ଆମେରିକା ବୈଜ୍ଞାନିକଙ୍କ ଦାବି: ଦିନକୁ ୬-୧୬ ହଜାର ପାଦ ଚାଲିଲେ ମୃତ୍ୟୁ ଆଶଙ୍କା ୫୩% କମ୍‌

The Sakala Picture
Published On

ମାସାଚୁସେଟ୍‌ସ(ଏଜେନ୍ସି): ଚାଲିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଏହା ସମସ୍ତେ ଜାଣିଛନ୍ତି। ଏହା ଏଭଳି ଏକ ବ୍ୟାୟାମ ଯାହାକୁ ସମସ୍ତେ କରିପାରିବେ। ବର୍ତ୍ତମାନ ସ୍ଥିତିରେ ଚଲାବୁଲା କରିବାକୁ ଅଧିକାଂଶ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏହା ଦ୍ବାରା ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରତ୍ୟେକ ଦିନ ଚାଲିବା ଦ୍ବାରା ମୃତ୍ୟୁ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି। ଆମେରିକାର ୟୁନିଭର୍ସିଟି ଅଫ ମାସାଚୁସେଟ୍‌ସର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ। ଏହା ଲାନସେଟ […]

ମାସାଚୁସେଟ୍‌ସ(ଏଜେନ୍ସି): ଚାଲିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଏହା ସମସ୍ତେ ଜାଣିଛନ୍ତି। ଏହା ଏଭଳି ଏକ ବ୍ୟାୟାମ ଯାହାକୁ ସମସ୍ତେ କରିପାରିବେ। ବର୍ତ୍ତମାନ ସ୍ଥିତିରେ ଚଲାବୁଲା କରିବାକୁ ଅଧିକାଂଶ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏହା ଦ୍ବାରା ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରତ୍ୟେକ ଦିନ ଚାଲିବା ଦ୍ବାରା ମୃତ୍ୟୁ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି। ଆମେରିକାର ୟୁନିଭର୍ସିଟି ଅଫ ମାସାଚୁସେଟ୍‌ସର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଏହା ଲାନସେଟ ପବ୍ଲିକ ହେଲ୍‌ଥ ପତ୍ରିକାରେ ପ୍ରକାଶ ପାଇଛି। ୪ ମହାଦେଶର ୫୦ ହଜାର ଲୋକଙ୍କ ଉପରେ ହୋଇଥିବା ୧୫ର ଅଧ୍ୟୟନକୁ ବୈଜ୍ଞାନିକମାନେ ବିଶ୍ଳେଷଣ କରିଥିଲେ। ଏଥିରୁ ଜଣାପଡିଥିଲା ଯେ ପ୍ରତ୍ୟେକ ଦିନ ଚାଲୁଥିବା ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ଏବଂ ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଏହି ଅଧ୍ୟୟନ ପାଇଁ ଚାରିଟୋ ଗୋଷ୍ଠୀ ଗଠନ କରାଯାଇଥିଲା। ପ୍ରଥମରେ ୩,୫୦୦, ଦ୍ବିତୀୟରେ ୫,୮୦୦, ତୃତୀୟରେ ୭,୮୦୦ ଏବଂ ଚତୁର୍ଥରେ ୧୦,୯୦୦ ପାଦ ଚାଲୁଥିବା ଲୋକଙ୍କୁ ରଖାଯାଇଥିଲା। ଗବେଷକଙ୍କ ଅନୁଯାୟୀ ସବୁଠାରୁ ଅଧିକ ସକ୍ରିୟ ଥିବା ତିନି ଗୋଷ୍ଠୀଙ୍କ ମୃତ୍ୟୁ ଆଶଙ୍କା ୪୦ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇଯାଇଥିଲା। ପ୍ରତି ଦିନ ୧୦ ହଜାର ପାଦ ଚାଲିବା ଜରୁରୀ ନୁହେଁ। ଯଦି ୬୦ ବର୍ଷରୁ କମ ଲୋକ ୮ରୁ ୧୦ ହଜାର ପାଦ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ୬ରୁ୮ ହଜାର ପାଦ ଚାଲିବେ ତେବେ ସେମାନଙ୍କୁ ବହୁତ ଲାଭ ମିଳିବ। ଚାଲିବାର ବେଗ ସହ ଏହାର କୌଣସି ସମ୍ପର୍କ ନାହିଁ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

13 Mar 2022 By The Sakala

ଆମେରିକା ବୈଜ୍ଞାନିକଙ୍କ ଦାବି: ଦିନକୁ ୬-୧୬ ହଜାର ପାଦ ଚାଲିଲେ ମୃତ୍ୟୁ ଆଶଙ୍କା ୫୩% କମ୍‌

ମାସାଚୁସେଟ୍‌ସ(ଏଜେନ୍ସି): ଚାଲିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଏହା ସମସ୍ତେ ଜାଣିଛନ୍ତି। ଏହା ଏଭଳି ଏକ ବ୍ୟାୟାମ ଯାହାକୁ ସମସ୍ତେ କରିପାରିବେ। ବର୍ତ୍ତମାନ ସ୍ଥିତିରେ ଚଲାବୁଲା କରିବାକୁ ଅଧିକାଂଶ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏହା ଦ୍ବାରା ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରତ୍ୟେକ ଦିନ ଚାଲିବା ଦ୍ବାରା ମୃତ୍ୟୁ ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ। ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି। ଆମେରିକାର ୟୁନିଭର୍ସିଟି ଅଫ ମାସାଚୁସେଟ୍‌ସର ବୈଜ୍ଞାନିକମାନେ ଏହି ଗବେଷଣା କରିଥିଲେ।

ଏହା ଲାନସେଟ ପବ୍ଲିକ ହେଲ୍‌ଥ ପତ୍ରିକାରେ ପ୍ରକାଶ ପାଇଛି। ୪ ମହାଦେଶର ୫୦ ହଜାର ଲୋକଙ୍କ ଉପରେ ହୋଇଥିବା ୧୫ର ଅଧ୍ୟୟନକୁ ବୈଜ୍ଞାନିକମାନେ ବିଶ୍ଳେଷଣ କରିଥିଲେ। ଏଥିରୁ ଜଣାପଡିଥିଲା ଯେ ପ୍ରତ୍ୟେକ ଦିନ ଚାଲୁଥିବା ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ଏବଂ ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଏହି ଅଧ୍ୟୟନ ପାଇଁ ଚାରିଟୋ ଗୋଷ୍ଠୀ ଗଠନ କରାଯାଇଥିଲା। ପ୍ରଥମରେ ୩,୫୦୦, ଦ୍ବିତୀୟରେ ୫,୮୦୦, ତୃତୀୟରେ ୭,୮୦୦ ଏବଂ ଚତୁର୍ଥରେ ୧୦,୯୦୦ ପାଦ ଚାଲୁଥିବା ଲୋକଙ୍କୁ ରଖାଯାଇଥିଲା। ଗବେଷକଙ୍କ ଅନୁଯାୟୀ ସବୁଠାରୁ ଅଧିକ ସକ୍ରିୟ ଥିବା ତିନି ଗୋଷ୍ଠୀଙ୍କ ମୃତ୍ୟୁ ଆଶଙ୍କା ୪୦ରୁ ୫୩ ପ୍ରତିଶତ ପର୍ଯ୍ୟନ୍ତ କମ୍‌ ହୋଇଯାଇଥିଲା। ପ୍ରତି ଦିନ ୧୦ ହଜାର ପାଦ ଚାଲିବା ଜରୁରୀ ନୁହେଁ। ଯଦି ୬୦ ବର୍ଷରୁ କମ ଲୋକ ୮ରୁ ୧୦ ହଜାର ପାଦ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ୬ରୁ୮ ହଜାର ପାଦ ଚାଲିବେ ତେବେ ସେମାନଙ୍କୁ ବହୁତ ଲାଭ ମିଳିବ। ଚାଲିବାର ବେଗ ସହ ଏହାର କୌଣସି ସମ୍ପର୍କ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp