ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ : ନବୀନ କିଣିଲେ ପ୍ରଥମ ଟିକେଟ

The Sakala Picture
Published On

ଭୁବନେଶ୍ବର : ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦କୁ ଆଉ ୫ ଦିନ ବାକି ଅଛି। ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓସିଏ ପକ୍ଷରୁ ମ୍ୟାଚ ପାଇଁ ଆନୁଷଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଷ୍ଟାଡିୟମକୁ ଚଳିତ ଥର ନୂଆ ଲୁକ୍‌ ଦେବାପାଇଁ ବିଭିନ୍ନ ଦିଗରେ ଜାରି ରହିଛି କାମ। ପିଚ୍‌ ସହିତ ପୁରା ପଡିଆକୁ ବର୍ଷା ପ୍ରଭାବରୁ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ଆସିଛି ଗ୍ରାଉଣ୍ଡ କଭର […]

ଭୁବନେଶ୍ବର : ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦କୁ ଆଉ ୫ ଦିନ ବାକି ଅଛି। ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓସିଏ ପକ୍ଷରୁ ମ୍ୟାଚ ପାଇଁ ଆନୁଷଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଷ୍ଟାଡିୟମକୁ ଚଳିତ ଥର ନୂଆ ଲୁକ୍‌ ଦେବାପାଇଁ ବିଭିନ୍ନ ଦିଗରେ ଜାରି ରହିଛି କାମ। ପିଚ୍‌ ସହିତ ପୁରା ପଡିଆକୁ ବର୍ଷା ପ୍ରଭାବରୁ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ଆସିଛି ଗ୍ରାଉଣ୍ଡ କଭର । ସର୍ବଦା ବ୍ୟାଟିଂ ପିଚ୍‌ ରହି ଆସିଥିବା ବାରବାଟୀକୁ ଏଥର ମଧ୍ୟ ପ୍ରସ୍ତୁତି କରାଯାଇଛି । ଚଳିତ ଟି-୨୦ରେ ଧୁମ୍‌ ରନ୍‌ ବର୍ଷା ହେବ । ଦର୍ଶକ ଖୁବ୍‌ ମନଭରି ଉପଭୋଗ କରିବେ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସେପଟେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟିକେଟ ବିକ୍ରି । କାଲିଠୁ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଟିକେଟ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁଲ , କଲେଜ ଓ କ୍ଲବ ଇତ୍ୟାଦିକୁ ବିକ୍ରି କରାଯିବ । ଓସିଏ କନଫରେନ୍ସ ହଲରେ ଏହି ଟିକେଟ ବିକ୍ରିର କାର୍ଯ୍ୟକ୍ରମ ରହିଥିବା ବେଳେ ୮ ହଜାର ଟିକେଟ ସେମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ଆସନ୍ତା ୯ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଷ୍ଟାଡିୟମ ପରିସରରେ ଥିବା କାଉଣ୍ଟରରେ ଟିକେଟ ବିକ୍ରି କରିବା ପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ କରିଛି ଓସିଏ । ଆସନ୍ତାକାଲି ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଟିକେଟ୍‌ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ


ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏଚଡିଏଫସି ବ୍ୟାଙ୍କର ଜୋନାଲ ହେଡ୍ ଦୀପକ ସିଂହ ଓ ଭାଇସ ପ୍ରେସିଡେଣ୍ଟ ଅନିମେଷ ବିଶ୍ବାଳ ଏହି ଅବସରରେ ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ସୁବ୍ୟବସ୍ଥିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ବାରବାଟୀ ଷ୍ଟାଡିୟମରେ ମୋଟ ୪୪୨୩୪ ଜଣ ଦର୍ଶକ ବସିବାର କ୍ଷମତା ଥିବା ବେଳେ ସେଥିମଧ୍ୟରୁ ୨୯ ହଜାର ୧୫୪ଟି ଟିକେଟ ବିକ୍ରି କରାଯିବ। ବିକ୍ରି ପାଇଁ ଥିବା ୨୯ ହଜାର ୧୫୪ ଟି ଟିକେଟ ମଧ୍ୟରୁ ଓ ଅନଲାଇନ ପାଇଁ ୫ ହଜାର ଟିକେଟ ବିକ୍ରି ହୋଇ ସାରିଥିବା ବେଳେ ଓସିଏ ସହିତ ଅନୁବନ୍ଧିତ ସଂଗଠନଗୁଡ଼ିକୁ ୮ ହଜାର ଟିକେଟ ବିକ୍ରି କରାଯିବ । ତେଣୁ ସର୍ବଧାରଣଙ୍କ ପାଇଁ ୧୬୫୪୫ଟି ଟିକେଟ କାଉଣ୍ଟରରେ ବିକ୍ରି ପାଇଁ ଆସିବ । ସେପଟେ ମ୍ୟାଚକୁ ଆଉ ୫ ଦିନ ସମୟ ବାକିଥିବା ବେଳେ ପିଚ ସହ ଗ୍ରାଉଣ୍ଡ ପ୍ରସ୍ତୁତି କର୍ଯ୍ୟକୁ ଚୂଡ଼ାନ୍ତ କରିଛି ଓସିଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର