ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ଆଉ ୩ ପଦକ

The Sakala Picture
Published On

ବର୍ମିଂହାମ: ଭାରତୀୟ ମହିଳା ଜୁଡୋ ଖେଳାଳି ଲିକ୍‍ମାବାମ ସୁଶୀଳା ଦେବୀ ଚଳିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ଅନୁଷ୍ଠିତ ୪୮ କେଜି ବର୍ଗ ଫାଇନାଲ ମୁକାବିଲାରେ ସେ ଦକ୍ଷିଣ ଆଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କଠାରୁ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ଏହାପୂର୍ବରୁ ସେମିଫାଇନାଲରେ ସୁଶୀଳା ମରିସସ୍‍ର ପ୍ରିସ୍‍କିଲା ମୋରାଣ୍ଡାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଏଥିପୂର୍ବରୁ ସକାଳେ ଅନୁଷ୍ଠିତ ସେମିଫାଇନାଲରେ ସୁଶୀଳା ମରିସସ୍‍ର ପ୍ରିସିଲା ମୋରଣ୍ଡଙ୍କୁ ପରାସ୍ତ କରିଥିଲେ। […]

ବର୍ମିଂହାମ: ଭାରତୀୟ ମହିଳା ଜୁଡୋ ଖେଳାଳି ଲିକ୍‍ମାବାମ ସୁଶୀଳା ଦେବୀ ଚଳିତ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଛନ୍ତି। ସୋମବାର ଅନୁଷ୍ଠିତ ୪୮ କେଜି ବର୍ଗ ଫାଇନାଲ ମୁକାବିଲାରେ ସେ ଦକ୍ଷିଣ ଆଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କଠାରୁ ପରାସ୍ତ ହୋଇ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ଏହାପୂର୍ବରୁ ସେମିଫାଇନାଲରେ ସୁଶୀଳା ମରିସସ୍‍ର ପ୍ରିସ୍‍କିଲା ମୋରାଣ୍ଡାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଏଥିପୂର୍ବରୁ ସକାଳେ ଅନୁଷ୍ଠିତ ସେମିଫାଇନାଲରେ ସୁଶୀଳା ମରିସସ୍‍ର ପ୍ରିସିଲା ମୋରଣ୍ଡଙ୍କୁ ପରାସ୍ତ କରିଥିଲେ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଜନ୍ମିତ ୨୭ ବର୍ଷୀୟା ସୁଶୀଳା ପୂର୍ବରୁ ୨୦୧୪ ଗ୍ଲାସ୍‍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ବର୍ଗରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ହରଜିନ୍ଦର ଦେଲେ ୯ମ ପଦକ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ୯ମ ସଫଳତା ଭାରୋତ୍ତୋଳକ ହରଜିନ୍ଦର କୌର ଆଣିଛନ୍ତି। ସୋମବାର ଅନୁଷ୍ଠିତ ମହିଳା ୭୧ କିଗ୍ରା ବିଭାଗରେ ହରଜିନ୍ଦର ୩ୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ସେ ସ୍ନାଚରେ ୯୩ ଏବଂ କ୍ଲିନ ଆଣ୍ଡ ଜର୍କରେ ୧୧୯ କିଗ୍ରା ଉଠାଇଥିଲେ। ଫଳରେ ମୋଟ୍‍ ଉପରେ ସେ ୨୧୨ କିଗ୍ରା ଉଠାଇଥିଲେ। ଏହି ଇଭେଣ୍ଟରେ ଇଂଲଣ୍ଡର ସାରା ଡାଭିସ୍‍ (୨୯୨ କିଗ୍ରା) ଓ କାନାଡାର ଆଲେକ୍ସ ଅକ୍ସୱର୍ଥ (୨୧୪) ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜୟୀ ହୋଇଥିଲେ।

ବିଜୟ ଯାଦବଙ୍କୁ କାଂସ୍ୟ
ଜୁଡୋ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ବିଜୟ କୁମାର ଯାଦବ ଦେଇଛନ୍ତି। ସୋମବାର ପୁରୁଷ ୬୦ କିଗ୍ରା ବିଭାଗରେ ବିଜୟ ଏହି ପଦକ ସଫଳତା ଦେଇଥିଲେ। କାଂସ୍ୟ ପଦକ ମୁକାବିଲାରେ ସେ ସାଇପ୍ରସ୍‍ର ପେଟ୍ରୋସ କ୍ରିଷ୍ଟୋଡୋଉଲିଡେସ୍‍ଙ୍କୁ ପରାସ୍ତ କରିଥିଲେ।

ଏଥିସହ ୩ଟି ଲେଖାଏ ସ୍ୱର୍ଣ୍ଣ ଓ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ସହ ଭାରତୀୟ ଖେଳାଳିମାନେ ମୋଟ୍‍ ୮ଟି ପଦକ ହାସଲ କରିଛି। ଭାରୋତ୍ତୋଳନରେ ମୀରାବାଇ ଚାନୁ, ଜେରେମି ଲାଲା ରୁନିଙ୍ଗା ଓ ଅଚିନ୍ତ ଶିଉଳି ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ। ସେହିପରି ସୁଶୀଳା, ସଙ୍କେତ ସର୍ଗର ଓ ବିନ୍ଦ୍ୟାରାଣୀ ଦେବୀଙ୍କୁ ରୌପ୍ୟ ପଦକ ମିଳିଥିବା ବେଳେ ବିଜୟ ଓ ଗୁରୁରାଜ ପୂଜାରୀ କାଂସ୍ୟ ପଦକ ହାସଲ କରିଥିଲେ। ମହିଳା-୪ ଲନ୍‍ ବାଉନ୍ସ ଟିମ୍‍ ଫାଇନାଲରେ ପ୍ରବେଶ କରି ଆଉଏକ ରୌପ୍ୟ ପଦକ ଜିତିବା ସ୍ପଷ୍ଟ କରିଛନ୍ତି।

02 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର