ଆଇପିଏଲ ୨୦୨୨: ଆଜି ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌, ମୁହାଁମୁହିଁ ହେବେ ଗୁଜରାଟ-ରାଜସ୍ଥାନ

The Sakala Picture
Published On

କୋଲକାତା: ନବାଗତ ଗୁଜରାଟ ଟାଇଟାନ୍ସ ଏବଂ ୨୦୦୮ ଚାମ୍ପିଅନ୍‍ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍‍ ଜିତିବାକୁ ଉଭୟ ଦଳର ସମାନ କ୍ଷମତା ରହିଥିଲେ ମଧ୍ୟ ମ୍ୟାଚ୍‍ ଫିନିସ୍‍ କରିବାରେ ଅଧିକ ପାରଙ୍ଗମ ଓ ଦକ୍ଷତାର ଅଧିକାରୀ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସକୁ ଏହି ମୁକାବିଲାରେ ଫେବରିଟ୍‍ ଆଖ୍ୟା ମିଳିଛି। ଏହି ମ୍ୟାଚ୍‍ର ବିଜେତା ମେ’ ୨୯ରେ ହେବାକୁ […]

କୋଲକାତା: ନବାଗତ ଗୁଜରାଟ ଟାଇଟାନ୍ସ ଏବଂ ୨୦୦୮ ଚାମ୍ପିଅନ୍‍ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍‍ ଜିତିବାକୁ ଉଭୟ ଦଳର ସମାନ କ୍ଷମତା ରହିଥିଲେ ମଧ୍ୟ ମ୍ୟାଚ୍‍ ଫିନିସ୍‍ କରିବାରେ ଅଧିକ ପାରଙ୍ଗମ ଓ ଦକ୍ଷତାର ଅଧିକାରୀ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସକୁ ଏହି ମୁକାବିଲାରେ ଫେବରିଟ୍‍ ଆଖ୍ୟା ମିଳିଛି। ଏହି ମ୍ୟାଚ୍‍ର ବିଜେତା ମେ’ ୨୯ରେ ହେବାକୁ ଥିବା ଫାଇନାଲ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ପରାଜିତ ଦଳ ଆଉଥରେ ଫାଇନାଲ ଖେଳିବା ଲାଗି କ୍ୱାଲିଫାୟର-୨ରେ ମୁକାବିଲା କରିବ। ବୁଧବାର ଏଠାରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଲିମିନେଟର ଖେଳାଯିବ। ଏହି ମ୍ୟାଚ୍‍ର ବିଜେତା ଓ କ୍ୱାଲିଫାୟର-୧’ର ପରାଜିତ ଦଳ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ହେବ। ଏହି ମ୍ୟାଚ୍‍ଟି ଅହମ୍ମଦାବାଦ୍‍ରେ ମେ’ ୨୭ରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ମୁମ୍ବାଇ ଓ ପୁଣେରେ ସମସ୍ତ ୭୦ଟି ଯାକ ଲିଗ୍‍ ମ୍ୟାଚ୍‍ ଆୟୋଜିତ ହେବା ପରେ ପ୍ଲେ ଅଫ୍‍ର ପ୍ରଥମ ଦୁଇଟି ମ୍ୟାଚ୍‍ କୋଲକାତାର ଇଡେନ୍‍ ଗାର୍ଡେନକୁ ସ୍ଥାନାନ୍ତରିତ ହୋଇଛି। ଏହି ମ୍ୟାଚ୍‍ରେ ଫି୍‍ଟ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟକୁ ଜିତାଇବେ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଭାବେ ସେ ବ୍ୟାଟିଂ ଓ ବୋଲିଂରେ ଭଲ ଫର୍ମରେ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଅଧିନାୟକ ଭାବେ ନିଜ ଦଳରେ ଥିବା ଖେଳାଳିମାନଙ୍କୁ ସେ ଖୁବ୍‍ ଚତୁରତାର ସହ ବ୍ୟବହାର କରି ନିଜ ସପକ୍ଷରେ ସଫଳତା ନେଇଆସୁଛନ୍ତି। ସେ ରଶିଦ୍‍ ଖାନ୍‍ ହୁଅନ୍ତୁ କିମ୍ବା ଦୁଇ ବିସ୍ଫୋରକ ବ୍ୟାଟର ଡେଭିଡ୍‍ ମିଲର ଓ ରାହୁଲ ତେୱାତିଆ। ଏମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି, ସେ ସଫଳତାର ସହ ଏହାକୁ ପ୍ରଦର୍ଶନ କରୁଛନ୍ତି। ଦଳର ଦୁର୍ବଳାର ହେଉଛି ଓପନିଂ ବ୍ୟାଟର ଶୁବମାନ ଗିଲ୍‍। କିନ୍ତୁ ୩୭ ବର୍ଷୀୟ ରିଦ୍ଧିମାନ ଶାହ ବିବାଦରୁ ଧ୍ୟାନ ହଟାଇବା ଲାଗି ଆଇପିଏଲ୍‍କୁ ପ୍ଲାଟଫର୍ମ ଭାବେ ଗ୍ରହଣ କରିଛନ୍ତି। ସୁଯୋଗ ପାଇବା ପରଠାରୁ ୯ଟି ମ୍ୟାଚ୍‍ରେ ୩ଟି ଅର୍ଦ୍ଧଶତକ ସହ ଗିଲଙ୍କ ଅସଫଳତାକୁ କେତେକାଂଶରେ ପୂରଣ କରିପାରିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ମ୍ୟାଚ୍‍ର ପିଚ୍‍ ବଦଳିଯାଇଥିବାରୁ ପେସ୍‍ ବୋଲରଙ୍କୁ ଫାଇଦା ମିଳିବ ବୋଲି କୁହାଯାଉଛି। ଏଣୁ ମହମ୍ମଦ୍‍ ସାମିଙ୍କ ସହ ଲକି ଫର୍ଗୁସନ ଓ ଆଲଜରୀ ଯୋଶେଫ୍‍ ଏହି ମ୍ୟାଚ୍‍ ଖେଳିବାର ସମ୍ଭାବନା ରହିଛି। ରଶିଦ୍‍ ଖାନଙ୍କୁ ଡେଥ୍‍ ଓଭରରେ ବିନିଯୋଗ କରାଯିବ। କିନ୍ତୁ ଗୁଜରାଟ ତାହାର ଶେଷ ୫ଟି ମୁକାବିଲାରୁ ୩ଟିରେ ହାରିଛି। ରାଜସ୍ଥାନ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ରାଜସ୍ଥାନ ନିକଟରେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‍ ସଂଗ୍ରହକାରୀ ଜୋସ୍‍ ବଟ୍ଟଲର (୬୨୯ ରନ୍‍) ଏବଂ ସର୍ବାଧିକ ୱିକେଟହାସଲକାରୀ ଯୁଜବେନ୍ଦ୍ର ଚହଲ (୨୬ଟି) ଅଛନ୍ତି। ଏହା ସତ୍ତ୍ବେ ଦଳର ଦୁର୍ବଳତା ହେଲା ଟପ୍‍ ଅର୍ଡର ବ୍ୟାଟିଂ ବିଫଳତା। ବଟ୍ଟଲର ମଧ୍ୟ ଗତ ୩ଟି ମ୍ୟାଚ୍‍ରେ ଯଥାକ୍ରମେ ୨, ୨ ଓ ୭ ରନ୍‍ ସଂଗ୍ରହ କରିଛନ୍ତି। ସଞ୍ଜୁ ସାମସନ, ସିମରନ ହେଟମାୟର କିମ୍ବା ରିଆନ ପରାଗ ଭଲ ଫର୍ମରେ ନାହାନ୍ତି। ଏଥିଲାଗି ଦଳ ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟାଟିଂ ଉପରେ ନିର୍ଭରଶୀଳ। ସେ ଦଳକୁ ଗୋଟିଏ ମ୍ୟାଚ୍‍ ଜିତାଇଥିଲେ ମଧ୍ୟ ତାଙ୍କ ଉପରେ ଭରସା କରି ମ୍ୟାଚ୍‍ ଜିତିବା କଷ୍ଟକର। ଏହି ମୁକାବିଲା ଜିତିବାକୁ ହେଲେ ରାଜସ୍ଥାନର ଟପ୍‍ ଅର୍ଡର ବ୍ୟାଟ୍ଟର କ୍ଲିକ୍‍ କରିବା ଆବଶ୍ୟକ। ଏଣୁ ସେ ବଟ୍ଟଲର ହୁଅନ୍ତୁ କିମ୍ବା ସାମସନ କିମ୍ବା ଡେଟମାୟରଙ୍କଠାରୁ ବିସ୍ଫୋରକ ପ୍ରଦର୍ଶନ ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର