ଆଜିଠାରୁ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍-୧୪ : ମୁମ୍ବଇ-ବାଙ୍ଗାଲୋର ମୁକାବିଲା

The Sakala Picture
Published On

ଚେନ୍ନାଇ :  ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। କୋଭିଡ୍‍ କଟକଣା ଅନୁଯାୟୀ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଦେଶର ୬ଟି ଭେନ୍ୟୁରେ ଖେଳାଯିବ। ମୋଟ ୮ଟି ଦଳ ଏଥିରେ ଅଂଶଗ୍ରହଣ କରୁଥିଲାବେଳେ ସମସ୍ତ ଭେନ୍ୟୁରେ ବାୟୋ ବବଲ ପରିବେଶ ମଧ୍ୟରେ ଖେଳାଳି, କର୍ମକର୍ତ୍ତା ଓ ଆୟୋଜକ ବିସିସିଆଇର କର୍ମକର୍ତ୍ତାମାନେ ରହିବେ। ଦେଶରେ କୋଭିଡ ସମସ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସରକାର ଏହି ଖେଳକୁ […]

ଚେନ୍ନାଇ :  ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। କୋଭିଡ୍‍ କଟକଣା ଅନୁଯାୟୀ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଦେଶର ୬ଟି ଭେନ୍ୟୁରେ ଖେଳାଯିବ। ମୋଟ ୮ଟି ଦଳ ଏଥିରେ ଅଂଶଗ୍ରହଣ କରୁଥିଲାବେଳେ ସମସ୍ତ ଭେନ୍ୟୁରେ ବାୟୋ ବବଲ ପରିବେଶ ମଧ୍ୟରେ ଖେଳାଳି, କର୍ମକର୍ତ୍ତା ଓ ଆୟୋଜକ ବିସିସିଆଇର କର୍ମକର୍ତ୍ତାମାନେ ରହିବେ। ଦେଶରେ କୋଭିଡ ସମସ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସରକାର ଏହି ଖେଳକୁ ଆୟୋଜନ କରିବାକୁ ଅନୁମତି ଦେଇଥିବାରୁ କେବଳ ଭାରତ ନୁହେଁ ବରଂ ବିଶ୍ୱର ସମସ୍ତ କ୍ରିକେଟପ୍ରେମୀ ଆଶ୍ୱସ୍ତ ହୋଇଛନ୍ତି। ବିଶେଷକରି ୫ ମାସ ମଧ୍ୟରେ ଦୁଇଥର ଆଇପିଏଲ୍‍ ଆୟୋଜିତ ହେବାକୁ ଯାଉଥିବାରୁ କ୍ରିକେଟ ପ୍ରେମୀମାନେ ଏହାକୁ କିଭଳି ଗ୍ରହଣ କରିବେ ତାହାକୁ ନେଇ ସନ୍ଦେହ ରହିଛି। କିନ୍ତୁ ଷ୍ଟାଡିୟମ୍‍ ଭିତରକୁ କୌଣସି ଦର୍ଶକଙ୍କୁ ଖେଳ ଦେଖିବାକୁ ଅନୁମତି ଦିଆଯାଉ ନଥିବାରୁ ଟେଲିଭିଜନରେ ଦର୍ଶକ ଏହି ଫଟାଫଟ୍‍ କ୍ରିକେଟର ମଜା ଉଠାଇବେ।

ଆହୁରି ପଢ଼ନ୍ତୁ: ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇରାନର ଡ୍ରୋନ୍ ଆକ୍ରମଣ

ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବାକୁ ଥିବାରୁ ଏଥିରେ କୌଣସି ଟିମ୍‍ର ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ।
ଏଥର ଟୁର୍ଣ୍ଣାମେଣ୍ଟ ଜିତିବ କିଏ? ଏଭଳି ଏକ ପ୍ରଶ୍ନ ସହ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଏହି ବିତ୍ତଶାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଶୁକ୍ରବାର ଚେନ୍ନାଇରେ ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସ ଓ ଶକ୍ତିଶାଳୀ ଦଳ ହୋଇଥିଲେ ମଧ୍ୟ ଏଯାଏ ଥରେ ହେଲେ ଟାଇଟଲ ଜିତି ନଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‍ଘାଟନୀ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ଦକ୍ଷତା, ଫର୍ମ ଓ ପ୍ରଦର୍ଶନକୁ ବିଚାରକୁ ନେଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ଗଠିତ ମୁମ୍ବଇ ଇଣ୍ଡିଆନ୍ସ ଏକ ପୂର୍ଣ୍ଣ ଦଳ ଭାବେ ନିଜକୁ ଉପସ୍ଥାପନ କରିଛି। ଏହି ଦଳର ଅଧିନାୟକ ରୋହିତ ବିଫଳ ହେଲେ କ୍ୱିଣ୍ଟନ ଡି କକ୍‍ଙ୍କ ବ୍ୟାଟ କଥା କହିପାରେ। ଅବଶ୍ୟ ସେ ଉଦ୍‍ଘାଟନୀ ମ୍ୟାଚ୍‍ ଲାଗି ଉପଲବ୍ଧ ହେବେ ନାହିଁ। ଯଦି ଉଭୟ ଫେଲ ମାରନ୍ତି, ତେବେ ସେମାନଙ୍କ ପଛକୁ ଅଛନ୍ତି ଇଶାନ କିସାନ ଓ ସୂର୍ଯ୍ୟକୁମାର ଯାଦବ। ଯଦିବି ଟପ୍‍ ଅର୍ଡର ଫେଲ୍‍ମାରେ, ତେବେ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କ୍ରୁନାଲ) ଲଢ଼ିବାକୁ ଆଗେଇ ଆସିବେ। କାଇରନ୍‍ ପୋଲାର୍ଡଙ୍କ ଉପସ୍ଥିତି ସମସ୍ତ ବିଫଳତାକୁ ଏଡାଇଦେବାରେ ସମର୍ଥ ହୋଇପାରିବ। ବିଶ୍ୱର ଦୁଇ ଘାତକ ବୋଲି ଯଶ୍‍ପ୍ରୀତ୍‍ ବୁମ୍‍ରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ମୁକାବିଲା କରିବା ଯେ କୌଣସି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନଙ୍କ ଲାଗି କଷ୍ଟକର। ରାହୁଲ ଚହର ତାଙ୍କ ଚମତକାରିତା ଦେଖାଇସାରିଛନ୍ତି। ଏଭଳି ସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍‍ସକୁ ହରାଇ ଯେ କୌଣସି ଦଳ ଲାଗି ଦୁଃସ୍ୱପ୍ନ ହେବ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାେଇକେଲ ଭନ୍‍ ଚେତାବନୀ ଦେଇ କହିଛନ୍ତି।

ଆଇପିଏଲ୍‍ରେ ସର୍ବଦା କିଛି ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରିଥିଲେ ମଧ୍ୟ ଆର୍‍ସିବି ବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟାଇଟଲ ଜିତିବାରେ ସମର୍ଥ ହୋଇପାରି ନାହିଁ। ଭାରତୀୟ କ୍ରିକେଟ ଦଳର ସଫଳ ଅଧିନାୟକ ବିରାଟ କୋହଲି ଏହି ଟିମ୍‍ର ନେତୃତ୍ୱ ନେଉଥିଲେ ମଧ୍ୟ ଫଳ କିଛି ନୂଆ ହେଉନି। ଏଥର ସେ ଇନିଂସ ଓପନ କରିବେ ବୋଲି ଆଶା କରାଯାଉଛି। ତାଙ୍କର ପାର୍ଟନର ଦେବଦତ୍ତ ପାଡିକଲ କିମ୍ବା ମହହମ୍ମଦ୍‍ ଆଝାରୁଦ୍ଦିନଙ୍କ ମଧ୍ୟରୁ ଜଣେ ହେବେ। ଏବି ଡିଭିଲର୍ସଙ୍କ ଭଳି ପ୍ରତିଷ୍ଠିତ ଖେଳାଳି ଥିଲେ ମଧ୍ୟ ଏହି ଦଳର ଆତ୍ମବିଶ୍ୱାସ କମ୍‍ ରହିଛି। ବ୍ୟାଟିଂରେ ଦଳ କୋହଲି ଓ ଏବିଡିଙ୍କ ଉପରେ ଅଧିକ ନିର୍ଭର କରୁଛି। ବୋଲିଂରେ ମହମ୍ମଦ୍‍ ସିରାଜ ଓ ନଭଦୀପ ସୈନୀ ଅଷ୍ଟ୍ରେଲିଆରେ ଭଲ ଖେଳିଥିଲେ ମଧ୍ୟ ଆଇପିଏଲ୍‍ରେ ସେତେଟା ଭଲ କରିନାହାନ୍ତି। ୟୁଜବେନ୍ଦ୍ର ଚହଲଙ୍କର ଧୀରେ ଧୀରେ ପ୍ରଭାବ ହ୍ରାସ ପାଇବାରେ ଲାଗିଛି। ଏଥର ଦୁଇ ଶ୍ରେଷ୍ଠ ବିଦେଶୀଙ୍କୁ ଦଳ ସାମିଲ କରିଛି। ମ୍ୟାଚ୍‍ ୱିନର ତଥା ଅଲରାଉଣ୍ଡର ଗ୍ଲେନ୍‍ ମ୍ୟାକ୍ସୱେଲ ଓ ରାତାରାତି କୋଟିପତି ହୋଇଥିବା କାଏଲ ଜାମିସନଙ୍କଠାରୁ ଦଳ ଅଧିକ ଆଶା କରୁଛି। ମ୍ୟାକ୍ସୱେଲ ଫର୍ମରେ ରହିଲେ, ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିରାଶ ହେବାକୁ ପଡ଼ିଥାଏ। କିନ୍ତୁ ଜାମିସନ ଭାରତୀୟ ଫ୍ଲାଟ୍‍ ପିଚ୍‍ରେ କିପରି ପ୍ରଭାବ ପକାଇବେ ତାହା ଖେଳିବା ପରେ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

ମୁମ୍ବଇ ଇଣ୍ଡିଆନ୍ସ
ରୋହିତ ଶର୍ମା (ଅଧିନାୟକ), ଇଶାନ କିସାନ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ ପୋଲାର୍ଡ, ଜେମ୍ସ ନୀଶାମ, କ୍ରୁନାଲ ପାଣ୍ଡ୍ୟା, ନାଥାନ କୁଲଟର-ନାଇଲ୍‍/ଜୟନ୍ତ ଯାଦବ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶ୍‍ପ୍ରୀତ୍‍ ବୁମ୍‍ରା।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର
ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡ଼ିକଲ, ଏବି ଡିଭିଲର୍ସ, ଗ୍ଲେନ୍‍ ମ୍ୟାକ୍ସୱେଲ୍‍, ମହମ୍ମଦ୍‍ ଆଝାରୁଦ୍ଦିନ (ୱିକେଟକିପର), ଡାନିଏଲ୍‍ କ୍ରିଷ୍ଟିଆନ୍‍, ୱାଶିଂଟନ ସୁନ୍ଦର, କାଏଲ ଜାମିସନ, ନଭଦୀପ ସୈନୀ, ମହମ୍ମଦ୍‍ ସିରାଜ ଓ ୟୁଜବେନ୍ଦ୍ର ଚହଲ।

09 Apr 2021 By The Sakala

https://www.thesakala.in/sports/indian-premier-league-14-from-today-rcb-vs-mi-head-to-head-in-1st-match/article-1360
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର