ଏସିଆ କପ ୨୦୨୨: ଆଫଗାନିସ୍ତାନ ବିପକ୍ଷରେ ଭାରତର ସହଜ ବିଜୟ

The Sakala Picture
Published On

ଦୁବାଇ:  ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି ୨୧୨ ରନ କରିଥିଲା । ଏହି ମ୍ଯାଚକୁ ଜିତିବାକୁ ଆଫଗାନିସ୍ତାନକୁ ୨୧୩ ରନର ଆବଶ୍ୟକତା ରହିଥିଲା। ୨୧୩ ରନର ପିଛା କରି ଆଫଗାନିସ୍ତାନ ୮ ୱିକେଟ ହରାଇ ୧୧୧ ରନ କରିବାକୁ ସଫଳ ହୋଇଥିଲା। ଫଳରେ […]

ଦୁବାଇ:  ଭାରତ ଓ ଆଫଗାନିସ୍ତାନ ଆଜି ନିଜ ନିଜର ଶେଷ ସୁପର ୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲା। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି ୨୧୨ ରନ କରିଥିଲା । ଏହି ମ୍ଯାଚକୁ ଜିତିବାକୁ ଆଫଗାନିସ୍ତାନକୁ ୨୧୩ ରନର ଆବଶ୍ୟକତା ରହିଥିଲା। ୨୧୩ ରନର ପିଛା କରି ଆଫଗାନିସ୍ତାନ ୮ ୱିକେଟ ହରାଇ ୧୧୧ ରନ କରିବାକୁ ସଫଳ ହୋଇଥିଲା। ଫଳରେ ଭାରତ ୧୦୧ ରନରେ ମ୍ଯାଚକୁ ସହଜରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଆଫଗାନିସ୍ତାନ ପକ୍ଷରୁ ସର୍ବାଧିକ ଇବ୍ରାହିମ ଜାର୍ଡନ ୬୪ ରନ କରି ଅପରାଜିତ ରହିଥିବା ବେଳେ। ରସିଦ ଖାନ ୧୫ ରନ ଓ ମୁଜିବୁର ରହମାନ ୧୮ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ସେହିପରି ଭାରତ ପକ୍ଷରୁ ଭୁବନେଶ୍ବର କୁମାର ସର୍ବାଧିକ ୫ ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂହ, ରବିଚନ୍ଦ୍ର ଅଶ୍ବିନ ଓ ଦୀପକ ହୁଡା ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

ଭାରତ ପକ୍ଷରୁ ପ୍ରଥମ ଇଂନିସରେ  ଲୋକେସ ରାହୁଲ ଓ ବିରାଟ କୋହଲି ଓପନିଂ କରିଥିଲେ। ଲୋକେସ ରାହୁଲ ୪୧ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଏହାପରେ ସୂର୍ଯ୍ଯକୁମାର ଯାଦବ ୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ପରେ ଅପରାଜିତ ଥିବା ବିରାଟ କୋହଲିଙ୍କ ସାଥ ଦେବା ପେଇଁ ଋଷଭ ପନ୍ତ ଆସିଥିଲେ। ପନ୍ତ ୧୬ ବଲରେ ୨୦ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଦୀର୍ଘ ଦିନପରେ ଆଜି ଏକ ଶତକୀୟ ପାରି ଖେଳିଥିଲ। କୋହଲି ୬୧ ବଲରେ ୧୨୨ ରନ କରି ଅପରାଜିତ ରହିଥିଲେ। ଯେଉଁଥିରେ ୬ ଟି ଛକା ଓ ୧୨ ଟି ଚୌକା ରହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର