ଆଇପିଏଲ୍‌ ପ୍ଲେ ଅଫ ଏବଂ ଫାଇନାଲରେ ବର୍ଷା ହେଲେ କେମିତି ସ୍ଥିର କରାଯିବ ବିଜେତା, ଜାଣନ୍ତୁ କ’ଣ ରହିଛି ନିୟମ…

The Sakala Picture
Published On

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଚଳିତ ଆଇପିଏଲ୍‍ର ୭୦ତମ ତଥା ଅନ୍ତିମ ଲିଗ୍‍ ମ୍ୟାଚ ଶେଷ ହୋଇଛି। ଏବେ କେବଳ ପ୍ଲେ ଅଫକୁ ଅପେକ୍ଷା କାରଣ ଏହାପରେ ଆଇପିଏଲ ୨୦୨୨ର ଫାଇନାଲ ଖେଳିବା ପାଇଁ ଦୁଇ ଦଳ ସ୍ତିର ହୋଇଯିବ। ମେ ୨୪ରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଆଗାମୀ ୪ଟି ମ୍ୟାଚ କୋଲକାତା ଓ ଅହମ୍ମଦାବାଦରେ […]

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଚଳିତ ଆଇପିଏଲ୍‍ର ୭୦ତମ ତଥା ଅନ୍ତିମ ଲିଗ୍‍ ମ୍ୟାଚ ଶେଷ ହୋଇଛି। ଏବେ କେବଳ ପ୍ଲେ ଅଫକୁ ଅପେକ୍ଷା କାରଣ ଏହାପରେ ଆଇପିଏଲ ୨୦୨୨ର ଫାଇନାଲ ଖେଳିବା ପାଇଁ ଦୁଇ ଦଳ ସ୍ତିର ହୋଇଯିବ। ମେ ୨୪ରେ ପ୍ରଥମ କ୍ୱାଲିଫାୟାର ମ୍ୟାଚ ଖେଳାଯିବାକୁ ଥିବା ବେଳେ ମେ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ । ଆଗାମୀ ୪ଟି ମ୍ୟାଚ କୋଲକାତା ଓ ଅହମ୍ମଦାବାଦରେ ଖେଳାଯିବ । ତେବେ ପ୍ଲେ ଅଫ ମ୍ୟାଚ ସମୟରେ ଯଦି ବର୍ଷା ହୁଏ କିମ୍ବା ଅନ୍ୟ କୌଣସି କାରଣରୁ ଖେଳ ନହୁଏ ତେବେ ଏହାର ଫଳାଫଳ କିପରି ବାହାରିବ, ଆସନ୍ତୁ ଜାଣିବା ଏନେଇ କଣ ରହିଛି ନିୟମ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଇପିଏଲ୍‌ ୨୦୨୨ ପ୍ଲେ-ଅଫ୍‌ ମ୍ୟାଚ୍‌ ପାଇଁ ରହିଥିବା ନିୟମ ଅନୁସାରେ ମେ ୨୪ ତାରିଖରେ ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚ୍‌ର ବିଜେତା ସିଧାସଳଖ ଫାଇନାଲରେ ପହଞ୍ଚିଯିବ ଓ ପରାଜିତ ଟିମ ପାଖରେ ଆଉ ଏକ ସୁଯୋଗ ରହିବ । ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ମଧ୍ୟରେ ଏଲିମିନେଟର ମ୍ୟାଚ୍‌ ଖେଳାଯିବ । ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବ ଓ ବିଜେତା ଟିିମ ପ୍ରଥମ କ୍ବାଲିଫାୟାର ମ୍ୟାଚ୍‌ରେ ପରାଜିତ ଟିମ ସହିତ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ ଖେଳିବ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ତେବେ ଯଦି ଏହି ଗୁରୁତ୍ବପୂର୍ଣ୍ଣ ନକଆଉଟ୍‌ ମ୍ୟାଚ୍‌ରେ ବର୍ଷା ବାଧକ ସାଜେ ତେବେ ୨୦୦ ମିନିଟ୍‌ ରିଜର୍ଭ ଟାଇମ୍‌ ରଖାଯାଇଛି । ଯାହାଦ୍ବାରା ସମ୍ପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇ ପାରିବ । ମ୍ୟାଚ୍‌ ମଝିରେ ବର୍ଷା ହେଲେ ସୁପର ଓଭର ଖେଳାଯିବାକୁ ମଧ୍ୟ ନିୟମ ରହିଛି । ମ୍ୟାଚ୍‌ ସମୟରେ ବର୍ଷା ହେଲେ ଇନିଂସ ବ୍ରେକ୍‌ ସମୟ ଅବଧିକୁ କମାଇ ଦିଆଯିବ । ଖାଲି ସେତିକି ନୁହେଁ, ମାତ୍ରାଧିକ ବର୍ଷା ହେଲେ ପ୍ରତ୍ୟେକ ଦଳ ଯେଭଳି କମ୍‌ ସେ କମ୍‌ ୫ ଓଭର ଖେଳିବେ ସେଥିପ୍ରତି ଧ୍ୟାନ ଦିଆଯିବ । ସୁପରଓଭର ସମ୍ଭବ ନହେଲେ,  ଲିଗ୍‌ ମ୍ୟାଚ୍‌ର ରନ୍‌ରେଟ୍‌ ଅନୁଯାୟୀ ଦଳକୁ ଫାଇନାଲ୍‌ କିମ୍ବା ଦ୍ବିତୀୟ କ୍ବାଲିଫାୟାର ଟିକେଟ ମିଳିବ ।କାରଣ ଏହି ମ୍ୟାଚ ଗୁଡିକ ପାଇଁ କୌଣସି ରିଜର୍ଭ ଡେ ରହିବ ନାହିଁ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅନ୍ୟପଟେ ଆଇପିଏଲ୍ ଫାଇନାଲ୍ ମେ ୨୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ପାଇଁ ରିଜର୍ଭ ଦିବସ ରଖାଯାଇଛି। ଅର୍ଥାତ୍ ଯଦି ମ୍ୟାଚ୍ ମେ ୨୯ରେ କୌଣସି କାରଣରୁ ନ ହୁଏ, ତେବେ ଏହା ତା’ ପରଦିନ (ମେ ୩୦) ଖେଳାଯିବ । ଫାଇନାଲ ମ୍ୟାଚ୍ ସନ୍ଧ୍ୟା ୭.୩୦ ପରିବର୍ତ୍ତେ ୮ ରୁ ଆରମ୍ଭ ହେବ। ଯଦି ମେ ୨୯ରେ ଫାଇନାଲ୍ କୌଣସି କାରଣରୁ ଅଧାରୁ ସ୍ଥଗିତ ରୁହେ, ତେବେ ପରଦିନ ମ୍ୟାଚ୍ ଯେଉଁଠାରୁ ଅଟକିଥିଲା ସେଇଠୁ ଆରମ୍ଭ ହେବ । ଯଦି ବର୍ଷା ବାଧକ ସାଜେ ବା ନିୟମିତ ସମୟରେ ଖେଳ ସମ୍ଭବ ହେଇନପାରୁଛି, ତେବେ ଆଇପିଏଲର ୧୫ ତମ ସିଜନର ବିଜେତା ସୁପର ଓଭର ଦ୍ୱାରା ସ୍ଥିର କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର