ଡିସେମ୍ବର ୧୬ରେ ଆଇପିଏଲ ନିଲାମୀ ! ନଭେମ୍ବର ୧୫ ସୁଦ୍ଧା ସମସ୍ତ ଫ୍ରାଞ୍ଚାଇଜ ଦାଖଲ କରିବେ ଖେଳାଳି ତାଲିକା

The Sakala Picture
Published On

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଚଳିତ ସିଜନ ଲାଗି ଖେଳାଳି ନିଲାମୀ ବେଙ୍ଗାଲୁରୁରେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ। ବିସିସିଆଇ ପକ୍ଷରୁ ଏହାର ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଏହା ଜଣାଯାଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ବିସିସିଆଇ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି । ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜ ଦଳକୁ ନଭେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ଖେଳାଳି ତାଲିକା […]

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ଚଳିତ ସିଜନ ଲାଗି ଖେଳାଳି ନିଲାମୀ ବେଙ୍ଗାଲୁରୁରେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ। ବିସିସିଆଇ ପକ୍ଷରୁ ଏହାର ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଏହା ଜଣାଯାଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ପାଇଁ ବିସିସିଆଇ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛି । ଇତିମଧ୍ୟରେ ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜ ଦଳକୁ ନଭେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ଖେଳାଳି ତାଲିକା ଦାଖଲ କରିବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

୨୦୨୩ ଆଇପିଏଲ୍‌‌ ମାର୍ଚ୍ଚ ଶେଷ ସପ୍ତାହରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏଥର ଗୋଟିଏ ଟିମ୍‌‌ ନିଜ ଘରୋଇ ମାଟିରେ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଗ୍ରାଉଣ୍ଡରେ ଗୋଟିଏ ଲେଖାଏଁ ମ୍ୟାଚ୍‌‌ ଖେଳିବେ। ୨୦୨୨ରେ ଫ୍ରାଞ୍ଚାଇଜ୍‌‌ଙ୍କ ଲାଗି ୯୦ କୋଟି ଟଙ୍କା ନିଲାମୀ ଲାଗି ରଖାଯାଇଥିଲା। କିନ୍ତୁ ଏଥର ଏହା ୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ମେଗା ଅକ୍ସନ ହୋଇଥିଲାବେଳେ ଏଥର ମିନି ଅକ୍ସନ ହେବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp