ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍: ଇଂଲଣ୍ଡକୁ ୩୩୦ ରନର ଟାର୍ଗେଟ ଦେଲା ବିରାଟ ବାହିନୀ

The Sakala Picture
Published On

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ତୃତୀୟ ତଥା ଶେଷ ମୁକାବିଲାରେ ବିରାଟ ବାହିନୀ ୩୩୦ ରନର ଟାର୍ଗେଟ ଦେଇଛି ଇଂଲଣ୍ଡକୁ। ଇଂଲଣ୍ଡ ଟସ ଜିତି ପ୍ରଥେମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୪୮.୨ ଓଭରରେ ସମସ୍ତ ୱିକେଟ ହରାଇ ୩୨୯ ରନ କରିଛି। ଭାରତ ପକ୍ଷରୁ ଶିଖର ଧାୱନ ଓ ରୋହିତ ଶର୍ମା ଓପନିଂ କରିଥିଲେ । ରୋହିତ ଶର୍ମା ୩୭ ବଲରେ […]

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ତୃତୀୟ ତଥା ଶେଷ ମୁକାବିଲାରେ ବିରାଟ ବାହିନୀ ୩୩୦ ରନର ଟାର୍ଗେଟ ଦେଇଛି ଇଂଲଣ୍ଡକୁ। ଇଂଲଣ୍ଡ ଟସ ଜିତି ପ୍ରଥେମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୪୮.୨ ଓଭରରେ ସମସ୍ତ ୱିକେଟ ହରାଇ ୩୨୯ ରନ କରିଛି।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ଭାରତ ପକ୍ଷରୁ ଶିଖର ଧାୱନ ଓ ରୋହିତ ଶର୍ମା ଓପନିଂ କରିଥିଲେ । ରୋହିତ ଶର୍ମା ୩୭ ବଲରେ ୩୭ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାୱନ ୫୬ ବଲକୁ ୬୭ ରନ କରି ଆଉଟ ହୋଇଥିଲେ। ଅଧିନାୟକ ବିରାଟ କୋହଲି ୭ ରନ ଓ ଲୋକେଶ ରାହୁଲ ମଧ୍ଯ ୭ରନ୍ କରି ଆଉଟ ହୋଇଥିଲେ। ପରେ ପାରିକୁ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିଥିଲେ। ରିଷଭ ପନ୍ତ ୬୨ ବଲରେ ୭୮ ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୬୪ ରନ କରି ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ୟା ଓ ସର୍ଦୁଲ ଠାକୁରଙ୍କ ମଧ୍ଯରେ ଏକ ଛୋଟ ପାଟନରସିପ ଦେଖିବାକୁ ମିଳିଥିଲା। କୃନାଲ ପାଣ୍ଡ୍ୟା ୨୫ ଓ ସର୍ଦୁଲ ଠାକୁର ୩୦ ରନ କରି ଆଉଟ ହୋଇଥିଲେ। ଭୁବନେଶ୍ବର କୁମାର ୩ , ପ୍ରସିଦ୍ଧ କ୍ରିଷ୍ଣା ଓ ଟି ନଟରାଜନ ଖାତା ଖୋଲି ପାରି ନ ଥିଲେ।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍‌ ସର୍ବାଧିକ ୩ ୱିକେଟ ନେଇଛନ୍ତି। ସେହିପରି ଆଦିଲ ରସିଦ ୨ଟି ୱିକେଟ ନେଇଥିବା ବେଳେ ସାମ କୁରାନ, ରିସି ଟପଲୀ , ବେନ୍‌ ଷ୍ଟୋକ୍ସ, ଲିୟାମ ଲିଭିଙ୍ଗ୍‌ଷ୍ଟୋନ୍‌ ଓ ମୋଇନ୍‌ ଅଲି ଗୋଟିଏ ଲେଖାଅଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

28 Mar 2021 By The Sakala

ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍: ଇଂଲଣ୍ଡକୁ ୩୩୦ ରନର ଟାର୍ଗେଟ ଦେଲା ବିରାଟ ବାହିନୀ

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ତୃତୀୟ ତଥା ଶେଷ ମୁକାବିଲାରେ ବିରାଟ ବାହିନୀ ୩୩୦ ରନର ଟାର୍ଗେଟ ଦେଇଛି ଇଂଲଣ୍ଡକୁ। ଇଂଲଣ୍ଡ ଟସ ଜିତି ପ୍ରଥେମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୪୮.୨ ଓଭରରେ ସମସ୍ତ ୱିକେଟ ହରାଇ ୩୨୯ ରନ କରିଛି।

ଭାରତ ପକ୍ଷରୁ ଶିଖର ଧାୱନ ଓ ରୋହିତ ଶର୍ମା ଓପନିଂ କରିଥିଲେ । ରୋହିତ ଶର୍ମା ୩୭ ବଲରେ ୩୭ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାୱନ ୫୬ ବଲକୁ ୬୭ ରନ କରି ଆଉଟ ହୋଇଥିଲେ। ଅଧିନାୟକ ବିରାଟ କୋହଲି ୭ ରନ ଓ ଲୋକେଶ ରାହୁଲ ମଧ୍ଯ ୭ରନ୍ କରି ଆଉଟ ହୋଇଥିଲେ। ପରେ ପାରିକୁ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିଥିଲେ। ରିଷଭ ପନ୍ତ ୬୨ ବଲରେ ୭୮ ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୬୪ ରନ କରି ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ୟା ଓ ସର୍ଦୁଲ ଠାକୁରଙ୍କ ମଧ୍ଯରେ ଏକ ଛୋଟ ପାଟନରସିପ ଦେଖିବାକୁ ମିଳିଥିଲା। କୃନାଲ ପାଣ୍ଡ୍ୟା ୨୫ ଓ ସର୍ଦୁଲ ଠାକୁର ୩୦ ରନ କରି ଆଉଟ ହୋଇଥିଲେ। ଭୁବନେଶ୍ବର କୁମାର ୩ , ପ୍ରସିଦ୍ଧ କ୍ରିଷ୍ଣା ଓ ଟି ନଟରାଜନ ଖାତା ଖୋଲି ପାରି ନ ଥିଲେ।

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍‌ ସର୍ବାଧିକ ୩ ୱିକେଟ ନେଇଛନ୍ତି। ସେହିପରି ଆଦିଲ ରସିଦ ୨ଟି ୱିକେଟ ନେଇଥିବା ବେଳେ ସାମ କୁରାନ, ରିସି ଟପଲୀ , ବେନ୍‌ ଷ୍ଟୋକ୍ସ, ଲିୟାମ ଲିଭିଙ୍ଗ୍‌ଷ୍ଟୋନ୍‌ ଓ ମୋଇନ୍‌ ଅଲି ଗୋଟିଏ ଲେଖାଅଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର