ଆଜି ବିଶ୍ବ ଗୋଲାପ ଦିବସ, କର୍କଟ ରୋଗୀଙ୍କ ମନୋବଳ ବୃଦ୍ଧି ପାଇଁ ଦିନଟିଏ

The Sakala Picture
Published On

ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୨ ତାରିଖକୁ ‘ବିଶ୍ବ ଗୋଲାପ ଦିବସ’ ଭାବେ ପାଳନ କରାଯାଏ। କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜିଇଁବା ପାଇଁ ପ୍ରେରଣା ଦେବା ତଥା ତାଙ୍କ ଜୀବନରେ ଖୁସି ଆଣିଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଏହି ଦିନରେ କର୍କଟରେ ପୀଡ଼ିତଙ୍କୁ ଗୋଲାପ ଫୁଲ ଦେଇ ସେମାନଙ୍କୁ ଏହି ରୋଗ ସହ ଲଢ଼ିବା ପାଇଁ ଉତ୍ସାହିତ କରାଯାଏ। ଗୋଲାପ ଫୁଲକୁ ପ୍ରେମର ପ୍ରତୀକ କୁହାଯାଏ। ଏହାକୁ ଦେଖିବା ମାତ୍ରେ ମନରେ ଏକ […]

ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୨ ତାରିଖକୁ ‘ବିଶ୍ବ ଗୋଲାପ ଦିବସ’ ଭାବେ ପାଳନ କରାଯାଏ। କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜିଇଁବା ପାଇଁ ପ୍ରେରଣା ଦେବା ତଥା ତାଙ୍କ ଜୀବନରେ ଖୁସି ଆଣିଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ଏହି ଦିନରେ କର୍କଟରେ ପୀଡ଼ିତଙ୍କୁ ଗୋଲାପ ଫୁଲ ଦେଇ ସେମାନଙ୍କୁ ଏହି ରୋଗ ସହ ଲଢ଼ିବା ପାଇଁ ଉତ୍ସାହିତ କରାଯାଏ। ଗୋଲାପ ଫୁଲକୁ ପ୍ରେମର ପ୍ରତୀକ କୁହାଯାଏ। ଏହାକୁ ଦେଖିବା ମାତ୍ରେ ମନରେ ଏକ ସକାରାତ୍ମକ ଭାବନା ଆସିଥାଏ। ଏହି ଦିନ କର୍କଟ ରୋଗୀଙ୍କୁ ଗୋଲାପ ଫୁଲ ଦେଇ ଏହି ସନ୍ଦେଶ ଦିଆଯାଏ ଯେ, କ୍ୟାନ୍ସର ଜୀବନର ଅନ୍ତ ନୁହେଁ, ଆରମ୍ଭ। ଦୃଢ଼ ଇଚ୍ଛାଶକ୍ତି ଦ୍ବାରା କ୍ୟାନ୍ସର ଯୁଦ୍ଧକୁ ଜିତିହେବ।

ଆହୁରି ପଢ଼ନ୍ତୁ: 'କୋରିଆନ୍ ଲଭର୍' ଗେମ୍‌ର ଭୟଙ୍କର ପରିଣାମ: ୯ମ ମହଲାରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା

ୱାର୍ଲଡ୍‌ ରୋଜ୍‌ ଡେ’ କାନାଡାର ୧୨ ବର୍ଷୀୟା କ୍ୟାନ୍ସର ପୀଡ଼ିତା ମେଲିଣ୍ଡା ରୋଜ୍‌ଙ୍କ ସ୍ମୃତିରେ ପାଳନ କରାଯାଏ। କୁନି ବୟସରୁ ମେଲିଣ୍ଡା ବ୍ଲଡ୍‌ କ୍ୟାନ୍ସରର ଏକ ବିରଳ ପ୍ରକାର ଆସ୍କିନ୍ସ ଟ୍ୟୁମରରେ ପୀଡ଼ିତ ଥିଲେ । ହେଲେ ଏତେ ବଡ଼ ରୋଗ ଆଗରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ହାର୍‌ ମାନି ନ ଥିଲେ ମେଲିଣ୍ଡା। ଅତି ସାହସର ସହ ସେ ଶେଷ ପର୍ଯ୍ୟନ୍ତ ଏହି ରୋଗ ସହ ଲଢ଼ିଥିଲେ । ମେଲିଣ୍ଡା କ୍ୟାନ୍ସରର ଲାଷ୍ଟ ଷ୍ଟେଜ୍‌ରେ ଥିଲେ। ସେ ଆଉ ଗୋଟିଏ କି ଦୁଇ ସପ୍ତାହ ବଞ୍ଚିବେ ବୋଲି ଡାକ୍ତର କହି ଦେଇଥିଲେ। ମେଲିଣ୍ଡା କିନ୍ତୁ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ବଳରେ ଡାକ୍ତରଙ୍କୁ ଭୁଲ୍‌ ସାବ୍ୟସ୍ତ କରି ଛଅ ମାସ ବଞ୍ଚିଥିଲେ। ଏହି ଛଅ ମାସ ମଧ୍ୟରେ ପ୍ରତି ମୁହୂର୍ତ୍ତକୁ ସ୍ମରଣୀୟ କରିବା ସହ ନିଜ ପରିବେଶରେ ଖୁସିର ବାର୍ତ୍ତା ବାଣ୍ଟୁଥିଲେ ମେଲିଣ୍ଡା। ସେ ଅନ୍ୟ କର୍କଟ ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ଚିଠି ଓ କବିତା ଲେଖୁଥିଲେ। ୧୨ ବର୍ଷର ଏହି ଝିଅ ଜଣକ କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଉଦାହରଣ ହୋଇଗଲେ। ମେଲିଣ୍ଡାଙ୍କର ଏହି ଆକର୍ଷଣୀୟ ବ୍ୟକ୍ତିତ୍ବ ତଥା ତାଙ୍କ ସାହସକୁ ମନେ ପକାଇ ପ୍ରତିବର୍ଷ ସେପ୍ଟେମ୍ବର ୨୨କୁ ବିଶ୍ବ ଗୋଲାପ ଦିବସ ବା ୱାର୍ଲଡ ରୋଜ୍‌ ଡେ ଭାବେ ପାଳନ କରାଯାଏ। ଏହି ଦିନ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଲୋକେ କ୍ୟାନ୍ସର ରୋଗୀମାନଙ୍କୁ ଗୋଲାପ ଫୁଲ ଦେବା ସହ ସେମାନଙ୍କ ସହ ସମୟ ଅତିବାହିତ କରନ୍ତି ।

ଆହୁରି ପଢ଼ନ୍ତୁ: Viral Video: ଲିଫ୍ଟ ଭିତରେ ଫାଟିଲା ଗ୍ୟାସ ବେଲୁନ୍, ଜଳିଗଲେ ଯୁବକ ଓ ମହିଳା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp