ରାସ୍ତାରେ ଚାଲୁଛି ଘର

The Sakala Picture
Published On

ନିଜ ଘର ହେଉ କିମ୍ବା ଭଡ଼ାଘର, କୌଣସି ନା କୌଣସି କାରଣ ପାଇଁ ଅନେକ ସମୟରେ ଲୋକଙ୍କୁ ଘର ବଦଳାଇବାକୁ ପଡ଼ିଥାଏ। କିନ୍ତୁ ପୁରୁଣା ଘରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଏକ ସ୍ମୃତି ହୋଇ ରହିଯାଏ। ଅନେକଥର ମନରେ ଆସେ, ଆମେ ଯଦି ସେହି ଘରକୁ ନିଜ ସହିତ ନେଇପାରନ୍ତେ, ତେବେ ବହୁତ ଭଲ ହୁଅନ୍ତା। କିନ୍ତୁ ଏହା ସମ୍ଭବ ନୁହେଁ। କାରଣ ଘର ହେଉଛି ଗୋଟିଏ ନିର୍ଜୀବ ବସ୍ତୁ। ତାହା କେଉଁ ଆଡ଼େ ଯାଇପାରିବ ନାହିଁ। […]

ନିଜ ଘର ହେଉ କିମ୍ବା ଭଡ଼ାଘର, କୌଣସି ନା କୌଣସି କାରଣ ପାଇଁ ଅନେକ ସମୟରେ ଲୋକଙ୍କୁ ଘର ବଦଳାଇବାକୁ ପଡ଼ିଥାଏ। କିନ୍ତୁ ପୁରୁଣା ଘରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଏକ ସ୍ମୃତି ହୋଇ ରହିଯାଏ। ଅନେକଥର ମନରେ ଆସେ, ଆମେ ଯଦି ସେହି ଘରକୁ ନିଜ ସହିତ ନେଇପାରନ୍ତେ, ତେବେ ବହୁତ ଭଲ ହୁଅନ୍ତା। କିନ୍ତୁ ଏହା ସମ୍ଭବ ନୁହେଁ। କାରଣ ଘର ହେଉଛି ଗୋଟିଏ ନିର୍ଜୀବ ବସ୍ତୁ। ତାହା କେଉଁ ଆଡ଼େ ଯାଇପାରିବ ନାହିଁ।

ଆହୁରି ପଢ଼ନ୍ତୁ: ନୂଆ LPG ନିୟମ: PNG ଗ୍ରାହକଙ୍କୁ ସରେଣ୍ଡର କରିବାକୁ ପଡ଼ିବ ସିଲିଣ୍ଡର, ଲାଗୁ ହେଲା 'ଗୋଟିଏ ଘର, ଗୋଟିଏ କନେକ୍ସନ୍' ନୀତି

ଆହୁରି ପଢ଼ନ୍ତୁ: ଆଶ୍ଚର୍ଯ୍ୟଜନକ ଖୁଲାସା: ପୃଥିବୀକୁ କିପରି ଗରମ କରୁଛି ପ୍ଲାଷ୍ଟିକର କ୍ଷୁଦ୍ର କଣିକା? ଜାଣନ୍ତୁ ନୂଆ ଗବେଷଣାର ତଥ୍ୟ

କିନ୍ତୁ ଏବେ ସାନ୍‌ ଫ୍ରାନ୍ସିସ୍‌କୋରୁ ଏହାର ବିପରୀତ ଏକ ଖବର ଆସିଛି। ଗୋଟିଏ ଦ୍ବିମହଲା ବିଶିଷ୍ଟ ଘର ରାସ୍ତାରେ ଯାଉଥିବାର ଲୋକମାନେ ଦେଖିପାରିଛନ୍ତି। କେତେଜଣ ଏହାର ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ସେୟାର୍ କରିଥିଲେ। ସୂଚନା ଅନୁଯାୟୀ ଏହି ଘର ପ୍ରାୟ ୧୩୯ ବର୍ଷ ପୁରୁଣା। ଏଭଳି ଘରକୁ ସ୍ଥାନୀୟ ଭାଷାରେ ‘ଭିକ୍ଟୋରିଆନ୍ ହାଉସ୍‌’ କୁହାଯାଉଛି। ଏହି ଚଳନ୍ତା ଘରର ରହସ୍ୟ ମଧ୍ୟ ଏବେ ଜଣାପଡ଼ିଛି। ଏହି ଘରଟି ଫ୍ରାଙ୍କଲିନ୍‌ ଷ୍ଟ୍ରିଟ୍‌ରେ ଥିଲା।

ଆହୁରି ପଢ଼ନ୍ତୁ: ଚାଣକ୍ୟ ନୀତି: ଭଲ ସମୟରେ ପାଖରେ, ଖରାପ ସମୟରେ ଦୂରରେ! 'ହଂସ' ଭଳି ସ୍ୱଭାବ ଥିବା ଲୋକଙ୍କଠାରୁ ସାବଧାନ

ସେଠାରେ କିଛି ବିକାଶ ମୂଳକ କାର୍ଯ୍ୟ ପାଇଁ ଘରକୁ ଭାଙ୍ଗିବା ପାଇଁ ଘରର ମାଲିକଙ୍କୁ କୁହାଗଲା। କିନ୍ତୁ ଘରର ମାଲିକ ଏଥିପାଇଁ ଅନୁମତି ଦେଇନଥିଲେ। ତେଣୁ ଏହାକୁ ସ୍ଥାନାନ୍ତର କରିବାକୁ ପଡ଼ିଲା। ପୂର୍ବ ସ୍ଥାନରୁ ୬ଟି ବ୍ଲକ୍ ପର୍ଯ୍ୟନ୍ତ ଘରକୁ ସିଫ୍ଟ କରି ନିଆଯାଇଥିଲା। ଘରର ସ୍ଥାନାନ୍ତରଣ ପାଇଁ ଘରର ମାଲିକ ଭେଟେରାନ୍ ହାଉସ୍‌ ମୁଭର୍‌ ଫିଲ୍‌ ଜୟଙ୍କ ସାହାଯ୍ୟ ଲୋଡିଥିଲେ। ଏହା ଖୁବ୍ କଷ୍ଟସାଧ୍ୟ ଥିଲା।

ଏଥିପାଇଁ ମାଲିକଙ୍କୁ ୧୫ଟି ସଂସ୍ଥାର ଅନୁମିତି ନେବାକୁ ପଡ଼ିଥିଲା। କିଭଳି ଭାବେ ଘରକୁ ସିଫ୍ଟ କରାଯିବ, ସେ ସମ୍ପର୍କରେ ବର୍ଷକ ଆଗରୁ ଯୋଜନା ହୋଇଥିଲା। ଏଥିପାଇଁ ବିଶେଷ ଟ୍ରକ୍ ଓ ଶତାଧିକ ଲୋକଙ୍କ ସାହାଯ୍ୟ ନିଆଯାଇଥିଲା। କେବଳ ଏତିକି ନୁହେଁ, ରାସ୍ତାରେ ଥିବା ଟ୍ରାଫିକ୍‌ ପୋଷ୍ଟ୍‌ଗୁଡ଼ିକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା। ଘରଟିର ସ୍ଥାନାନ୍ତରଣ ସମୟରେ ସଡ଼କରେ ଯାନବାହନ ଓ ଲୋକେ ଯିବା ଆସିବା ନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା

02 Mar 2021 By The Sakala

ରାସ୍ତାରେ ଚାଲୁଛି ଘର

ନିଜ ଘର ହେଉ କିମ୍ବା ଭଡ଼ାଘର, କୌଣସି ନା କୌଣସି କାରଣ ପାଇଁ ଅନେକ ସମୟରେ ଲୋକଙ୍କୁ ଘର ବଦଳାଇବାକୁ ପଡ଼ିଥାଏ। କିନ୍ତୁ ପୁରୁଣା ଘରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଏକ ସ୍ମୃତି ହୋଇ ରହିଯାଏ। ଅନେକଥର ମନରେ ଆସେ, ଆମେ ଯଦି ସେହି ଘରକୁ ନିଜ ସହିତ ନେଇପାରନ୍ତେ, ତେବେ ବହୁତ ଭଲ ହୁଅନ୍ତା। କିନ୍ତୁ ଏହା ସମ୍ଭବ ନୁହେଁ। କାରଣ ଘର ହେଉଛି ଗୋଟିଏ ନିର୍ଜୀବ ବସ୍ତୁ। ତାହା କେଉଁ ଆଡ଼େ ଯାଇପାରିବ ନାହିଁ।

କିନ୍ତୁ ଏବେ ସାନ୍‌ ଫ୍ରାନ୍ସିସ୍‌କୋରୁ ଏହାର ବିପରୀତ ଏକ ଖବର ଆସିଛି। ଗୋଟିଏ ଦ୍ବିମହଲା ବିଶିଷ୍ଟ ଘର ରାସ୍ତାରେ ଯାଉଥିବାର ଲୋକମାନେ ଦେଖିପାରିଛନ୍ତି। କେତେଜଣ ଏହାର ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ସେୟାର୍ କରିଥିଲେ। ସୂଚନା ଅନୁଯାୟୀ ଏହି ଘର ପ୍ରାୟ ୧୩୯ ବର୍ଷ ପୁରୁଣା। ଏଭଳି ଘରକୁ ସ୍ଥାନୀୟ ଭାଷାରେ ‘ଭିକ୍ଟୋରିଆନ୍ ହାଉସ୍‌’ କୁହାଯାଉଛି। ଏହି ଚଳନ୍ତା ଘରର ରହସ୍ୟ ମଧ୍ୟ ଏବେ ଜଣାପଡ଼ିଛି। ଏହି ଘରଟି ଫ୍ରାଙ୍କଲିନ୍‌ ଷ୍ଟ୍ରିଟ୍‌ରେ ଥିଲା।

ସେଠାରେ କିଛି ବିକାଶ ମୂଳକ କାର୍ଯ୍ୟ ପାଇଁ ଘରକୁ ଭାଙ୍ଗିବା ପାଇଁ ଘରର ମାଲିକଙ୍କୁ କୁହାଗଲା। କିନ୍ତୁ ଘରର ମାଲିକ ଏଥିପାଇଁ ଅନୁମତି ଦେଇନଥିଲେ। ତେଣୁ ଏହାକୁ ସ୍ଥାନାନ୍ତର କରିବାକୁ ପଡ଼ିଲା। ପୂର୍ବ ସ୍ଥାନରୁ ୬ଟି ବ୍ଲକ୍ ପର୍ଯ୍ୟନ୍ତ ଘରକୁ ସିଫ୍ଟ କରି ନିଆଯାଇଥିଲା। ଘରର ସ୍ଥାନାନ୍ତରଣ ପାଇଁ ଘରର ମାଲିକ ଭେଟେରାନ୍ ହାଉସ୍‌ ମୁଭର୍‌ ଫିଲ୍‌ ଜୟଙ୍କ ସାହାଯ୍ୟ ଲୋଡିଥିଲେ। ଏହା ଖୁବ୍ କଷ୍ଟସାଧ୍ୟ ଥିଲା।

ଏଥିପାଇଁ ମାଲିକଙ୍କୁ ୧୫ଟି ସଂସ୍ଥାର ଅନୁମିତି ନେବାକୁ ପଡ଼ିଥିଲା। କିଭଳି ଭାବେ ଘରକୁ ସିଫ୍ଟ କରାଯିବ, ସେ ସମ୍ପର୍କରେ ବର୍ଷକ ଆଗରୁ ଯୋଜନା ହୋଇଥିଲା। ଏଥିପାଇଁ ବିଶେଷ ଟ୍ରକ୍ ଓ ଶତାଧିକ ଲୋକଙ୍କ ସାହାଯ୍ୟ ନିଆଯାଇଥିଲା। କେବଳ ଏତିକି ନୁହେଁ, ରାସ୍ତାରେ ଥିବା ଟ୍ରାଫିକ୍‌ ପୋଷ୍ଟ୍‌ଗୁଡ଼ିକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା। ଘରଟିର ସ୍ଥାନାନ୍ତରଣ ସମୟରେ ସଡ଼କରେ ଯାନବାହନ ଓ ଲୋକେ ଯିବା ଆସିବା ନ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp