ଟି-୨୦ ବିଶ୍ୱକପ୍‌‌ ଆରମ୍ଭରୁ ବଡ଼ ବିପର୍ଯ୍ୟୟ : ଏସିଆ କପ୍‌ ଚାମ୍ପିଅନ୍ ଶ୍ରୀଲଙ୍କାକୁ ହରାଇଲା ନାମ୍ବିଆ

The Sakala Picture
Published On

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ତେବେ ଚଳିତ ବିଶ୍ବକପ୍‌ ଆରମ୍ଭ ରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ରାଉଣ୍ଡର ଉଦଘାଟନୀ ମ୍ୟାଚରେ ନାମ୍ବିଆ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫ ରନରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କମାଲ କରିଥିଲା ନାମ୍ବିଆ । ନାମ୍ବିଆ ପକ୍ଷରୁ ଦିଆଯାଇଥିବା ୧୬୪ ରନ୍ ଲକ୍ଷ୍ୟ ଜବାବରେ […]

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ତେବେ ଚଳିତ ବିଶ୍ବକପ୍‌ ଆରମ୍ଭ ରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ରାଉଣ୍ଡର ଉଦଘାଟନୀ ମ୍ୟାଚରେ ନାମ୍ବିଆ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫ ରନରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କମାଲ କରିଥିଲା ନାମ୍ବିଆ । ନାମ୍ବିଆ ପକ୍ଷରୁ ଦିଆଯାଇଥିବା ୧୬୪ ରନ୍ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୧୯ ଓଭରରେ ୧୦୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ନାମ୍ବିଆ ପକ୍ଷରୁ ପ୍ରଥମେ ୨୮ ବଲରେ ଧୂଆଁଧାର ୪୪ ରନ୍ ଓ ପରେ ୨୬ ରନ୍ ଦେଇ ୨ ୱିକେଟ୍ ନେଇଥିବା ଫ୍ରାଇଲିଙ୍କ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନାମ୍ବିଆ ଭଲ ଆରମ୍ଭ କରିନଥିଲା । ଦଳ ୩୫ ରନ୍ ସ୍କୋରରେ ୩ଟି ଓ୍ବିକେଟ୍ ହରାଇ ଦେଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟର୍ ଏସଜେ ବାର୍ଡ ଏବଂ ଅଧିନାୟକ ଏମ.ଜି ଏରାସମସ୍ ଚତୁର୍ଥ ୱିକେଟ୍ ପାଇଁ ୪୨-ବଲ୍ ୪୧ ରନ୍ ଭାଗିଦାରୀ କରି ପାଳି ସମ୍ଭାଳିଥିଲେ। ପରେ ଜେନ ଫ୍ରାଇଲିଙ୍କ (୪୪) ଏବଂ ଜେଜେ ସ୍ମିଥ୍(୩୧) ସପ୍ତମ ୱିକେଟ୍ ପାଇଁ ୭୦ ରନ୍ ଯୋଡିଥିବା ବେଳେ ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୬୩ ରନର ସମ୍ମାନଜନକ ସ୍କୋର କରିଥିଲା ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ନାମ୍ବିଆପକ୍ଷରୁ ଦିଆଯାଇଥିବା ୧୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ଓପନର । କିନ୍ତୁ ଶ୍ରୀଲଙ୍କା ଓପନର ମଧ୍ୟ ନାମ୍ବିଆ ବୋଲର ଆଗରେ ଧରାଶାୟୀ ହୋଇପଡିଥିଲେ । ଲଗାତର ଭାବେ ପଡିଯାଇଥିଲା ଓ୍ୱିକେଟ୍‌ । ଶ୍ରୀଲଙ୍କାର ୪ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍‌ ବି ଦୁଇ ଅଙ୍କ ସ୍କୋର କରିପାରିନଥିଲା । ଶେଷରେ ମୋଟ ୧୯ ଓଭରରେ ଶ୍ରୀଲଙ୍କା ୧୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ନାମ୍ବିଆ ପକ୍ଷରୁ ଡେଭିଡ୍‌ ଓ୍ୱାଇସ୍‌, ବେରନାର୍ଡ , ସିକାଙ୍ଗୋ, ଜାନ୍‌ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

16 Oct 2022 By The Sakala

ଟି-୨୦ ବିଶ୍ୱକପ୍‌‌ ଆରମ୍ଭରୁ ବଡ଼ ବିପର୍ଯ୍ୟୟ : ଏସିଆ କପ୍‌ ଚାମ୍ପିଅନ୍ ଶ୍ରୀଲଙ୍କାକୁ ହରାଇଲା ନାମ୍ବିଆ

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ତେବେ ଚଳିତ ବିଶ୍ବକପ୍‌ ଆରମ୍ଭ ରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ରାଉଣ୍ଡର ଉଦଘାଟନୀ ମ୍ୟାଚରେ ନାମ୍ବିଆ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫ ରନରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କମାଲ କରିଥିଲା ନାମ୍ବିଆ । ନାମ୍ବିଆ ପକ୍ଷରୁ ଦିଆଯାଇଥିବା ୧୬୪ ରନ୍ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୧୯ ଓଭରରେ ୧୦୮ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ନାମ୍ବିଆ ପକ୍ଷରୁ ପ୍ରଥମେ ୨୮ ବଲରେ ଧୂଆଁଧାର ୪୪ ରନ୍ ଓ ପରେ ୨୬ ରନ୍ ଦେଇ ୨ ୱିକେଟ୍ ନେଇଥିବା ଫ୍ରାଇଲିଙ୍କ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନାମ୍ବିଆ ଭଲ ଆରମ୍ଭ କରିନଥିଲା । ଦଳ ୩୫ ରନ୍ ସ୍କୋରରେ ୩ଟି ଓ୍ବିକେଟ୍ ହରାଇ ଦେଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟର୍ ଏସଜେ ବାର୍ଡ ଏବଂ ଅଧିନାୟକ ଏମ.ଜି ଏରାସମସ୍ ଚତୁର୍ଥ ୱିକେଟ୍ ପାଇଁ ୪୨-ବଲ୍ ୪୧ ରନ୍ ଭାଗିଦାରୀ କରି ପାଳି ସମ୍ଭାଳିଥିଲେ। ପରେ ଜେନ ଫ୍ରାଇଲିଙ୍କ (୪୪) ଏବଂ ଜେଜେ ସ୍ମିଥ୍(୩୧) ସପ୍ତମ ୱିକେଟ୍ ପାଇଁ ୭୦ ରନ୍ ଯୋଡିଥିବା ବେଳେ ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୬୩ ରନର ସମ୍ମାନଜନକ ସ୍କୋର କରିଥିଲା ।

ନାମ୍ବିଆପକ୍ଷରୁ ଦିଆଯାଇଥିବା ୧୬୪ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲେ ଶ୍ରୀଲଙ୍କା ଓପନର । କିନ୍ତୁ ଶ୍ରୀଲଙ୍କା ଓପନର ମଧ୍ୟ ନାମ୍ବିଆ ବୋଲର ଆଗରେ ଧରାଶାୟୀ ହୋଇପଡିଥିଲେ । ଲଗାତର ଭାବେ ପଡିଯାଇଥିଲା ଓ୍ୱିକେଟ୍‌ । ଶ୍ରୀଲଙ୍କାର ୪ଜଣ ବ୍ୟାଟସମ୍ୟାନ୍‌ଙ୍କୁ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍‌ ବି ଦୁଇ ଅଙ୍କ ସ୍କୋର କରିପାରିନଥିଲା । ଶେଷରେ ମୋଟ ୧୯ ଓଭରରେ ଶ୍ରୀଲଙ୍କା ୧୦୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ନାମ୍ବିଆ ପକ୍ଷରୁ ଡେଭିଡ୍‌ ଓ୍ୱାଇସ୍‌, ବେରନାର୍ଡ , ସିକାଙ୍ଗୋ, ଜାନ୍‌ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

https://www.thesakala.in/sports/t20-world-cup-2022-namibias-historic-win-against-sri-lanka/article-15782
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp