ଡେଙ୍ଗା ମହିଳାଙ୍କୁ କର୍କଟ ଆଶଙ୍କା ଅଧିକ

The Sakala Picture
Published On

ଅଧିକାଂଶ ରୋଗ ପାଇଁ ମନୁଷ୍ୟର ଉଚ୍ଚତା ଦାୟୀ ହୋଇଥାଏ ବୋଲି ପୂର୍ବରୁ ଅନେକଗୁଡ଼ିକ ମେଡିକାଲ ସର୍ଭେରେ ପ୍ରକାଶ ପାଇଛି। ନିକଟରେ କରାଯାଇଥିବା ଏକ ଅନୁସନ୍ଧାନରୁ ଅଧିକ ଉଚ୍ଚତାର ମହିଳାଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ ବୋଲି ପ୍ରକାଶ ପାଇଛି। ସେହିଭଳି କମ୍ ଉଚ୍ଚତା ବିଶିଷ୍ଟ ଅଧିକାଂଶ ମହିଳା ସମୟ ପୂର୍ବରୁ ସନ୍ତାନ ପ୍ରସବ କରିଥାନ୍ତି ବୋଲି ଅନ୍ୟ ଏକ ଅନୁସନ୍ଧାନରୁ ପ୍ରକାଶ ପାଇଛି। ଏହାବାଦ୍ ପୁରୁଷମାନଙ୍କ କ୍ଷେତ୍ରରେ, ଯେଉଁମାନଙ୍କର ଉଚ୍ଚତ। କମ୍ ସେମାନେ ସମୟ […]

ଅଧିକାଂଶ ରୋଗ ପାଇଁ ମନୁଷ୍ୟର ଉଚ୍ଚତା ଦାୟୀ ହୋଇଥାଏ ବୋଲି ପୂର୍ବରୁ ଅନେକଗୁଡ଼ିକ ମେଡିକାଲ ସର୍ଭେରେ ପ୍ରକାଶ ପାଇଛି। ନିକଟରେ କରାଯାଇଥିବା ଏକ ଅନୁସନ୍ଧାନରୁ ଅଧିକ ଉଚ୍ଚତାର ମହିଳାଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ ବୋଲି ପ୍ରକାଶ ପାଇଛି। ସେହିଭଳି କମ୍ ଉଚ୍ଚତା ବିଶିଷ୍ଟ ଅଧିକାଂଶ ମହିଳା ସମୟ ପୂର୍ବରୁ ସନ୍ତାନ ପ୍ରସବ କରିଥାନ୍ତି ବୋଲି ଅନ୍ୟ ଏକ ଅନୁସନ୍ଧାନରୁ ପ୍ରକାଶ ପାଇଛି। ଏହାବାଦ୍ ପୁରୁଷମାନଙ୍କ କ୍ଷେତ୍ରରେ, ଯେଉଁମାନଙ୍କର ଉଚ୍ଚତ। କମ୍ ସେମାନେ ସମୟ ପୂର୍ବରୁ ଚନ୍ଦାପଣର ଶିକାର ହୋଇଥାନ୍ତି। ସେହିଭଳି ଡେଙ୍ଗା ପୁରୁଷଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଅଧିକ ଦେଖାଦେଇଥାଏ ବୋଲି ମଧ୍ୟ ଜଣାପଡିଛି । ସ୍ବାସ୍ଥ୍ୟ ଉପରେ ମଣିଷର ଉଚ୍ଚତା ଉଭୟ ନକାରାତ୍ମକ ଓ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଏହି ଅନୁସନ୍ଧାନଗୁଡ଼ିକରୁ ଏକପ୍ରକାର ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ପିଲାଙ୍କ ଇଣ୍ଟରନେଟ୍ ବ୍ୟବହାର ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: 'ଇଣ୍ଟରନେଟ୍ ପିଲାଙ୍କ ମୌଳିକ ଅଧିକାର'

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୫ ଫୁଟ୍ ୯ ଇଞ୍ଚରୁ ଅଧିକ ଉଚ୍ଚତାର ମହିଳାମାନଙ୍କୁ ୩୩ ପ୍ରତିଶତ କର୍କଟ ହେବାର ଆଶଙ୍କା ରହିଛି। ଉଚ୍ଚତା କାରଣରୁ ଶରୀର ହରମୋନ୍‌ସ୍ତର ବଢ଼ିଥାଏ, ଏହି କାରଣରୁ ଟ୍ୟୁମର୍ ହେବାର ଆଶଙ୍କା ମଧ୍ୟ ବୃଦ୍ଧିପାଏ। ସେହିଭଳି ଜର୍ମାନୀର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ୍ ନ୍ୟୁଟ୍ରିସନ୍‌ର ଅନୁସନ୍ଧାନକାରୀଙ୍କ ମତରେ, କମ୍ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ବିଶେଷ ଫ୍ୟାଟି ଲିଭର୍‌, ବ୍ଲଡ୍ ପ୍ଲେସର୍ ଭଳି ସମସ୍ୟା ଭୋଗିଥାନ୍ତି। ହେଲସିଙ୍କି ବିଶ୍ବବିଦ୍ୟାଳୟ, ଫିନ୍‌ଲ୍ୟାଣ୍ଡ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ୫ ଫୁଟ୍ ୩ଇଞ୍ଚରୁ କମ୍ ଉଚ୍ଚତା ବ୍ୟକ୍ତିଙ୍କୁ ହୃଦ୍‌ଘାତ ହେବାର ଅଧିକ ଆଶଙ୍କା ଥାଏ। ମାଲୋମୋ ୟୁନିର୍ଭରସିଟି ହସ୍‌ପିଟାଲ, ସ୍ବିଡେନ୍‌ର ଗବେଷଣାକାରୀଙ୍କ ଅନୁଯାୟୀ, ଡେଙ୍ଗା ଲୋକଙ୍କଠାରେ ରକ୍ତ ଜମାଟ ନ ବାନ୍ଧିବା ଭଳି ସମସ୍ୟା ଦେଖାଯାଏ | ଶରୀରର ତଳଭାଗରେ ଏଭଳି ସମସ୍ୟା ଅଧିକ ହୋଇଥାଏ। ୫ ଫୁଟରୁ କମ୍ ଉଚ୍ଚତା ବିଶିଷ୍ଟ ଅଧିକାଶଂ ମହିଳା ସମୟ ପୂର୍ବରୁ ସନ୍ତାନ ପ୍ରସବ କରନ୍ତି ବୋଲି ଟାଇମ୍ସ ପ୍ରି ମେଚ୍ଯୁଅର ଅନୁସନ୍ଧାନ କେନ୍ଦ୍ର, ଓହିୟୋ ପକ୍ଷରୁ ପ୍ରକାଶ କରାଯାଇଛି । ସେହିଭଳି ଜର୍ମାନ ବିଶ୍ବବିଦ୍ୟାଳୟର ଗବେଷକଙ୍କ ଅନୁସାର, କମ୍ ଉଚ୍ଚତା ବିଶିଷ୍ଟ ଲୋକମାନେ ଅଧିକ ଚନ୍ଦାପଣର ଶିକାର ହୋଇଥାନ୍ତି।

ଆହୁରି ପଢ଼ନ୍ତୁ: ସାରା ରାଜ୍ୟରେ ଉତ୍ସାହର ସହ ପାଳିତ ହେଉଛି ପବିତ୍ର ବିଜୟା ଦଶମୀ ଓ ଦଶହରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp