ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ଆଉ ୨ ପଦକ

The Sakala Picture
Published On

ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇଛି । ପୁରୁଷ ହେଭିୱେଟ ପାରା ପାଓ୍ୱାରଲିଫ୍ଟ ଇଭେଣ୍ଟରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେହିପରି ଆଥଲେଟିକ୍ସର ପୁରୁଷ ବର୍ଗ ଲଙ୍ଗ୍ ଜମ୍ପରେ ରୌପ୍ୟ ଆଣିଛନ୍ତି ଭାରତର ମୁରଲୀ ଶ୍ରୀଶଙ୍କର । ଏଯାବତ ୬ ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୭ ବ୍ରୋଞ୍ଜ ସହ ଭାରତ ୨୦ଟି ପଦକ ହାତେଇବାରେ […]

ବର୍ମିଂହାମ: ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ସପ୍ତମ ଦିନରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇଛି । ପୁରୁଷ ହେଭିୱେଟ ପାରା ପାଓ୍ୱାରଲିଫ୍ଟ ଇଭେଣ୍ଟରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେହିପରି ଆଥଲେଟିକ୍ସର ପୁରୁଷ ବର୍ଗ ଲଙ୍ଗ୍ ଜମ୍ପରେ ରୌପ୍ୟ ଆଣିଛନ୍ତି ଭାରତର ମୁରଲୀ ଶ୍ରୀଶଙ୍କର । ଏଯାବତ ୬ ଟି ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୭ ବ୍ରୋଞ୍ଜ ସହ ଭାରତ ୨୦ଟି ପଦକ ହାତେଇବାରେ ସକ୍ଷମ ହେଲାଣି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଗତ ରାତିରେ ପ୍ରଥମେ ମୁରଲୀ ଶ୍ରୀଶଙ୍କର ଲଙ୍ଗ ଜମ୍ପ ଇଭେଣ୍ଟରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲ ମ୍ୟାଚରେ ମୁରଲୀ ୮.୦୮ ମିଟର ଡିଆଁ ମାରି ଏହି ରାଙ୍କ ହାସଲ କରିଛନ୍ତି । ଚଳିତ କମନୱେଲଥ୍‌ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ଭାରତର ଏହା ଦ୍ୱିତୀୟ ମଡେଲ । ଏହା ପୂର୍ବରୁ ତେଜସ୍ୱିନୀ ଶଙ୍କର ହାଇ ଜମ୍ପରେ ବ୍ରୋଞ୍ଚ ମେଡାଲ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଏହାର କିଛି ସମୟ ପରେ ହେଭିୱେଟ ପାରା ପାଓ୍ୱାରଲିଫ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ସୁଧୀର । ଦ୍ୱିତୀୟ ପ୍ରୟାସରେ ସୁଧୀର ୨୧୨ କେଜି ଓଜନ ଉଠାଇ ରେକର୍ଡ ୧୩୪.୫ ଅଙ୍କ ହାସଲ କରି ସ୍ୱର୍ଣ୍ଣ ପଦକ ବିଜେତା ଘୋଷିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର