ଆସନ୍ତାକାଲିଠୁ ବାରବାଟୀ ମ୍ୟାଚ ପାଇଁ ଅନଲାଇନ ଟିକେଟ ବିକ୍ରି: ଜାଣନ୍ତୁ କେମିତି ଓ କେଉଁଠି କରିବେ ଟିକେଟ ବୁକିଂ

The Sakala Picture
Published On

କଟକ : ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍କୁ ଆଉ ୧୨ ଦିନ ବାକି। ମ୍ୟାଚ୍‍ ଦିବସ ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଜୋରଦାର ଭାବେ ଆଗେଇ ଚାଲିଛି। ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ କାଲିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ୍ ବିକ୍ରି। କାଲି ଦିନ ୧୧ଟାରୁ ଦର୍ଶକମାନେ ଅନଲାଇନରେ ଟିକଟ ବୁକିଂ କରି ପାରିବେ। ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ […]

କଟକ : ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍କୁ ଆଉ ୧୨ ଦିନ ବାକି। ମ୍ୟାଚ୍‍ ଦିବସ ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଜୋରଦାର ଭାବେ ଆଗେଇ ଚାଲିଛି। ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ କାଲିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ୍ ବିକ୍ରି। କାଲି ଦିନ ୧୧ଟାରୁ ଦର୍ଶକମାନେ ଅନଲାଇନରେ ଟିକଟ ବୁକିଂ କରି ପାରିବେ। ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ ସମେତ www.insider.in ୱେବସାଇଟ୍‍ରେ ଟିକଟ ବୁକିଂ ବ୍ୟବସ୍ଥା ଉପଲବ୍ଧ ରହିବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ବାରବାଟୀରେ ହେବାକୁ ଥିବା  ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ମୋଟ ୫ହଜାର ଟିକଟ ଅନଲାଇନରେ ବୁକିଂ ଲାଗି ଉପଲବ୍ଧ ହେବ। ହେଲେ କେଉଁ ଗ୍ୟାଲେରୀରୁ କେତୋଟି ଟିକଟ ଅନଲାଇନରେ ଉପଲବ୍ଧ ହେବ ତାହା ଚୂଡ଼ାନ୍ତ ହୋଇନାହିଁ। ଗ୍ୟାଲେରୀ ନଂ ୨, ୪, ୭, ସ୍ପେସାଲ ଏନ୍‍କ୍ଲୋଜର ବ୍ଲକ ଏ, ନ୍ୟୁ ପ୍ୟାଭିଲିୟନ- ୧ର କିଛି ଟିକଟ କେବଳ ଅନ୍‍ଲାଇନରେ ମିଳିବ। ଗ୍ୟାଲେରୀ ନ-୧, ୩, ୫ ଭଳି ଚାହିଦା ଥିବା ସ୍ଥାନର ଟିକଟ ଅନଲାଇନରେ ଉପଲବ୍ଧ ହେବନାହିଁ। ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା www.insider.in ୱେବସାଇଟ୍‍ ଓପନ୍‍ କରି ମୋବାଇଲ ନମ୍ବର ନଚେତ୍‍ ଇ-ମେଲ ଆଇଡି ଦେଇ ପ୍ରଥମେ ପଞ୍ଜୀକରଣ କରିବେ ଦର୍ଶକ। ଲୋକେସନ୍‍ ସ୍ଥାନରେ କଟକ ଚୂଡ଼ାନ୍ତ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଇଭେଣ୍ଟ ସେକ୍ସନକୁ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍‍କୁ ସିଲେକ୍ଟ କରିବାକୁ ହେବ। ଏଠାରେ ଟିକଟ କିଣିବା ପାଇଁ ଏକ ଅପସନ୍‍ ଥିବ। ଏହାକୁ କ୍ଲିକ କଲେ୍‍ ବିଭିନ୍ନ ଗ୍ୟାଲେରୀର ତାଲିକା ଆସିବ। ଗୋଟିଏ ପଞ୍ଜୀକରଣ ଆଇଡିରୁ ସର୍ବାଧିକ ୨ଟି ଟିକଟ ବୁକ୍‍ କରିହେବ। ଗ୍ୟାଲେରୀ ଚୂଡ଼ାନ୍ତ କରିବା ପରେ ବ୍ୟକ୍ତିଗତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଭୋଟ ପରିଚୟପତ୍ର, ଆଧାରକାର୍ଡ଼, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ ପରିଚୟପତ୍ରର ଆଇଡି ନମ୍ବର ଦେବାକୁ ହେବ। ବ୍ୟକ୍ତିଗତ ବିବରଣୀରେ ଦାଖଲ କରିଥିବା ନାମ ଓ ପରିଚୟ ପତ୍ରର ନାମ ମେଳ ଖାଉଥିବା ଦରକାର। ଏହାପରେ ଟିକଟ ସଂଗ୍ରହ କରିବାର ସ୍ଲଟକୁ ଯାଇ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରିବାକୁ ହେବ। ଶେଷରେ ୟୁପିଆଇ ଦ୍ୱାରା ଟଙ୍କା ପୈଠ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଏ ସମସ୍ତ କାର୍ଯ୍ୟ ପରେ ବ୍ୟବହାରକାରୀଙ୍କ ମୋବାଇଲ ନମ୍ବର କିମ୍ବା ଇ-ମେଲ ଆଇଡିକୁ ଟିକଟ ବୁକିଂର ଏକ ମେସେଜ୍‍ ଆସିବ। ଜୁନ ୯, ୧୦, ୧୧ ଓ ୧୨ ତାରିଖରେ ଅନଲାଇନ୍‍ ଟିକଟ ବୁକ କରିଥିବା ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। କଟକର କେମ୍ବ୍ରିଜ ସ୍କୁଲରେ ଟିକଟ ସଂଗ୍ରହ ପାଇଁ ଏକ କାଉଣ୍ଟର ଖୋଲାଯିବ ବୋଲି ସିଇଓ ଶ୍ରୀ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ମଧ୍ୟ ଅନଲାଇନ୍‍ ବୁକ୍‍ କରିଥିବା ଦର୍ଶକଙ୍କ ପାଇଁ ଏକ କାଉଣ୍ଟର ଖୋଲିବାକୁ ଓସିଏ ପକ୍ଷରୁ ଯୋଜନା ହେଉଛି ବୋଲି ମଧ୍ୟ ଓସିଏ ସିଇଓ ସୁବ୍ରତ କୁମାର ବେହେରା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର