ବୋତଲରେ ବିକ୍ରି ହେବ ପବନ, ମୂଳ୍ଯ ୨୫୦୦ ଟଙ୍କା

The Sakala Picture
Published On

ସାଧାରଣତଃ ବୋତଲରେ ପାଣି ବା ମୃଦୁପାନୀୟ ବିକ୍ରି ହେବାର ଆମେ ସମସ୍ତେ ଦେଖୁଛନ୍ତି । କିନ୍ତୁ ଆଗାମୀ ଦିନରେ ବୋତଲରେ ତାଜା ପବନ ବିକ୍ରି ହେବ । ସଂଯୁକ୍ତରାଷ୍ଟ୍ରର ଏକ କମ୍ପାନି ଏମିତି । ଏକ ନିଆରା ଉତ୍ପାଦ ଲଥ୍ କରିବାକୁ ଯାଉଛି। ସବୁଠାରୁ ରୋଚକ ଖବର ହେଉଛି ନିଜ ଅଞ୍ଚଳ ବା ଦେଶଠାରୁ ଦୂରରେ ରହୁଥିବା ବ୍ୟକ୍ତି ଏହି ବୋତଲର ପବନକୁ ବ୍ୟବହାର କରିବା ଦ୍ବାରା ନିଜ ଅଞ୍ଚଳର ମହକ ପାଇପାରିବେ । ମାତ୍ର ୫୦୦ […]

ସାଧାରଣତଃ ବୋତଲରେ ପାଣି ବା ମୃଦୁପାନୀୟ ବିକ୍ରି ହେବାର ଆମେ ସମସ୍ତେ ଦେଖୁଛନ୍ତି । କିନ୍ତୁ ଆଗାମୀ ଦିନରେ ବୋତଲରେ ତାଜା ପବନ ବିକ୍ରି ହେବ । ସଂଯୁକ୍ତରାଷ୍ଟ୍ରର ଏକ କମ୍ପାନି ଏମିତି । ଏକ ନିଆରା ଉତ୍ପାଦ ଲଥ୍ କରିବାକୁ ଯାଉଛି। ସବୁଠାରୁ ରୋଚକ ଖବର ହେଉଛି ନିଜ ଅଞ୍ଚଳ ବା ଦେଶଠାରୁ ଦୂରରେ ରହୁଥିବା ବ୍ୟକ୍ତି ଏହି ବୋତଲର ପବନକୁ ବ୍ୟବହାର କରିବା ଦ୍ବାରା ନିଜ ଅଞ୍ଚଳର ମହକ ପାଇପାରିବେ । ମାତ୍ର ୫୦୦ ମିଲିଲିଟର ବୋତଲ ପାଇଁ ୨୫୦୦ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୫୦୦ ଟଙ୍କା ଦେବାକୁ ହେବ।

ଆହୁରି ପଢ଼ନ୍ତୁ: ଆଧାର କାର୍ଡ ୟୁଜର୍ସଙ୍କ ପାଇଁ ବଡ଼ ଖବର: ମାଗଣାରେ ଆଧାର ଅପଡେଟ୍ କରିବାର ସମୟସୀମା ୧୪ ଜୁନ୍ ୨୦୨୬କୁ ବୃଦ୍ଧି

କମ୍ପାନି ପକ୍ଷରୁ କୁହାଯାଇଛି ଯେ, ବିଶ୍ବର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ଏହି ବୋତଲ ପବନ ଦ୍ଵାରା ନିଜ ଅଞ୍ଚଳର ପରିବେଶକୁ ଅନୁଭବ କରିହେବ । ବୋତଲ ସହିତ ଏକ କର୍କ ଷ୍ଟାପର୍ ଦିଆଯାଇଛି । ଯାହାଦ୍ଵାରା ଆପଣ ଯେତେବେଳେ ଚାହିଁବେ, ବୋତଲ ଭିତରେ ଥିବା ପବନକୁ ଆଘ୍ରାଣ କରି ପୁଣିଥରେ କର୍କ ଷ୍ଟାପର ସାହାଯ୍ୟରେ ବୋତଲର ମୁହଁକୁ ବନ୍ଦ କରିପାରିବେ । ଏଭଳି ନିଆରା ପ୍ରଡକ୍ଟ ତିଆରି କରୁଥିବା କମ୍ପାନିର ନାଁ ହେଉଛି ‘ମାଇ ବ୍ୟାଗେଜ୍’ ।

ଆହୁରି ପଢ଼ନ୍ତୁ: ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆରୁ ସେନା ଅଧିକାରୀ: ହାର୍ଭାର୍ଡ ପିଏଚଡି ଛାଡି ସେନାରେ ଲେଫ୍ଟନାଣ୍ଟ୍ ହେଲେ କଶିଶ୍ ମେଥୱାନୀ

କମ୍ପାନି ପକ୍ଷରୁ କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଯେ କୌଣସି ସୁଗନ୍ଧ ମଣିଷର ଭାବନା ସହିତ ଜଡ଼ିତ ହୋଇ ରହିଥାଏ । ତେଣୁ ବୋତଲରେ ଥିବା ପବନର ସୁଗନ୍ଧ ଜଣେ ବ୍ୟକ୍ତିକୁ ତା’ର ଅଞ୍ଚଳ ଓ ପରିବାରର ସୁଗନ୍ଧ ପ୍ରଦାନ କରିବ ଏବଂ ଏହା ଦ୍ବାରା ଜଣେ ବ୍ୟକ୍ତି ଏକୁଟିଆ ଅନୁଭବ କରିବ ନାହିଁ । କରୋନା ସମୟରେ ଏହି ବୋତଲ ପବନ ଲାଭଦାୟକ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଏହି କମ୍ପାନି ପକ୍ଷରୁ ଇଂଲାଣ୍ଡ, ସ୍କଟଲ୍ୟାଣ୍ଡ ଓ ଆୟରଲ୍ୟାଣ୍ଡରେ ଏହି ବୋତଲ ପବନ ବିକ୍ରି ଆରମ୍ଭ କରାଯାଇଛି ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ମା' ଲକ୍ଷ୍ମୀଙ୍କର ଅତି ପ୍ରିୟ ଏହି ୫ଟି ରାଶି, ବର୍ଷିବ ଅପାର ଧନସମ୍ପତ୍ତି

08 Nov 2021 By The Sakala

ବୋତଲରେ ବିକ୍ରି ହେବ ପବନ, ମୂଳ୍ଯ ୨୫୦୦ ଟଙ୍କା

ସାଧାରଣତଃ ବୋତଲରେ ପାଣି ବା ମୃଦୁପାନୀୟ ବିକ୍ରି ହେବାର ଆମେ ସମସ୍ତେ ଦେଖୁଛନ୍ତି । କିନ୍ତୁ ଆଗାମୀ ଦିନରେ ବୋତଲରେ ତାଜା ପବନ ବିକ୍ରି ହେବ । ସଂଯୁକ୍ତରାଷ୍ଟ୍ରର ଏକ କମ୍ପାନି ଏମିତି । ଏକ ନିଆରା ଉତ୍ପାଦ ଲଥ୍ କରିବାକୁ ଯାଉଛି। ସବୁଠାରୁ ରୋଚକ ଖବର ହେଉଛି ନିଜ ଅଞ୍ଚଳ ବା ଦେଶଠାରୁ ଦୂରରେ ରହୁଥିବା ବ୍ୟକ୍ତି ଏହି ବୋତଲର ପବନକୁ ବ୍ୟବହାର କରିବା ଦ୍ବାରା ନିଜ ଅଞ୍ଚଳର ମହକ ପାଇପାରିବେ । ମାତ୍ର ୫୦୦ ମିଲିଲିଟର ବୋତଲ ପାଇଁ ୨୫୦୦ ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୫୦୦ ଟଙ୍କା ଦେବାକୁ ହେବ।

କମ୍ପାନି ପକ୍ଷରୁ କୁହାଯାଇଛି ଯେ, ବିଶ୍ବର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ ଏହି ବୋତଲ ପବନ ଦ୍ଵାରା ନିଜ ଅଞ୍ଚଳର ପରିବେଶକୁ ଅନୁଭବ କରିହେବ । ବୋତଲ ସହିତ ଏକ କର୍କ ଷ୍ଟାପର୍ ଦିଆଯାଇଛି । ଯାହାଦ୍ଵାରା ଆପଣ ଯେତେବେଳେ ଚାହିଁବେ, ବୋତଲ ଭିତରେ ଥିବା ପବନକୁ ଆଘ୍ରାଣ କରି ପୁଣିଥରେ କର୍କ ଷ୍ଟାପର ସାହାଯ୍ୟରେ ବୋତଲର ମୁହଁକୁ ବନ୍ଦ କରିପାରିବେ । ଏଭଳି ନିଆରା ପ୍ରଡକ୍ଟ ତିଆରି କରୁଥିବା କମ୍ପାନିର ନାଁ ହେଉଛି ‘ମାଇ ବ୍ୟାଗେଜ୍’ ।

କମ୍ପାନି ପକ୍ଷରୁ କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଯେ କୌଣସି ସୁଗନ୍ଧ ମଣିଷର ଭାବନା ସହିତ ଜଡ଼ିତ ହୋଇ ରହିଥାଏ । ତେଣୁ ବୋତଲରେ ଥିବା ପବନର ସୁଗନ୍ଧ ଜଣେ ବ୍ୟକ୍ତିକୁ ତା’ର ଅଞ୍ଚଳ ଓ ପରିବାରର ସୁଗନ୍ଧ ପ୍ରଦାନ କରିବ ଏବଂ ଏହା ଦ୍ବାରା ଜଣେ ବ୍ୟକ୍ତି ଏକୁଟିଆ ଅନୁଭବ କରିବ ନାହିଁ । କରୋନା ସମୟରେ ଏହି ବୋତଲ ପବନ ଲାଭଦାୟକ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଏହି କମ୍ପାନି ପକ୍ଷରୁ ଇଂଲାଣ୍ଡ, ସ୍କଟଲ୍ୟାଣ୍ଡ ଓ ଆୟରଲ୍ୟାଣ୍ଡରେ ଏହି ବୋତଲ ପବନ ବିକ୍ରି ଆରମ୍ଭ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର