ମହାମୁକାବିଲାରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଟିମ୍‌ ଇଣ୍ଡିଆର ପ୍ଲେଇଙ୍ଗ ୧୧ରୁ ଆଉଟ୍‌ ହେଲେ ଏହି ଖେଳାଳି

The Sakala Picture
Published On

ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ଆରମ୍ଭ ହୋଇଛି।  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମୁକାବିଲାରେ ଋଷଭ ପନ୍ତ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସାମିଲ୍ କରାଯାଇଛି। ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। Captain @ImRo45 has won the toss and we […]

ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ଆରମ୍ଭ ହୋଇଛି।  ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମୁକାବିଲାରେ ଋଷଭ ପନ୍ତ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସାମିଲ୍ କରାଯାଇଛି। ଅଭେଶ ଖାନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଜିର ମ୍ୟାଚରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ବର୍ଷଠାରୁ ଫର୍ମରେ ନଥିବା ବିରାଟ ଏହି ବଡ଼ ମ୍ୟାଚରେ ଏକ ଭଲ ଇନିଂସ ଖେଳିବେ ବୋଲି ଫ୍ୟାନମାନେ ଆଶା କରୁଛନ୍ତି । ବ୍ୟକ୍ତିଗତଭାବେ ବିରାଟଙ୍କ ପାଇଁ ଏହି ମ୍ୟାଚ ଗୁରୁତ୍ବବହନ କରୁଛି । କାରଣ ଏହା ତାଙ୍କ କ୍ୟାରିୟରର ୧୦୦ ତମ ଟି୨୦ ମ୍ୟାଚ୍ ।

ଅନ୍ୟପଟେ ଏହି ମ୍ୟାଚରେ ପାକିସ୍ତାନ ୩ ଦ୍ରୁତବୋଲର, ୨ ସ୍ପିନର ଖେଳାଉଛି । ପାକିସ୍ତାନ ପାଇଁ ନସିମ ଖାଁ ଏହି ମ୍ୟାଚରେ ଡେବ୍ୟୁ କରୁଛନ୍ତି ବୋଲି ଅଧିନାୟକ ବାବର ଆଜମ ସୂଚନା ଦେଇଛନ୍ତି । ତେବେ ପାକିସ୍ତାନର ମୁଖ୍ୟ ଷ୍ଟ୍ରାଇକ୍ ବୋଲର ସାହିନ ଆଫ୍ରିଦି ଏହି ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି ।

ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ।

ପାକିସ୍ତାନ ଦଳ : ମହମ୍ମଦ ରିଜଓ୍ଵାନ(ଓ୍ଵିକେଟ୍ କିପର), ବାବର ଆଜମ(ଅଧିନାୟକ), ଫକର ଜମାନ, ଇଫତିକାର ଅହମ୍ମଦ, ଖୁସଦିଲ ଶାହ, ଆସିଫ ଅଲ୍ଲୀ, ଶାଦାବ ଖାନ, ମହମ୍ମଦ ନଓ୍ଵାଜ, ନସୀମ ଶାହ, ହାରିସ ରଉଫ, ଶାହାନଓ୍ଵାଜ ଦହାନୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର