ମନୋରଞ୍ଜନ
ଓଡ଼ିଶା
ଖୋଲିବ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ !
୧୨ ଜୁଲାଇ, ୨୦୨୨କୁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ସବୁଠାରୁ ଶକ୍ତିଶାଳୀ ସ୍ପେସ୍ ଟେଲିସ୍କୋପ ଜେମ୍ସ ୱେବ୍ ଦ୍ୱାରା ପ୍ରେରିତ ପ୍ରଥମ ରଙ୍ଗିନ ଫଟୋ ପ୍ରକାଶ କରିଛି। ବ୍ରହ୍ମାଣ୍ଡର ଏହା ହେଉଛି ପ୍ରଥମ ସର୍ବୋଚ୍ଚମାନର ରଙ୍ଗିନ ଫଟୋ। ଗତ ମାସରେ ନାସାର ବରିଷ୍ଠ ଅଧିକାରୀ ବିଲ୍ ନେଲସନ ସାମ୍ୱାଦିକମାନଙ୍କୁ କହିଥିଲେ ଯେ ଆମେ ମାନବ ସମାଜକୁ ବ୍ରହ୍ମାଣ୍ଡର ଏକ ନୂତନ ଦୃଶ୍ୟ ଦେବାକୁ ଯାଉଛୁ, ଯାହା ଅଭୂତପୂର୍ବ। ସେଥିମଧ୍ୟରୁ ସର୍ବପୁରାତନ ନୀହାରିକା, ୧୦୦୦ ଆଲୋକ ବର୍ଷ […]
୧୨ ଜୁଲାଇ, ୨୦୨୨କୁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏହାର ସବୁଠାରୁ ଶକ୍ତିଶାଳୀ ସ୍ପେସ୍ ଟେଲିସ୍କୋପ ଜେମ୍ସ ୱେବ୍ ଦ୍ୱାରା ପ୍ରେରିତ ପ୍ରଥମ ରଙ୍ଗିନ ଫଟୋ ପ୍ରକାଶ କରିଛି। ବ୍ରହ୍ମାଣ୍ଡର ଏହା ହେଉଛି ପ୍ରଥମ ସର୍ବୋଚ୍ଚମାନର ରଙ୍ଗିନ ଫଟୋ। ଗତ ମାସରେ ନାସାର ବରିଷ୍ଠ ଅଧିକାରୀ ବିଲ୍ ନେଲସନ ସାମ୍ୱାଦିକମାନଙ୍କୁ କହିଥିଲେ ଯେ ଆମେ ମାନବ ସମାଜକୁ ବ୍ରହ୍ମାଣ୍ଡର ଏକ ନୂତନ ଦୃଶ୍ୟ ଦେବାକୁ ଯାଉଛୁ, ଯାହା ଅଭୂତପୂର୍ବ। ସେଥିମଧ୍ୟରୁ ସର୍ବପୁରାତନ ନୀହାରିକା, ୧୦୦୦ ଆଲୋକ ବର୍ଷ ଦୂରରେ ଥିବା ଏକ ଗ୍ରହରେ ଜଳର ପ୍ରମାଣ ଏବଂ ତାରାମାନଙ୍କର ଜନ୍ମ-ମୃତ୍ୟୁକୁ ଦର୍ଶାଉଥିବା ଅବିଶ୍ୱସନୀୟ ଘଟଣାମାନ ସାମ୍ନାକୁ ଆସିଛି।
ଜେମ୍ସ ୱେବ୍ ଟେଲିସ୍କୋପ୍ ଇନ୍ଫ୍ରାରେଡ ସ୍ପେକ୍ଟ୍ରମରେ କାର୍ଯ୍ୟ କରେ, ଯାହା ଦୃଶ୍ୟମାନ ସ୍ପେକ୍ଟ୍ରମ୍ଠାରୁ ଅଧିକ ଆଲୋକର ତରଙ୍ଗ ବିଚ୍ଛୁରଣ କରେ। ହବଲ୍ ୧୩.୬ ବିଲିୟନ ଆଲୋକ ବର୍ଷ ଦୂରରେ ଥିବା ବସ୍ତୁ, ପଦାର୍ଥ ବା ଗ୍ରହ ନକ୍ଷତ୍ରକୁ ସାଧାରଣ ଆଖି ଦେଖିବା ସମ୍ପୂର୍ଣ୍ଣ ଅସମ୍ଭବ। କିନ୍ତୁ ଜେମ୍ସ ୱେବ୍ ଦ୍ୱାରା ଏହା ସମ୍ଭବ। ଦୂରରୁ ଦୃଶ୍ୟମାନ ହେଉଥିବା ଆଲୋକ ଗଭୀର ସ୍ଥାନରେ ଧୂଳି ଏବଂ ଗ୍ୟାସ୍ ଦ୍ୱାରା ଲୁଚି ରହିଥାଏ।
ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ ହେଉଛି ବିଶ୍ୱର ଅଗ୍ରଣୀ ମହାକାଶ ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ। ଏହା ଆମର ସୌର ପ୍ରଣାଳୀର ରହସ୍ୟ ସମାଧାନ କରିବ, ଅନ୍ୟ ତାରାଗଣର ଦୁନିଆକୁ ଦେଖିବ ଏବଂ ଆମର ବ୍ରହ୍ମାଣ୍ଡର ରହସ୍ୟମୟ ଗଠନ, ଉତ୍ପତ୍ତି ଓ ଏଥିରେ ଆମର ସ୍ଥାନ ଅନୁସନ୍ଧାନ କରିବ। ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ପୃଥିବୀଠାରୁ ପ୍ରାୟ ୧ ନିୟୁତ ମାଇଲ ଦୂରରେ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛି। ଏହା ବ୍ରହ୍ମାଣ୍ଡରେ ସୃଷ୍ଟି ହୋଇଥିବା ପ୍ରଥମ ନିହାରିକାଗୁଡ଼ିକୁ ଚିହ୍ନଟ କରିବ ଓ ଗ୍ରହ ପ୍ରଣାଳୀ ଗଠନ କରୁଥିବା ତାରାଗୁଡ଼ିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରିବ।
ଗତବର୍ଷ ଡିସେମ୍ୱରରେ ୧୦ ବିଲିୟନ ଡଲାରର ଏହି ଟେଲିସ୍କୋପକୁ ଅନ୍ତରୀକ୍ଷରେ ଅବସ୍ଥାପିତ କରାଯାଇଥିଲା। ବିଶାଳ ପ୍ରାଥମିକ ଦର୍ପଣ ଏବଂ ଯନ୍ତ୍ର ସାହାଯ୍ୟରେ ଏହି ଟେଲିସ୍କୋପ ମହାକାଶରେ ଥିବା ଅନ୍ୟ ଟେଲିସ୍କୋପ ଅପେକ୍ଷା ଅଧିକ ଦୂରତାରେ ଥିବା ବସ୍ତୁକୁ ଦେଖିପାରେ। ଏହି ଟେଲିସ୍କୋପ ନାସା, ୟୁରୋପୀୟ ସ୍ପେସ୍ ଏଜେନ୍ସି ଏବଂ କାନାଡୀୟ ସ୍ପେସ୍ ଏଜେନ୍ସି ଦ୍ୱାରା ବିକଶିତ ହୋଇଛି। ଏହା ଦୁନିଆର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ ଅଟେ। ମହାକାଶରୁ ପୃଥିବୀ ପୃଷ୍ଠରେ ଉଡୁଥିବା ପକ୍ଷୀମାନଙ୍କ ସଫା ଫଟୋ ଉଠାଇପାରିବାର ମଧ୍ୟ କ୍ଷମତା ରଖିଛି ଏହି ଅତ୍ୟାଧୁନିକ ଟେଲିସ୍କୋପ୍।
ନାସା ଟେଲିସ୍କୋପରେ ସମୟ ସହିତ ଅନେକ ଉନ୍ନତ ଜ୍ଞାନକୌଶଳ ଯୋଡ଼ିଛି। ଏହା ବ୍ରହ୍ମାଣ୍ଡର ଅନେକ ରହସ୍ୟ ପ୍ରକାଶ କରିପାରିବ। ୧୯୯୦ରେ ପଠାଯାଇଥିବା ହବଲ୍ ଟେଲିସ୍କୋପ ଅପେକ୍ଷା ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ୧୦୦ ଗୁଣ ଅଧିକ ଶକ୍ତିଶାଳୀ ଅଟେ। ଏହି ଟେଲିସ୍କୋପ ବ୍ରହ୍ମାଣ୍ଡର ରହସ୍ୟ ପ୍ରକାଶ କରିବା ସହିତ ଏଲିଏନମାନଙ୍କର ଉପସ୍ଥିତି ମଧ୍ୟ ଚିହ୍ନଟ କରିବ ବୋଲି ମହାକାଶବିଜ୍ଞାନୀମାନେ ଆଶା କରିଛନ୍ତି। ଏହି ଟେଲିସ୍କୋପ୍ ମଧ୍ୟ ଅନେକ ସମାଧାନ ହୋଇନଥିବା ରହସ୍ୟର ସମାଧାନ କରିବାକୁ ଚେଷ୍ଟା କରିବ ବୋଲି ସେମାନେ ଦୃଢ଼ୋକ୍ତି କରିଛନ୍ତି।
ନିକଟରେ ନାସା ପକ୍ଷରୁ ଜେମ୍ସ ୱେବ୍ର ପ୍ରଥମ ପାଞ୍ଚଟି ମହାଜାଗତିକ ଲକ୍ଷ୍ୟ ପ୍ରକାଶ କରାଯାଇଛି। ଏଥିମଧ୍ୟରେ କେରିନା ନେବୁଲା, ଡବ୍ଳୁଏଏସ୍ପି-୯୬ବି, ସାଉଥ୍ ରିଙ୍ଗ୍ ନେବୁଲା, ଷ୍ଟିଫେନ୍ଙ୍କ କ୍ୱିଣ୍ଟେଟ୍ ଏବଂ ଏସ୍ଏମ୍ଏସି ୦୭୨୩ ଅନ୍ତର୍ଭୁକ୍ତ। ଏଗୁଡ଼ିକ ଏକ ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଥିଲା, ଯେଉଁଥିରେ ନାସା, ୟୁରୋପୀୟ ସ୍ପେସ୍ ଏଜେନ୍ସି, କାନାଡ଼ିଆନ୍ ସ୍ପେସ୍ ଏଜେନ୍ସି ଏବଂ ବାଲଟିମୋର ସ୍ପେସ୍ ଟେଲିସ୍କୋପ ସାଇନ୍ସ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ସାମିଲ ହୋଇଥିଲେ।
ଆଗାମୀ ଦିନରେ ଜେମ୍ସ ୱେବ ଟେଲିସ୍କୋପ ବ୍ରହ୍ମାଣ୍ଡର ଉତ୍ପତ୍ତି ଏବଂ ବିଗ ବ୍ୟାଙ୍ଗ ତତ୍ତ୍ୱର ସତ୍ୟତାକୁ ଉନ୍ମୋଚିତ କରିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ମାନବ ସଭ୍ୟତାର ବିକାଶ ପଥରେ ଏହି ଟେଲିସ୍କୋପ ଏକ ନୂଆ ରାସ୍ତା ଖୋଲିବ। ବିଶେଷକରି ମହାନ ଭୌତିକ ଓ ମହାକାଶ ବିଜ୍ଞାନୀ ପ୍ରଫେସର ହକିଂଙ୍କ ତତ୍ତ୍ୱକୁ ପ୍ରମାଣିତ କରିବାରେ ଏହି ଟେଲିସ୍କୋପ ସହାୟକ ହେବ।