ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର: ଅସୁସ୍ଥତା କାରଣରୁ କମନ୍‌ୱେଲ୍‌ଥ ଗେମ୍ସରେ ଭାଗ ନେବେ ନାହିଁ ନୀରଜ

The Sakala Picture
Published On

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍‌ ଚାଲିଥିବା ବିଶ୍ବ ଦୌଡ଼କୁଦ ଚାମ୍ପିୟନସିପରେ ଆୟୋଜିତ ପୁରୁଷ ଜାଭଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିଲେ। ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ତାଙ୍କର ଶାରୀରିକ ଅସୁସ୍ଥତା ହେତୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି. ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସାଧାରଣ ସଂପାଦକ ରାଜୀବ […]

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍‌ ଚାଲିଥିବା ବିଶ୍ବ ଦୌଡ଼କୁଦ ଚାମ୍ପିୟନସିପରେ ଆୟୋଜିତ ପୁରୁଷ ଜାଭଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିଲେ। ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ତାଙ୍କର ଶାରୀରିକ ଅସୁସ୍ଥତା ହେତୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି.

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସାଧାରଣ ସଂପାଦକ ରାଜୀବ ମେହେତା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ନୀରଜ ସମ୍ପୂର୍ଣ୍ଣ ସୁସ୍ଥ ନ ଥିବାରୁ ସେ କମନ୍‌ୱେଲ୍‌ଥ ଗେମ୍ସରେ ଖେଳିବ‌େ ନାହିଁ। ତାଙ୍କୁ ୨୦ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେ ବିଶ୍ବ ଆଥଲେଟିକ୍ ଚାମ୍ପିୟନସିପରେଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସୂଚନାଯୋଗ୍ୟ, ‘ୱାଲ୍‌ର୍ଡ ଆଥଲେଟିକସ ଚାମ୍ପିୟନସିପ’ ପଦକ ଜିଣିବାରେ ନୀରଜ ହେଉଛନ୍ତି ଦ୍ବିତୀୟ ଖେଳାଳି। ୨୦୦୩ରେ ଏହି ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଲଙ୍ଗ୍‌ ଜମ୍ପ୍‌ରେ ଭାରତୀୟ ଖେଳାଳି ଅଞ୍ଜୁବବି ଜର୍ଜ କାଂସ୍ୟ ପଦକ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର