ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଲେ କୁସ୍ତି ଯୋଦ୍ଧା : ବଜରଙ୍ଗ ପୁନିଆଙ୍କୁ ସ୍ୱର୍ଣ୍ଣ – ଅଂଶୁ ମଲ୍ଲିକଙ୍କୁ ରୌପ୍ୟ

The Sakala Picture
Published On

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଦୁଇ ପଦକ ମିଳିଛି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରୋତ୍ତୋଳନକାରୀଙ୍କ କମାଲ ପରେ ଏବେ ଚମକିଛନ୍ତି କୁସ୍ତି ଯୋଦ୍ଧା। ଆଜି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ସପ୍ତମ ସ୍ଵର୍ଣ୍ଣ। ତାରକା କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଭାରତକୁ ଏହି ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି। ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ଏହି ସଫଳତା ହାସଲ କରିଛନ୍ତି। ଏଥି ସହିତ ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଅଂଶୁ […]

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଦୁଇ ପଦକ ମିଳିଛି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରୋତ୍ତୋଳନକାରୀଙ୍କ କମାଲ ପରେ ଏବେ ଚମକିଛନ୍ତି କୁସ୍ତି ଯୋଦ୍ଧା। ଆଜି ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ସପ୍ତମ ସ୍ଵର୍ଣ୍ଣ। ତାରକା କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଭାରତକୁ ଏହି ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି। ୬୫ କେଜି ବର୍ଗ କୁସ୍ତିରେ ବଜରଙ୍ଗ ଏହି ସଫଳତା ହାସଲ କରିଛନ୍ତି। ଏଥି ସହିତ ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି। ସେମି ଫାଇନାଲରେ ମାତ୍ର ୬୪ ସେକେଣ୍ଡରେ ମ୍ୟାଚ୍ ଶେଷ କରିଥିବା ଅଂଶୁ ଫାଇନାଲରେ ହାରି ଯାଇଛନ୍ତି। ସେ ଫାଇନାଲରେ ହାରିବାରୁ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଭାରତର ତାରକା କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଫାଇନାଲରେ ସେ କାନାଡାର ଲଛଲନ ମ୍ୟାକଗିଲଙ୍କୁ ହରାଇ କ୍ରମାଗତ ଦ୍ଵିତୀୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକର କାଂସ୍ୟ ପଦକ ବିଜେତା ବଜରଙ୍ଗ ଇଂଲଣ୍ଡର ଜର୍ଜ ରାମକୁ ୧୦-୦ରେ ହରାଇ ସହଜ ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଥିଲେ। ଏହା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ ବଜରଙ୍ଗ ପୁରୁଷ କୁସ୍ତିର ୬୫ କେଜି ବର୍ଗରେ ମରିସସର ଜିନ ଗୁଲିୟାନେ ଜୋରିସ ବାଣ୍ଡୋଉଙ୍କୁ ମାତ୍ର ଏକ ମିନିଟ୍‌ରେ ୬-୦ରେ ମାତ୍ ଦେଇ ସେମି ଫାଇନାଲରେ ପହଞ୍ଚିଥିଲେ। ତାଙ୍କୁ ସେମି ଫାଇନାଲରେ ପହଞ୍ଚିବା ପାଇଁ ଦୁଇ ମିନିଟ୍‌ରୁ କମ ସମୟ ଲାଗିଥିଲା। ସେ ଲିଗ୍ ପର୍ୟ୍ୟାୟରେ ନାଉରୁର ଲୋବେ ବିଙ୍ଘମଙ୍କୁ ତଳେ ପକାଇ ୪-୦ରେ ସହଜ ବିଜୟ ହାସଲ କରିଥିଲେ। ବଜରଙ୍ଗ ଗୋଟିଏ ମିନିଟ୍‌ରେ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କ ଚାଲ୍‌କୁ ବୁଝି ନେଇଥିଲେ। ଅଚାନକ ବିଙ୍ଘମକୁ ତଳେ ପକାଇ ମୁକାବିଲା ଶେଷ କରିଥିଲେ।

ମହିଳା ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି। ସେମି ଫାଇନାଲରେ ମାତ୍ର ୬୪ ସେକେଣ୍ଡରେ ମ୍ୟାଚ୍ ଶେଷ କରିଥିବା ଅଂଶୁ ଫାଇନାଲରେ ହାରି ଯାଇଛନ୍ତି।ଫାଇନାଲରେ ଅଂଶଙ୍କୁ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ନାଇଜେରିଆର ଓଡୁନୋୟା ଫୋଲାସାଡେଙ୍କ ସହ ହୋଇଥିଲା। ଆରମ୍ଭରୁ ହିଁ ଓଡୁନୋୟା ୪ ପଏଣ୍ଟ ନେଇ ଅଂଶଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଏହାପରେ ଅଂଶୁ ଆଟାକିଂ ଖେଳିଥିଲେ। ହେଲେ ସେ ତ୍ରୁଟି କରିବାରୁ ଓଡୁନୋୟାଙ୍କୁ ଆଉ ୨ ପଏଣ୍ଟ ମିଳିଥିଲା। ଶେଷ ମିନିଟରେ ଅଂଶୁ ୪ ପଏଣ୍ଟ ହାସଲ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିବାକୁ ଏହା ସକ୍ଷମ ହୋଇଥିଲା। ଶେଷରେ ଅଂଶୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌କୁ ୪-୬ରେ ହାରି ଯାଇଛନ୍ତି। ଓଡୁନୋୟଙ୍କ ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରମାଗତ ତୃତୀୟ ସ୍ୱର୍ଣ୍ଣ। ସେ ୨୦୧୪ ଓ ୨୦୧୮ରେ ସ୍ୱର୍ଣ୍ଣ ଜିତିଥିଲେ।

05 Aug 2022 By The Sakala

https://www.thesakala.in/sports/wrestlers-shine-in-commonwealth-games-bajrang-punia-wins-gold-and-anshu-malik-wins-silver/article-13899
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର