ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଲାଗିଲା ଝଟକା, ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କୁ କରୋନା

The Sakala Picture
Published On

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଶନିବାର ବଡ ଝଟକା ଲାଗିଛି। ପ୍ରଥମେ ଦଳର ଅଧିନାୟକ ଶ୍ରେୟସ୍ ଅୟର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିସାରିଛନ୍ତି। ଆଉ ଏବେ ଦଳର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସୂଚନା ମିଳିଛି। ଅକ୍ଷର ସମସ୍ତ ପ୍ରୋଟୋକଲକୁ ପାଳନ କରି ଏବେ ଆଇସୋଲେସନରେ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହା ନିଶ୍ଚିତ ଭାବରେ ବଡ ଝଟକା। ଦିଲ୍ଲୀକୁ ଚେନ୍ନାଇ ସୁପରକିଙ୍ଗସ ସହିତ ମୁମ୍ବାଇରେ […]

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଶନିବାର ବଡ ଝଟକା ଲାଗିଛି। ପ୍ରଥମେ ଦଳର ଅଧିନାୟକ ଶ୍ରେୟସ୍ ଅୟର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିସାରିଛନ୍ତି। ଆଉ ଏବେ ଦଳର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅକ୍ଷର ସମସ୍ତ ପ୍ରୋଟୋକଲକୁ ପାଳନ କରି ଏବେ ଆଇସୋଲେସନରେ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହା ନିଶ୍ଚିତ ଭାବରେ ବଡ ଝଟକା। ଦିଲ୍ଲୀକୁ ଚେନ୍ନାଇ ସୁପରକିଙ୍ଗସ ସହିତ ମୁମ୍ବାଇରେ ଖେଳିବାର ଅଛି। ଅନ୍ୟପଟେ ଶ୍ରେୟସ ଆହତ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ତାଙ୍କ ସ୍ଥାନରେ ଭାରତୀୟ କ୍ରିକେଟ ଟିମର ଯୁବ ୱିକେଟକିର-ବ୍ୟାଟ୍ସମ୍ୟାନଙ୍କୁ ମିଳିଛି ଅଧିନାୟକତ୍ୱର ଦାୟିତ୍ୱ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସୂଚନାଯୋଗ୍ୟ, ଅକ୍ଷର ପଟେଲ ଆଇପିଏଲ୍‌ କ୍ୟାରିଅରରେ ୯୭ ମ୍ୟାଚ୍‌ ଖେଳି ୮୦ ଓ୍ଵିକେଟ ନେବା ସହ ୯୧୩ ରନ୍‌ କରିଛନ୍ତି। ଆସନ୍ତା ୯ ତାରିଖରୁ ଆଇପିଏଲ୍‌ ସିଜିନ୍‌ ୧୪ ଆରମ୍ଭ ହେବ।କୁ ଥିବାବେଳେ ଏପ୍ରିଲ ୧୦ରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ ଖେଳିବ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର