ଆଜି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦: ଟିମ୍‌ ଇଣ୍ଡିଆ ପାଇଁ ‘କର ବା ମର’ ସ୍ଥିତି

The Sakala Picture
Published On

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ଏଠାରେ ଖେଳାଯିବ। ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‍ ରେ ଯେପରି ପେସାଦାର ଖେଳ ପ୍ରଦର୍ଶନ କରିଛି, ସେଥିରେ ଯଦି ଭାରତ ନିଜ ଖେଳରେ, ବିଶେଷ କରି ବୋଲିଂରେ ଉନ୍ନତି ନ ଆଣେ ତେବେ ଏଠାରେ ଅଷ୍ଟ୍ରେଲିଆ ସିରିଜ୍‍ ଜିତିବାକୁ ସମର୍ଥ ହେବ। ବ୍ୟାଟିଂକୁ […]

ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଦ୍ୱିତୀୟ ମୁକାବିଲା ଆଜି ଏଠାରେ ଖେଳାଯିବ। ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‍ ରେ ଯେପରି ପେସାଦାର ଖେଳ ପ୍ରଦର୍ଶନ କରିଛି, ସେଥିରେ ଯଦି ଭାରତ ନିଜ ଖେଳରେ, ବିଶେଷ କରି ବୋଲିଂରେ ଉନ୍ନତି ନ ଆଣେ ତେବେ ଏଠାରେ ଅଷ୍ଟ୍ରେଲିଆ ସିରିଜ୍‍ ଜିତିବାକୁ ସମର୍ଥ ହେବ। ବ୍ୟାଟିଂକୁ ସହାୟତା ଦେଉଥିବା ପିଚ୍‍ ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଆଦୌ ଉନ୍ନତ ହେଉ ନାହିଁ। ନାଗପୁର ପିଚ୍‍ ବ୍ୟାଟିଂ ଲାଗି ଖ୍ୟାତି ରହିଛି। ଭାରତ ଯଦି ଏହି ମ୍ୟାଚ୍‍ରେ ପ୍ରଥମେ ବ୍ୟାଟିଂ କରେ ତେବେ ସିରିଜ୍‍ ହାରିବା ନିଶ୍ଚିତ ହୋଇଯିବ। ଏହାଛଡ଼ା ଭ୍ରମଣକାରୀ ଅଷ୍ଟ୍ରେଲିଆର ରେକର୍ଡ ଏଠାରେ ବେଶ ଉତ୍ସାହଜନକ ରହିଛି। ଏହି ଦଳ ମଧ୍ୟ ଗତ ଦୁଇଟି ଟୁର୍‍ ରେ ଭାରତ ନିକଟରୁ ଟି-୨୦ ସିରିଜ୍‍ ହାରିନାହିଁ। ଗୋଟିଏ ପଟେ ରେକର୍ଡ ଓ ଅନ୍ୟପଟେ ଦୃଢ଼ ଆତ୍ମବିଶ୍ୱାସ ଅଷ୍ଟ୍ରେଲିଆକୁ ଭଲ ପ୍ରଦର୍ଶନ ଦେବା ଲାଗି ବେଶ ସହାୟକ ହୋଇଛି।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ପ୍ରଥମ ମ୍ୟାଚ୍‍ର ପ୍ରଦର୍ଶନକୁ ଦେଖିଲେ ଭାରତୀୟ ଖେଳାଳିମାନେ ବ୍ୟାଟିଂକୁ ଛାଡିଦେଲେ ଅନ୍ୟ ଦୁଇଟି ବିଭାଗରେ ଫେଲ ମାରିଥିଲେ। ବ୍ୟାଟିଂରେ ମଧ୍ୟ ଦଳ ପାୱାର ପ୍ଲେ’ ମଧ୍ୟରେ ଦୁଇ ତାରକା ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହରାଇଥିଲା। ଏମାନଙ୍କ ଉପସ୍ଥିତି ନିଶ୍ଚିତଭାବେ ରନ୍‍ ସଂଗ୍ରହ ହାରରେ ବଡ଼ ପରିବର୍ତ୍ତନ ଆଣିଥାନ୍ତା। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ନିଆଯାଇଥିଲାବେଳେ ସେ ୩ଟି ୱିକେଟ ନେଇ ତାଙ୍କ ସାମିଲର ଯଥାର୍ଥତା ପ୍ରତିପାଦନ କରିଥିଲେ। ତାଙ୍କୁ ଛାଡିଦେଲେ ଅନ୍ୟ କୌଣସି ବୋଲରଙ୍କୁ ଅଷ୍ଟ୍ରେଲିଆ ବ୍ୟାଟର ଛାଡି ନଥିଲେ। ବିଶେଷ କରି ଭୁବନେଶ୍ୱର କୁମାରଙ୍କ ୧୯ତମ ଓଭର ବିଫଳତା ଭାରତକୁ ବେଶ ମହଙ୍ଗା ପଡ଼ିଛି। ସେ ଗତ ୩ଟି ମ୍ୟାଚ୍‍ରେ ଏହି ୧୯ତମ ଓଭରରରୁ ୪୯ ରନ୍‍ ଖର୍ଚ୍ଚ କରିସାରିଲେଣି। ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବ୍ୟାଟର ଏହି ରନ୍‍ ନେଇଛନ୍ତି। ଏହା ନିଃସନ୍ଦେହରେ ସେ ବ୍ରେକ୍‍ ଥ୍ରୁ ଦେବାରେ ସିଦ୍ଧହସ୍ତ। କିନ୍ତୁ ଏହି ମ୍ୟାଚ୍‍ ରେ ତାଙ୍କୁ ସଫଳତା ମିଳି ନଥିଲା। ଏହି ମ୍ୟାଚ୍‍ ରେ ସାଢେ ୩ଜଣ ପେସ୍‍ ବୋଲର ୧୪ ଓଭର ବୋଲିଂ ୧୫୦ ରନ୍‍ ଦେଇଥିଲେ। ଏହି ୩ଜଣଙ୍କଠାରୁ ଅଧିକ କିଛି ଆଶା କରିବା ଠିକ୍‍ ହେବ ନାହିଁ। କିନ୍ତୁ ମନେ ରଖିବା ଉଚିତ ଯେ ଭୁବନେଶ୍ୱରଙ୍କୁ ବାଦ୍‍ ଦେଲେ ଅନ୍ୟ ଦୁଇ ପେସ୍‍ ବୋଲର ହର୍ଶଲ ପଟେଲ ଓ ଉମେଶ ଯାଦବଙ୍କ ନିକଟରେ ମ୍ୟାଚ୍‍ ପ୍ରାକ୍ଟିସର ଅଭାବ ରହିଛି। ଏଣୁ ସେମାନେ ଯେ ନିୟମିତ ଖରାପ ପ୍ରଦର୍ଶନ କରିବେ, ତାହା କହିବା ଠିକ୍‍ ହେବ ନାହିଁ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ଏହା ମଧ୍ୟରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଛନ୍ତି, ଯଶ୍‍ପ୍ରୀତ୍‍ ବୁମ୍‍ରା ଫିଟ୍‍ ହୋଇଛନ୍ତି ଓ ସେ ଖୁବ୍‍ ଶୀଘ୍ର ମ୍ୟାଚ୍‍ ଖେଳିବେ। ଏହାର ଅର୍ଥ ସେ ଏହି ମ୍ୟାଚ୍‍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲର ସ୍ଥିରତା ପ୍ରଦର୍ଶନ କରିବାରେ ଅସମର୍ଥ ହୋଇଛନ୍ତି। ଏଠାରେ ତ କେବଳ ସିରିଜ୍‍ ଜିତିବା ଉପରେ ଗୁରୁତ୍ୱ ଦିଆଯାଉଛି। ଅକ୍ଟୋବର ୨୩ରେ ପାକିସ୍ତାନ ସହ ମୁକାବିଲାରୁ ଟି-୨୦ ବିଶ୍ୱକପ୍‍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ଆଉ ମାତ୍ର ୫ଟି ମ୍ୟାଚ୍‍ ଖେଳିବ। ଏହି ୫ଟି ମ୍ୟାଚ୍‍ ରେ ବୋଲିଂ ବାହିନୀକୁ କିପରି ସଜାଡିବ ତାହା କହିବା ମୁସ୍କିଲ। ସାଧାରଣତଃ ଏହି ମ୍ୟାଚ୍‍ ଗୁଡିକରେ ବିଶ୍ୱକପ୍‍ ଟିମ୍‍ରେ ସ୍ଥାନ ପାଇଥିବା ଖେଳାଳି ଖେଳିଥାନ୍ତି। ଯଶ୍‍ପ୍ରୀତ୍‍ ବୁମ୍‍ରା ଓ ଅର୍ଶଦୀପ ସିଂଙ୍କ ଅନୁପସ୍ଥିତି ଦଳର ଯୋଜନାକୁ ନେଇ ସନ୍ଦେହ ସୃଷ୍ଟି କରିବା ଯୁକ୍ତିଯୁକ୍ତ। ସ୍ପିନର ହୁଅନ୍ତୁ କିମ୍ବା ପେସ୍‍ ବୋଲରଙ୍କୁ ନେଇ ଟିମ୍‍ରେ ସନ୍ତୁଳନ ନଥିଲା ପରି ମନେ ହେଉଛି। ଏହାକୁ କିପରି ଓ କେବେ ସଜାଡିବାକୁ ହେବ ତାହା କେବଳ ଟିମ୍‍ ମ୍ୟାନେଜମେଣ୍ଟ କହିବ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

ଦୀର୍ଘଦିନ ଧରି ଆଇପିଏଲ୍‍ ଖେଳିବା ପରେ ଭାରତୀୟ ଫିଲ୍ଡରଙ୍କ ପ୍ରଦର୍ଶନରେ ଢ଼େର ଉନ୍ନତି ହୋଇଛି ବୋଲି ସମସ୍ତେ ଦାବି କରନ୍ତି। କିନ୍ତୁ ପ୍ରଥମ ମ୍ୟାଚ୍‍ରେ ୩ଟି କ୍ୟାଚ୍‍ ଡ୍ରପ୍‍ କରିବା, ବଲକୁ ଠିକ୍‍ ଭାବେ ସଂଗ୍ରହ କରି ନପାରିବା ଏହି ଦାବିକୁ କେବଳ ଉପହସିତ କରୁଛି। ରୋହିତ ଶର୍ମା ଯେଉଁ ଅଲ ଆଟାକ ନୀତି ଗ୍ରହଣ କରିବେ ବୋଲି କହିଥିଲେ ତାହା ଏହି ମ୍ୟାଚ୍‍ ପରେ ଧୂଳିସାତ୍‍ ହୋଇଯାଇଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳରେ ସନ୍ତୁଳନ ରହିଛି ଓ ଏହା ବେଶ ଶକ୍ତିଶାଳୀ ମନେହେଉଛି। କିଛି ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଦଳର ପ୍ରଦର୍ଶନରେ କିଛି ଫରକ ପଡ଼ିନାହିଁ। ଅଷ୍ଟ୍ରେଲିଆର ବିଜୟକୁ ରୋକିବା ଲାଗି ନାଗପୁର ପିଚ୍‍କୁ ସ୍ପିନରଙ୍କୁ ସୁହାଇଲା ଭଳି କରାଗଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଭାରତ ଭଳି ଅଷ୍ଟ୍ରେଲିଆର ପେସ୍‍ ବୋଲର ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରିପାରି ନଥିଲେ। ଅବଶ୍ୟ ଏଠିକାର ପିଚ୍‍ରେ ସ୍ପିନରଙ୍କ ଭୂମିକା ଅଧିକ ରହିବ ବୋଲି ଆଶା କରାଯାଉଛି।

23 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର