ଆଜି ବିଶ୍ବ ଥାଲାସେମିଆ ଦିବସ

The Sakala Picture
Published On

ପ୍ରତିବର୍ଷ ମେ’ ୮ ତାରିଖରେ ‘ବିଶ୍ବ ଥାଲାସେମିଆ ଦିବସ’ ପାଳନ କରାଯାଏ। ୧୯୯୪ ମସିହାରୁ ଏହି ଦିବସକୁ ପାଳନ କରାଯାଉଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଥାଲାସେମିଆ ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇବା। ଥାଲାସେମିଆ ଏକ ରକ୍ତବିକାର ସମସ୍ୟା। ସାଧାରଣତଃ ଦୁଇ ପ୍ରକାରର ଥାଲାସେମିଆ ସମସ୍ୟା ରହିଛି। ଏହାକୁ ଆଲ୍‌ଫା ଏବଂ ବିଟା ଭାବେ ନାମିତ କରାଯାଇଛି। ଏହା ଏକ ବଂଶାନୁଗତ ରୋଗ, ଯାହା ମାଆବାପାଙ୍କ ଠାରୁ […]

ପ୍ରତିବର୍ଷ ମେ’ ୮ ତାରିଖରେ ‘ବିଶ୍ବ ଥାଲାସେମିଆ ଦିବସ’ ପାଳନ କରାଯାଏ। ୧୯୯୪ ମସିହାରୁ ଏହି ଦିବସକୁ ପାଳନ କରାଯାଉଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଥାଲାସେମିଆ ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇବା। ଥାଲାସେମିଆ ଏକ ରକ୍ତବିକାର ସମସ୍ୟା। ସାଧାରଣତଃ ଦୁଇ ପ୍ରକାରର ଥାଲାସେମିଆ ସମସ୍ୟା ରହିଛି। ଏହାକୁ ଆଲ୍‌ଫା ଏବଂ ବିଟା ଭାବେ ନାମିତ କରାଯାଇଛି। ଏହା ଏକ ବଂଶାନୁଗତ ରୋଗ, ଯାହା ମାଆବାପାଙ୍କ ଠାରୁ ଏହା ପିଲାଙ୍କୁ ହୁଏ। ଥାଲାସେମିଆ ରୋଗ ଭୋଗୁଥ଄ବା ବ୍ୟକ୍ତିର ଶରୀର ପର୍ଯ୍ୟାପ୍ତ ପରିମାଣର ହିମୋଗ୍ଲୋବିନ୍‌ ତିଆରି କରିପାରେ ନାହିଁ। ଏହାଦ୍ବାରା ଶରୀରରେ ଲୋହିତ ରକ୍ତ କଣିବା ଠିକ୍‌ ଭାବେ କାମ କରେ ନାହିଁ।

ଆହୁରି ପଢ଼ନ୍ତୁ: ନୂଆ ଭୋଟରଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ନିୟମ: ଭୋଟର ତାଲିକାରେ ନାମ ସାମିଲ ପାଇଁ ବାଧ୍ୟତାମୂଳକ ହେଲା ପିତାମାତାଙ୍କ 'ଏସ୍‌ଆଇଆର୍' (SIR) ତଥ୍ୟ

ଲୋହିତ ରକ୍ତ କଣିକା ଶରୀରର ସମସ୍ତ କୋଷକୁ ଅମ୍ଳଜାନ ଯୋଗାଇଥାଏ। ଯେତେବେଳେ ପର୍ଯ୍ୟାପ୍ତ ଲୋହିତ ରକ୍ତ କଣିକା ନ ଥାଏ, ଶରୀରର ଅନ୍ୟ ସମସ୍ତ କୋଷକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳିପାରେ ନାହିଁ। ଏହି କାରଣରୁ ଦୁର୍ବଳ ଲାଗିବା, ଥକ୍କା ଅନୁଭବ କରିବା, ପେଟରେ ଯନ୍ତ୍ରଣା, ତ୍ବଚା ହଳଦିଆ ପଡ଼ିବା ଆଦି ସମସ୍ୟା ଦେଖାଯାଏ । ଏହା ରକ୍ତହୀନତାର ଏକ ଅବସ୍ଥା। ଗୁରୁତର ରକ୍ତହୀନତା ଶରୀରର ଅଙ୍ଗଗୁଡ଼ିକ କ୍ଷତି ପହଞ୍ଚାଇବା ସହ ଏହା ମୃତ୍ୟୁର କାରଣ ହୋଇପାରେ। ସାଧାରଣତଃ ସୁସ୍ଥ ମନୁଷ୍ୟ ଶରୀରରେ ଲୋହିତ ରକ୍ତ କଣିବା ୧୨୦ ଦିନ ପର୍ଯ୍ୟନ୍ତ ରହିଥାଏ।

ଆହୁରି ପଢ଼ନ୍ତୁ: ଇସ୍ରୋ ବୈଜ୍ଞାନିକଙ୍କ ଇସ୍ତଫା ଗ୍ରହଣ ନକରିବାକୁ ନିର୍ଦ୍ଦେଶ, ନିୟମ କଡ଼ାକଡ଼ି କଲେ ସରକାର

ମାତ୍ର ଥାଲାସେମିଆରେ ଆକ୍ରାନ୍ତ ହେଲେ ଏହି ଲୋହିତ ରକ୍ତ କଣିକା ୨୦ ଦିନ ପର୍ଯ୍ୟନ୍ତ ରହେ। ଏହି ରୋଗରେ ଶିକାର ପିଲାଙ୍କୁ ଅନେକସ୍ଥଳରେ ରକ୍ତର ଆବଶ୍ୟକତା ପଡ଼ିଥାଏ। ତେବେ ଥାଲାସେମିଆ ରୋଗୀଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ହେଉଛି ବ୍ଳଡ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ୍। ଉଚିତ୍ ସମୟରେ ଥାଲାସେମିଆ ରୋଗୀଙ୍କ ଚିକିତ୍ସା କରା ନ ଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିପାରନ୍ତି। ଥାଲାସେମିଆ ରୋଗୀ ପ୍ରଚୁର ପରିମାଣରେ ଆଇରନ୍‌, ଫଲିକ୍‌ ଏସିଡ୍‌ ଖାଦ୍ୟରେ ଖାଇବା ସହ ନିୟମିତ ହିମୋଗ୍ଲୋବିନ୍‌ ପରୀକ୍ଷା କରାଇବା ଉଚିତ୍। ଏହି ରୋଗର ସଚେତନତା ନିହାତି ଜରୁରି।

08 May 2023 By The Sakala

ଆଜି ବିଶ୍ବ ଥାଲାସେମିଆ ଦିବସ

ପ୍ରତିବର୍ଷ ମେ’ ୮ ତାରିଖରେ ‘ବିଶ୍ବ ଥାଲାସେମିଆ ଦିବସ’ ପାଳନ କରାଯାଏ। ୧୯୯୪ ମସିହାରୁ ଏହି ଦିବସକୁ ପାଳନ କରାଯାଉଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଥାଲାସେମିଆ ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇବା। ଥାଲାସେମିଆ ଏକ ରକ୍ତବିକାର ସମସ୍ୟା। ସାଧାରଣତଃ ଦୁଇ ପ୍ରକାରର ଥାଲାସେମିଆ ସମସ୍ୟା ରହିଛି। ଏହାକୁ ଆଲ୍‌ଫା ଏବଂ ବିଟା ଭାବେ ନାମିତ କରାଯାଇଛି। ଏହା ଏକ ବଂଶାନୁଗତ ରୋଗ, ଯାହା ମାଆବାପାଙ୍କ ଠାରୁ ଏହା ପିଲାଙ୍କୁ ହୁଏ। ଥାଲାସେମିଆ ରୋଗ ଭୋଗୁଥ଄ବା ବ୍ୟକ୍ତିର ଶରୀର ପର୍ଯ୍ୟାପ୍ତ ପରିମାଣର ହିମୋଗ୍ଲୋବିନ୍‌ ତିଆରି କରିପାରେ ନାହିଁ। ଏହାଦ୍ବାରା ଶରୀରରେ ଲୋହିତ ରକ୍ତ କଣିବା ଠିକ୍‌ ଭାବେ କାମ କରେ ନାହିଁ।

ଲୋହିତ ରକ୍ତ କଣିକା ଶରୀରର ସମସ୍ତ କୋଷକୁ ଅମ୍ଳଜାନ ଯୋଗାଇଥାଏ। ଯେତେବେଳେ ପର୍ଯ୍ୟାପ୍ତ ଲୋହିତ ରକ୍ତ କଣିକା ନ ଥାଏ, ଶରୀରର ଅନ୍ୟ ସମସ୍ତ କୋଷକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳିପାରେ ନାହିଁ। ଏହି କାରଣରୁ ଦୁର୍ବଳ ଲାଗିବା, ଥକ୍କା ଅନୁଭବ କରିବା, ପେଟରେ ଯନ୍ତ୍ରଣା, ତ୍ବଚା ହଳଦିଆ ପଡ଼ିବା ଆଦି ସମସ୍ୟା ଦେଖାଯାଏ । ଏହା ରକ୍ତହୀନତାର ଏକ ଅବସ୍ଥା। ଗୁରୁତର ରକ୍ତହୀନତା ଶରୀରର ଅଙ୍ଗଗୁଡ଼ିକ କ୍ଷତି ପହଞ୍ଚାଇବା ସହ ଏହା ମୃତ୍ୟୁର କାରଣ ହୋଇପାରେ। ସାଧାରଣତଃ ସୁସ୍ଥ ମନୁଷ୍ୟ ଶରୀରରେ ଲୋହିତ ରକ୍ତ କଣିବା ୧୨୦ ଦିନ ପର୍ଯ୍ୟନ୍ତ ରହିଥାଏ।

ମାତ୍ର ଥାଲାସେମିଆରେ ଆକ୍ରାନ୍ତ ହେଲେ ଏହି ଲୋହିତ ରକ୍ତ କଣିକା ୨୦ ଦିନ ପର୍ଯ୍ୟନ୍ତ ରହେ। ଏହି ରୋଗରେ ଶିକାର ପିଲାଙ୍କୁ ଅନେକସ୍ଥଳରେ ରକ୍ତର ଆବଶ୍ୟକତା ପଡ଼ିଥାଏ। ତେବେ ଥାଲାସେମିଆ ରୋଗୀଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ହେଉଛି ବ୍ଳଡ୍ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ୍। ଉଚିତ୍ ସମୟରେ ଥାଲାସେମିଆ ରୋଗୀଙ୍କ ଚିକିତ୍ସା କରା ନ ଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିପାରନ୍ତି। ଥାଲାସେମିଆ ରୋଗୀ ପ୍ରଚୁର ପରିମାଣରେ ଆଇରନ୍‌, ଫଲିକ୍‌ ଏସିଡ୍‌ ଖାଦ୍ୟରେ ଖାଇବା ସହ ନିୟମିତ ହିମୋଗ୍ଲୋବିନ୍‌ ପରୀକ୍ଷା କରାଇବା ଉଚିତ୍। ଏହି ରୋଗର ସଚେତନତା ନିହାତି ଜରୁରି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp