଲେ ସ୍କଟଲ୍ୟାଣ୍ଡ ଓ ନାମ୍ବିଆ ଆସୋସିଏଟ ଦେଶର ସଦସ୍ୟ। ତଥାପି ଦୁଇ ଦୁର୍ବଳ ଦଳ ନିଜ ନିଜର ପ୍ରତିପକ୍ଷଙ୍କୁ ହରାଇ ଇତିହାସ ରଚିଛନ୍ତି।

ଆଜି ଟି-୨୦ ବିଶ୍ୱକପ୍‌‌ର ୩ୟ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଓ ସ୍କଟଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ୨ଥର ଟି-୨୦ ବିଶ୍ୱକପ୍ ବିଜେତା ୱେଷ୍ଟଇଣ୍ଡିଜ୍ ଆଜିର ମ୍ୟାଚରେ ପରାଜିତ ହୋଇଛି । ସ୍କଟଲ୍ୟାଣ୍ଡ ୧୬୧ରନର ଲକ୍ଷ୍ୟ ଦେଇଥିଲା ୱେଷ୍ଟଇଣ୍ଡିଜକୁ । ହେଲେ ଇଣ୍ଡିଜ ମାତ୍ର ୧୧୮ରନରେ ଅଲଆଉଟ୍ ହୋଇଯାଇଥିଲା । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସଂଖ୍ୟା ମଧ୍ୟ ଛୁଇଁପାରିନଥିଲେ ।

ସ୍କଟଲ୍ୟାଣ୍ଡର ସ୍ଲୋ ଲେଫ୍ଟ ଆର୍ମ ବୋଲର ମାର୍କ ୱାଟ ୩ୱିକେଟ୍ ଅକ୍ତିଆର କରିଛନ୍ତି । ସ୍କଟଲ୍ୟାଣ୍ଡ ଟିମ୍ ପକ୍ଷରୁ ସବୁଠୁ ବଡ଼ ଇନିଂସ ଜର୍ଜ ମୁନସି ଖେଳିଥିଲେ । ସେ ୬୬ ରନ୍ କରିଥିଲେ । ମାଇକେଲ ଜୋନସ ୨୦ ରନ୍, ବରିଙ୍ଗଟନ୍ ୧୬ ରନ୍ ଏବଂ ମାକଲିଅଡ ୨୩ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ ଜୋସେଫ ଓ ହୋଲ୍ଡର ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଓଡିନ ସ୍ମିଥ ଗୋଟିଏ ୱିକେଟ୍ ଅକ୍ତିଆର୍ କରିଛନ୍ତି । ସେହିପରି ୱେଷ୍ଟଇଣ୍ଡିଜର କେଲ୍ ମେୟର୍ସ ୨୦ ରନ୍, ଇଭିନ ଲୁଇସ୍ ୧୪ ରନ୍, ବ୍ରାଣ୍ଡନ କିଙ୍ଗ ୧୭ ଏବଂ ଜେସନ ହୋଲ୍ଡର ୩୮ ରନ୍ କରିଥିଲେ । ୧୮.୩ ଓଭରରେ ୧୧୮ ରନ୍ ରେ ଦଳ ତାର ସମସ୍ତ ୱିକେଟ୍ ହରାଇଥିଲା । ସ୍କଟଲ୍ୟାଣ୍ଡ ପକ୍ଷରୁ ମାର୍କ ୱାଟ୍ ୩ଟି ୱିକେଟ୍ ହାସଲ କରିଥିବା ବେଳେ ବ୍ରାଡ ହ୍ୱିଲ ଓ ମାଇକେଲ୍ ଲିସ୍କ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ ।

https://www.thesakala.in/sports/t20-world-cup-2022-scotland-stun-windies-with-a-42-run-win/article-15815
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp