ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍: ବିଶ୍ବକପ୍‌ ପୂର୍ବରୁ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ଭାରତ

The Sakala Picture
Published On

ନୂଆଦିଲ୍ଲୀ: ତିନି ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳ ଭାରତ ଗସ୍ତରେ ଆସିଛି। ସିରିଜର ପ୍ରଥମ ମ୍ୟାଚ୍‍ ଆଜି ମୋହାଲିରେ ଖେଳାଯିବ। ରୋହିତ୍‍ ଶର୍ମା ଭାରତର ଏବଂ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଛନ୍ତି। ବିଶ୍ୱକପ୍ ପୂର୍ବରୁ ବିଶ୍ୱ କ୍ରିକେଟର ଏହି ଦୁଇ ପ୍ରମୁଖ ଦଳ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ । ଭାରତ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ରହିଛି । […]

ନୂଆଦିଲ୍ଲୀ: ତିନି ମ୍ୟାଚ୍‍ବିଶିଷ୍ଟ ଟି-୨୦ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳ ଭାରତ ଗସ୍ତରେ ଆସିଛି। ସିରିଜର ପ୍ରଥମ ମ୍ୟାଚ୍‍ ଆଜି ମୋହାଲିରେ ଖେଳାଯିବ। ରୋହିତ୍‍ ଶର୍ମା ଭାରତର ଏବଂ ଆରୋନ ଫିଞ୍ଚ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଛନ୍ତି। ବିଶ୍ୱକପ୍ ପୂର୍ବରୁ ବିଶ୍ୱ କ୍ରିକେଟର ଏହି ଦୁଇ ପ୍ରମୁଖ ଦଳ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବେ । ଭାରତ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ରହିଛି । ଗତ କିଛି ଦିନ ହେବ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟିଂ ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଭାରତ ଓ ଅଷ୍ଟ୍ରେଲିଆ ଦଳର ରେକର୍ଡ ଉପରେ ନଜର ପକାଇଲେ ଉଭୟ ଦଳ ଶେଷଥର ଲାଗି ଗତ ଡିସେମ୍ବରରେ ଟି-୨୦ ମ୍ୟାଚରେ ସାମ୍ନାସାମ୍ନି ହୋଇଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାବେଳେ ୩ଟି ଟି-୨୦ ମ୍ୟାଚ୍‍ ଖେଳିଥିଲା ଭାରତ। ଯେଉଁଥିରେ ଭାରତୀୟ ଦଳ ୨-୧ରେ ସିରିଜ ବିଜୟୀ ହୋଇଥିଲା। ପ୍ରଥମ ଦୁଇ ମ୍ୟାଚକୁ ଭାରତ ଯଥାକ୍ରମେ ୧୧ ରନ ଓ ୬ ୱିକେଟ୍‍ରେ ଜିତି ଆଗୁଆ ୨-୦ରେ ସିରିଜ କବ୍‍ଜା କରିଥିଲା। ଏହାପରେ ଅନ୍ତିମ ମ୍ୟାଚକୁ ୬ ୱିକେଟ୍‍ରେ ଜିତି ଘରୋଇ ଅଷ୍ଟ୍ରେଲିଆ ଦଳ ସମ୍ମାନ ରଖିଥିଲା।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

୨୩ରୁ ଭାରତ ଜିତିଛି ୧୩ ମ୍ୟାଚ୍‍
ଓଭରଅଲ୍‍ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨୩ ଟି-୨୦ ମ୍ୟାଚ୍‍ ଖେଳାଯାଇଛି। ଯେଉଁଥିରେ ଭାରତ ୧୩ ମ୍ୟାଚ୍‍ ଜିତି ଅଗ୍ରଣୀ ରହିଛି। ଅଷ୍ଟ୍ରେଲିଆ ୯ ମ୍ୟାଚରେ ଜିତିଥିବାବେଳେ ଗୋଟିଏ ମ୍ୟାଚ୍‍ର ବିନା ଫଳାଫଳରେ ଶେଷ ହୋଇଛି। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ରେ ଭାରତର ପଲା ଭାରି ରହିଛି। ଶେଷ ୫ ଟି-୨୦ ମ୍ୟାଚ୍‍ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ଆଗରେ ରହିଛି। ଯେଉଁଥିରେ ଅଷ୍ଟ୍ରେଲିଆ ୩ ଓ ଭାରତ ୨ ମ୍ୟାଚ୍‍ ଜିତିଛି। ଭାରତ ମାଟିରେ ଉଭୟ ଦଳ ମଧ୍ୟରେ ୭ ଟି-୨୦ ମ୍ୟାଚ୍‍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୪ ମ୍ୟାଚ ଜିତିଥିବାବେଳେ ୩ଟିରେ ପରାଜୟର ସମ୍ମୁଖୀନ ହୋଇଛି। ପଞ୍ଜାବର ମୋହାଲି ଗ୍ରାଉଣ୍ଡରେ ଦୁଇ ଦଳ ଗୋଟିଏ ଥର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ଭାରତ ବାଜିମାତ୍‍ କରିନେଇଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତ ଜିତିଛି ୫
ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ୍‍ ୨୩ ଟି-୨୦ ମ୍ୟାଚରୁ ଭାରତ ୯ଥର ପ୍ରଥମେ ବ୍ୟାଟିଂ କରିଛି। ଏଥିରେ ୫ଟି ମ୍ୟାଚରେ ବିଜୟୀ ହୋଇଥିବାବେଳେ ୪ଟି ପରାସ୍ତ ହୋଇଛି। ଅପରପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ ରନ୍‍ ଚେଜିଂରେ କିନ୍ତୁ ଭାରତର ରେକର୍ଡ ଭଲ ରହିଛି। ୧୩ ମ୍ୟାଚରେ ଭାରତ ଟାର୍ଗେଟ୍‍ ପଶ୍ଚାତଧାବନ କରିଥିବାବେଳେ ୮ଟି ବିଜୟୀ ହୋଇଛି।

ବିରାଟ- ୭୧୮; ଫିଞ୍ଚ୍‍- ୪୪୦
ବ୍ୟକ୍ତିଗତ ରେକର୍ଡ ଉପରେ ନଜର ପକାଇଲେ ବ୍ୟାଟିଂରେ ବିରାଟ କୋହଲି ସର୍ବାଗ୍ରେ ରହିବେ। ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ରେ କୋହଲି ସର୍ବାଧିକ ୭୧୮ ରନ୍‍ ସଂଗ୍ରହ କରିଛନ୍ତି। ୫୯.୮୩ ଆଭରେଜରେ ସେ ରନ୍‍ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ରନ ଫିଞ୍ଚଙ୍କ ନାମରେ ରହିଛି। ଫିଞ୍ଚ ଭାରତ ବିପକ୍ଷରେ ମୋଟ୍‍ ୪୪୦ ରନ୍‍ ସଂଗ୍ରହ କରିଛନ୍ତି। ବ୍ୟକ୍ତିଗତ ସର୍ବୋଚ୍ଚ ଇନିଂସ ଉପରେ ଦେଖିଲେ ସେନ୍‍ ୱାଟସନ ୧୨୪ ରନ ସହ ଶୀର୍ଷରେ ରହିଛନ୍ତି। ୨୦୧୬ରେ ସିଡ୍‍ନୀରେ ଖେଳାଯାଇଥିବା ଭାରତ ବିପକ୍ଷ ଟି-୨୦ରେ ୱାଟସନ ଏହି ମାରାଥନ ଶତକୀୟ ଇନିଂସ ଖେଳିଥିଲେ। ଏହାସତ୍ତ୍ବେ ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୧୯୮ ରନର ବିଶାଳ ଲକ୍ଷ୍ୟକୁ ଭାରତ ଶେଷ ବଲରେ ୩ ୱିକେଟ୍‍ ହରାଇ ଚମତ୍କାର ବିଜୟ ଲାଭ କରିଥିଲା।

ବୋଲିଂରେ ବୁମ୍‍ରା ଆଗରେ
ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଟି-୨୦ରେ ଯଶପ୍ରୀତ୍‍ ବୁମ୍‍ରା ସର୍ବାଧିକ ୱିକେଟ୍‍ ହାସଲକାରୀ ବୋଲର ରହିଛନ୍ତି। ବୁମ୍‍ରାଙ୍କ ନାମରେ ୧୫ ୱିକେଟ୍‍ ଲିପିବଦ୍ଧ ରହିଛି। ପ୍ରତିପକ୍ଷ ଅଷ୍ଟ୍ରେଲିଆ ପକ୍ଷରୁ ସେନ ୱାଟସନ ସର୍ବାଧିକ ୧୦ ୱିକେଟ୍‍ ସଫଳତା ପାଇଛନ୍ତି। ବ୍ୟକ୍ତିଗତ ବୋଲିଂ ଫିଗର ଉପରେ ନଜର ପକାଇଲେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୧୧ ରନରେ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ଜାସନ ବେହେରନଡୋର୍ଫ ୨୧ ରନରେ ୪ଟି ଲେଖାଏ ୱିକେଟ୍‍ ନେଇଛନ୍ତି।

20 Sep 2022 By The Sakala

https://www.thesakala.in/sports/india-vs-australia-1st-t20i-today/article-15111
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର